ETV Bharat / bharat

World Radio Day: ଭରସା ଓ ବିଶ୍ବାସର ମାଧ୍ୟମ ରେଡିଓ - ବିଶ୍ବ ରେଡିଓ ଦିବସ

ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ରେଡିଓ । ଶଦ୍ଦ, ଭାବନା, ସ୍ବର ଓ ସୃଜନଶୀଳତାର ପ୍ରତୀକ ହେଉଛି ରେଡିଓ । କମ ଖର୍ଚ୍ଚରେ ପ୍ରଭାବଶାଳୀ ଉପସ୍ଥାପନା ସହ ଶ୍ରୋତାଙ୍କ ହୃଦୟରେ ଶତାଦ୍ଦୀରୁ ଅଧିକ ସମୟ ଧରି ଘର କରି ରହିଛି ରେଡିଓ । ନମସ୍କାର ସକାଳର ସମାଚାରରୁ ସନ୍ଧ୍ୟାର ସେ ସୁମଧୁର ଗୀତ ଜରିଆରେ ଆଜି ଲୋକଙ୍କୁ ବାନ୍ଧି ରଖିଛି ଏହି ଶ୍ରାବ୍ୟ ଉପକରଣ । ରୁପେଲି ପରଦା ଭଳି ବେତାର ଦୁନିଆ ରଙ୍ଗୀନ ନୁହେଁ ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିବା ଭଳି ସମସ୍ତ କୌଶଳ ଖୁନ୍ଦି ହୋଇଛି ରେଡିଓରେ । ଏହି ଯନ୍ତ୍ରରୁ କେବଳ ଖବର ଶୁଣାଯାଏ ଯାହାକୁ କେବଳ ଅନୁଭବ କରିହୁଏ । ଅଧିକ ପଢନ୍ତୁ

World Radio Day
World Radio Day
author img

By

Published : Feb 13, 2022, 10:41 AM IST

Updated : Feb 13, 2022, 11:11 AM IST

ହାଇଦ୍ରାବାଦ: ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ରେଡିଓ । ଶଦ୍ଦ, ଭାବନା, ସ୍ବର ଓ ସୃଜନଶୀଳତାର ପ୍ରତୀକ ହେଉଛି ରେଡିଓ । କମ ଖର୍ଚ୍ଚରେ ପ୍ରଭାବଶାଳୀ ଉପସ୍ଥାପନା ସହ ଶ୍ରୋତାଙ୍କ ହୃଦୟରେ ଶତାଦ୍ଦୀରୁ ଅଧିକ ସମୟ ଧରି ଘର କରି ରହିଛି ରେଡିଓ । ନମସ୍କାର ସକାଳର ସମାଚାରରୁ ସନ୍ଧ୍ୟାର ସେ ସୁମଧୁର ଗୀତ ଜରିଆରେ ଆଜି ଲୋକଙ୍କୁ ବାନ୍ଧି ରଖିଛି ଏହି ଶ୍ରାବ୍ୟ ଉପକରଣ ।

ରୁପେଲି ପରଦା ଭଳି ବେତାର ଦୁନିଆ ରଙ୍ଗୀନ ନୁହେଁ ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିବା ଭଳି ସମସ୍ତ କୌଶଳ ଖୁନ୍ଦି ହୋଇଛି ରେଡିଓରେ । ଏହି ଯନ୍ତ୍ରରୁ କେବଳ ଖବର ଶୁଣାଯାଏ ଯାହାକୁ କେବଳ ଅନୁଭବ କରିହୁଏ । ଏହା ସମାଜିକ ଜୀବନ ସହିତ ପୁଙ୍ଖନାପୁଙ୍ଖ ଭାବେ ଜଡିତ । ଭରସା ଓ ବିଶ୍ବାସର ମାଧ୍ୟମ ରେଡିଓ । ଏଥିରେ ଖବର ପ୍ରସାରଣ ରାଜନୈତିକ ଚାପ ମୁକ୍ତ ଅଟେ । ରେଡିଓ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରସାରଣକାରୀଙ୍କ ମଧ୍ୟରେ ସହଯୋଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଶ୍ବ ରେଡିଓ ଦିବସ ଏକ ଜରିଆ । ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ । ସମାଜର ବିଭିନ୍ନ ବିକାଶକୁ ଅନୁସରଣ କରି ଏହାର ସେବାକୁ ଅନୁକୂଳ କରି ମାନବିକତା ଇତିହାସର ଏକ ଅଂଶ ଭାବରେ ବିଶ୍ବ ରେଡିଓ ଦିବସ ପାଳନ କରାଯାଏ ।

