ETV Bharat / bharat

World River Day: ବର୍ଷକୁ ଥରେ 'ନଦୀ ଉତ୍ସବ' ପାଳିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌

'ମନ କି ବାତ' କାର୍ଯ୍ୟକ୍ରମରେ ବର୍ଷକୁ ଥରେ 'ନଦୀ ଉତ୍ସବ' ପାଳନ କରିବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ । ଅଧିକ ପଢନ୍ତୁ...

'ବିଶ୍ବ ନଦୀ ଦିବସ' : ବର୍ଷକୁ ଥରେ 'ନଦୀ ଉତ୍ସବ' ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

author img

By

Published : Sep 26, 2021, 1:49 PM IST

ନୂଆଦିଲ୍ଲୀ: ଆଜି 'ବିଶ୍ବ ନଦୀ ଦିବସ' । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ 'ମନ କି ବାତ' କାର୍ଯ୍ୟକ୍ରମରେ ବର୍ଷକୁ ଥରେ 'ନଦୀ ଉତ୍ସବ' ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ବାରା ଆମ ଦେଶରେ ନଦୀ ସହ ଜଡିତ ପରମ୍ପରା ସହ ଆମେ ନିଜକୁ ସାମିଲ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟ ଦିବସ ପରି ସମସ୍ତେ 'ବିଶ୍ବ ନଦୀ ଦିବସ'କୁ ମଧ୍ୟ ପାଳନ କରିବା ଉଚିତ । ଏହି ଦିନଟି ଏପରି ଅଟେ ଯାହା ଭାରତର ପରମ୍ପରା ଓ ଐତିହ୍ୟ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଦେଶର ବହୁ ପର୍ବପର୍ବାଣୀ, ସାମାଜିକ ଉତ୍ସବରେ ନଦୀକୁ ସାମିଲ କରାଯାଉଛି ।

୮୧ତମ 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ଏକ ଗୁରୁତ୍ବପୂର୍ଣ୍ଣ ମାସ । କାହିଁକିନା ଆମେ 'ବିଶ୍ବ ନଦୀ ଦିବସ ପାଳନ' କରୁଛେ । ଆମେ ଆମର ନଦୀ ଗୁଡିକର ଅବଦାନ ମନେ ରଖିବା ଉଚିତ । କାରଣ ନଦୀ ଆମକୁ ନିଃସ୍ବାର୍ଥ ଭାବେ ଜଳ ଯୋଗାଉଛି । ତେଣୁ ବର୍ଷକୁ ଥରେ 'ନଦୀ ଉତ୍ସବ' ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ବଚ୍ଛତା କ୍ଷେତ୍ରରେ ମହାତ୍ମା ଗାନ୍ଧୀଙ୍କ ନୀତି ଅନୁସରଣ କରିବା ସହ ସ୍ବଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ନଦୀ ଗୁଡିକୁ ଆବର୍ଜନା ମୁକ୍ତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.