ETV Bharat / bharat

World Polio Day 2021: ପୋଲିଓ ମୁକ୍ତ ବିଶ୍ବ ମୁଖ୍ୟ ଲକ୍ଷ୍ୟ - ବିଶ୍ବ ପୋଲିଓ ଦିବସ

ମଣିଷଙ୍କୁ ଅଚଳ କରିଦିଏ ପୋଲିଓ । ଏହାକୁ ପୋଲିମାଲିଟିସ ବୋଲି ମଧ୍ୟ କୁହାଯାଏ । ଜୀବନ ପାଇଁ ବିପଦଜନକ ଭୂତାଣୁଜନିତ ରୋଗ ଯାହା ଦୂଷିତ ଖାଦ୍ୟ ଏବଂ ଜଳ ଦ୍ବାରା ବ୍ୟାପିଥାଏ । ଏହାକୁ ନିୟନ୍ତ୍ରଣ କରିବାକୁ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଯାହା ଏହାକୁ ନିୟନ୍ତ୍ରଣ କରିବାରେ ସହାୟକ ହେଲା । ଆଜି ବିଶ୍ବ ପୋଲିଓ ଦିବସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

World Polio Day 2021: ବିଶ୍ବକୁ ପୋଲିଓ ମୁ୍କ୍ତ ମୁଖ୍ୟ ଲକ୍ଷ୍ୟ

author img

By

Published : Oct 24, 2021, 9:39 AM IST

ହାଇଦ୍ରାବାଦ: ଦିନ ଥିଲା ପୋଲିଓ ଏକ ମହାମାରୀ ଭାବେ ବ୍ୟାପୀ ଥିଲା । ମଣିଷଙ୍କୁ ଅଚଳ କରି ଦେଉଥିଲା । ଏହାକୁ ପୋଲିମାଲିଟିସ ବୋଲି ମଧ୍ୟ କୁହାଯାଏ । ଜୀବନ ପାଇଁ ବିପଦଜନକ ଭୂତାଣୁଜନିତ ରୋଗ ଯାହା ଦୂଷିତ ଖାଦ୍ୟ ଏବଂ ଜଳ ଦ୍ବାରା ବ୍ୟାପିଥାଏ । ଏହାକୁ ନିୟନ୍ତ୍ରଣ କରିବାକୁ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଯାହା ଏହାକୁ ନିୟନ୍ତ୍ରଣ କରିବାରେ ସହାୟକ ହେଲା । ଆଜି ବିଶ୍ବ ପୋଲିଓ ଦିବସ । ଅନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ବିଶ୍ବ ପୋଲିଓ ଦିବସ ପାଳନ ହୋଇ ଆସୁଛି । ପୋଲିଓ ଟୀକାକରଣ ଓ ପୋଲିଓର ମୂଳପୋଛ ଏହି ଦିନ ପାଳନର ମୁଖ୍ୟ ଲକ୍ଷ୍ୟ ।

ପୋଲିଓ ବିଷୟରେ...

ଏହା ଅତ୍ୟଧିକ ସଂକ୍ରମିତ ଭାଇରାଲ ରୋଗ । ମୁଖ୍ୟତଃ ପାଞ୍ଚ ବର୍ଷରୁ କମ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଏହି ଭୂତାଣୁ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପୀ ଥାଏ । ବିଶେଷ ଦୂଷିତ ଖାଦ୍ୟ ଓ ଜଳ ବ୍ୟବହାର ଏହାର ମୁଖ୍ୟ କାରଣ ହୋଇଥାଏ ।

ପୋଲିଓର ଲକ୍ଷଣ...

ପୋଲିଓ ହେବା ମାତ୍ରେ ପ୍ରଥମରୁ ଜ୍ବର, ବାନ୍ତି , ମୁଣ୍ଡବିନ୍ଧା ଓ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହା ଲୋକଙ୍କୁ ପାରାଲାଇସିସ ମଧ୍ୟ କରି ଦେଇଥାଏ । ମାଂଶପେଶୀ କାମ ନ କରିବା ସହିତ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ । ସେମାନଙ୍କ ଭିତରୁ ୫ରୁ ୧୦ ପ୍ରତିଶତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅନୁଧ୍ୟାନ ରିପୋର୍ଟରୁ ଜଣାପଡିଛି ।

ପ୍ରତିକାର...

ଏହି ରୋଗର ଉପଶମ ନାହିଁ । ହେଲେ ନିରାପଦ ଓ ପ୍ରଭାବଶାଳୀ ଟିକା ରହିଛି । ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପୋଲିଓର ନିରାକରଣ ନିର୍ଭର କରେ । ପୋଲିଓ କବଳରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ପୋଲିଓ ଟିକା ଦିଆଯାଏ । ଦୁଇ ପ୍ରକାର ପୋଲିଓ ଟିକା ରହିଛି । ଓପିଭି ଓ ଆଇପିଭି ।

OPV(Oral Polio Vaccine)

ଏହା ପିଲାଙ୍କ ପାଟିରେ ଦିଆଯାଏ । ପିଲାଟି ଜନ୍ମ ହେବାର ୬, ୧୦ ଓ ୧୩୪ ସପ୍ତାହରେ ଏହାର ତିନୋଟି ଡୋଜ ଦିଆଯାଏ । 16-24 ମାସରେ ଗୋଟିଏ ବୁଷ୍ଟର୍ ଡୋଜ୍ ଦିଆଯାଏ ।

IPV(Injectable polio vaccine)

ଏହା ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ । ୬ରୁ ୧୪ ସପ୍ତାହ ବୟସରେ ପିଲାଙ୍କୁ ଦିଆଯାଇଥାଏ । ଡାହାଣ ହାତ ବାହୁ ଇଣ୍ଟ୍ରାଡର୍ମାଲ ରୁଟରେ ଏହି ଟିକା ଦିଆଯାଏ। ପିଲାଙ୍କୁ ପୋଲିଓ ଟିକା ଦେବା ପାଇଁ ପ୍ରତି ଗାଁରେ ଟିକାଦାନ ହୋଇଥାଏ । ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ।

ଯୁଗ ପରିବର୍ତ୍ତନ ହୋଇଛି ହେଲେ ଏବେ ବି ଲୋକେ ଏହାକୁ ନେଇ ସଂପୂର୍ଣ୍ଣ ସଚେତନ ହୋଇନାହାନ୍ତି । ଫଳରେ ଅନେକ ସ୍ଥାନରେ ଆଜି ବି ସଫଳତା ଶତ ପ୍ରତିଶତ ଛୁଇଁପାରୁନଥିବା ଦେଖିବାକୁ ମିଳୁଛି । ବିଶ୍ବରୁ ପୋଲିଓ ମୁକ୍ତ କରିବା ବିଶ୍ବ ପୋଲିଓ ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଭାରତରେ ପୋଲିଓ ପ୍ରତିକାର ପାଇଁ ବିଭିନ୍ନ ସଚେତନେତା କାର୍ଯ୍ୟକ୍ରମ କରାଯାଉଛି । ସବୁ ପିଲାଙ୍କୁ ପୋଲିଓ ବୁନ୍ଦା ଓ ଟିକା ଦେବାପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହା ଫଳରେ ବିଗତ ୬ ବର୍ଷ ହେବ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଭାରତ ବିଶ୍ବର ପରିଗଣିତ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.