ଦୁନିଆ ବଦଳିବା ସହ ରେଡିଓ ଶୁଣିବାର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିଛି । ଶିକ୍ଷାର ନିରନ୍ତରତା ନିଶ୍ଚିତ କରିବା, ଭୁଲ ତଥ୍ୟ ବିରୁଦ୍ଧରେ ଲଢିବା ଏବଂ ପ୍ରତିବନ୍ଧକ ଅଙ୍ଗଭଙ୍ଗୀକୁ ପ୍ରୋତ୍ସାହିତ କରିବା ପାଇଁ ରେଡିଓ ନିରନ୍ତର ଚେଷ୍ଟା କରି ଆସିଛି । ଲୋକଙ୍କୁ ରେଡିଓ ମାଧ୍ୟମରେ ସୂଚନା ପ୍ରଦାନ କରିବାକୁ ଉତ୍ସାହିତ କରିବାର ଏହା ଏକ ଦିନ । ବିବିଧତାକୁ ପ୍ରୋତ୍ସାହିତ କରିବା, ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ବିଶ୍ବ ଗଠନ କରିବା ଆବଶ୍ୟକ । ଅନେକ ଦେଶରେ ରେଡିଓ ହେଉଛି ପ୍ରାଥମିକ ମାଧ୍ୟମ ଏବଂ ସୂଚନାର ଉତ୍ସ । ଅଲ ଇଣ୍ଡିଆ ରେଡିଓର ଲୋକପ୍ରିୟତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସାଧାରଣତଃ ବିଶ୍ବାସ କରାଯାଏ ଯେ ପ୍ରଥମ ରେଡିଓ ପ୍ରସାରଣ 1895 ମସିହାରେ ଗୁଗଲିଏଲୋ ମାର୍କୋନିଙ୍କ ଦ୍ବାରା କରାଯାଇଥିଲା ।

1920 ଦଶକ ପୂର୍ବରୁ ରେଡିଓକୁ ବ୍ୟବସାୟିକ ଭାବରେ ଆରମ୍ଭ କରାଯାଇଥିଲା । ପ୍ରାୟ ତିନି ଦଶନ୍ଧି ପରେ ରେଡିଓ ଷ୍ଟେସନ ଗୁଡ଼ିକ ସୃଷ୍ଟି ହେଲା ଏବଂ 1950 ଦଶକ ମଧ୍ୟରେ ରେଡିଓ ଏବଂ ପ୍ରସାରଣ ବ୍ୟବସ୍ଥା ଏକ ସାଧାରଣରେ ପରିଣତ ହେଲା । ପ୍ରାୟ 60 ବର୍ଷ ପରେ 2011ରେ ୟୁନେସ୍କୋର ସଦସ୍ୟ ରାଷ୍ଟ୍ରମାନେ ଫେବୃଆରୀ 13କୁ ବିଶ୍ବ ରେଡିଓ ଦିବସ ଭାବରେ ଘୋଷଣା କରିଥିଲେ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ଏହା ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବରେ 2013 ରେ ଗ୍ରହଣ କରାଯାଇଥିଲା।

କଥାରେ ଅଛି ରେଡିଓ ଯାହା କହେ ସତ କୁହେ ଆଉ ଥରେ କୁହେ । ଦିନ ଥିଲା ଖବରପ୍ରସାରଣ ଓ ମନୋରଞ୍ଜନର ମାଧ୍ୟମ ଥିଲା ରେଡିଓ। ଅନେକଙ୍କ ବନ୍ଧୁ ହୋଇଛି ରେଡିଓ । ଆଜି ବି ରେଡିଓର ପ୍ରାସଙ୍ଗିଗତା ସତେଜ ରହିଛି ତାର ବିଶ୍ବସନୀୟତା ବଜାୟ ରଖିଛି । ବର୍ତ୍ତମାନ ମଧ୍ୟ ରାଜନୈତିକ ଚାପରୁ ଢେର ଦୂରରେ । ଏହା କେବଳ ମନୋରଞ୍ଜନର ଏକ ହାଲୁକା ମାଧ୍ୟମ ନୁହେଁ ଏକ ଓଜନିଆ ଖବର ଉପସ୍ଥାପନାର ଜରିଆ । ରେଡିଓ ସହ ଅନେକ ଜୀବନ ବିତେଇଛନ୍ତି । ବାସ୍ତବରେ ରେଡିଓର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Feb 13, 2022, 11:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.