ETV Bharat / bharat

ବିଶ୍ୱ କବିତା ଦିବସ: ପୃଥିବୀର ବିକାଶ ଓ ପ୍ରବୋଧନ ପାଇଁ କବିତାର ଭୂମିକା ଅପରିହାର୍ଯ୍ୟ - ବିଶ୍ୱ କବିତା ଦିବସ

ଅନୁଭବ ଓ ଭାବପ୍ରବଣତା ପରିପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ । ତେଣୁ କବିତା ରଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରିବା ଏବଂ ନୂଆ ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

ବିଶ୍ୱ କବିତା ଦିବସ: ପୃଥିବୀର ବିକାଶ ଓ ପ୍ରବେଧନ ପାଇଁ ପ୍ରାଚୀନ ଭାଷା ତିଷ୍ଠିବାରେ କବିତାର ଭୂମିକା ଅପରିହାର୍ଯ୍ୟ

author img

By

Published : Mar 21, 2022, 9:15 AM IST

Updated : Mar 21, 2022, 9:51 AM IST

ହାଇଦ୍ରାବାଦ: ମନର ଭାବନାକୁ ପରିପ୍ରକାଶ କରିବା ପାଇଁ କବିତା ଏକ ଉତ୍ତମ ମାଧ୍ୟମ ଅଟେ । ଅନୁଭବ ଓ ଭାବପ୍ରବଣତା ପରିପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ । ତେଣୁ କବିତା ରଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରିବା ଏବଂ ନୂଆ ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ ।

୧୯୯୯ ମସିହାରେ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଘଟନ( UNESCO)ର ୩୦ତମ ଅଧିବେଶନରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା । ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ କବିତା ଆନ୍ଦୋଲନକୁ ସୁଦୃଢ କରିବା UNESCOର ମୂଳ ଲକ୍ଷ୍ୟ । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା । ଏହି ଅବସରରେ ଉଭୟ ପ୍ରଚୀନ ଓ ଆଧୁନିକ କବିତାଗୁଡିକୁ ସମ୍ମାନ ପ୍ରଦର୍ଶନ କରିବାଲ ସହ କବିତା ପରମ୍ପରାକୁ ଉଜ୍ଜୀବିତ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି ।

ଚଳିତ ବର୍ଷ ଏହି ଦିବସର ମୁଦ୍ଦା ହେଉଛି- "ପୃଥିବୀର ବିକାଶ ଓ ପ୍ରବୋଧନ ପାଇଁ ପ୍ରାଚୀନ ଭାଷା ତିଷ୍ଠିବାରେ କବିତାର ଭୂମିକା ଅପରିହାର୍ଯ୍ୟ" । ଏହାର ଅର୍ଥ ହେଉଛି ମାନବ ଜାତିର ଯେତେ ବିକାଶ ହେଲେ ମଧ୍ୟ ସେଥିପାଇଁ ଭାଷାର ଆବଶ୍ୟକତା ରହିଛି ଏବଂ ପ୍ରାଚୀନ ଭାଷାକୁ ଜୀବିତ ରଖିବା ପାଇଁ କବିତା ହିଁ ଏକମାତ୍ର ମାଧ୍ୟମ । ଏହି ଦିନ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳନ କରାଯାଏ ।

UNESCO ପୂର୍ବତନ ମହାନିର୍ଦ୍ଦେଶକ ଇରିନା ବୋକୋଭା କହିଛନ୍ତି ଯେ, ଭାଷା ସ୍ୱାଧୀନତାର ଶୁଦ୍ଧ ଅଭିବ୍ୟକ୍ତି ମଧ୍ୟରୁ କବିତା ଅନ୍ୟତମ। ଏହା ଲୋକଙ୍କ ପରିଚୟର ଏକ ଉପାଦାନ ଏବଂ ଏହା ସଂସ୍କୃତିର ସୃଜନଶୀଳ ଶକ୍ତିକୁ ଧାରଣ କରିଥାଏ । ବିଗତ 20 ବର୍ଷ ମଧ୍ୟରେ କବିତା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ଯାହା ପଳରେ କବିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସମାଜରେ କବିମାନେ ନୂତନ ଭୂମିକା ଗ୍ରହଣ କରୁଛନ୍ତି ଯାହା ଯୁବପିଢିଙ୍କୁ ଉତ୍ସାହିତ କରିବାରେ ସହାୟକ ହେଉଛି ।

Last Updated : Mar 21, 2022, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.