ETV Bharat / bharat

World Photography Day, କ୍ୟାମେରାରେ କଏଦ ହୁଏ ସ୍ମୃତି

ଗୋଟିଏ ଫଟୋ ନିରବ ଭାଷା କାହାଣୀଠାରୁ ବି ବଳିଯାଏ । ଗୋଟିଏ ମୁହୁର୍ତ୍ତକୁ କ୍ୟାମେରା ଲେନ୍ସରେ କ୍ଲିକ କରି କାଳ କାଳକୁ ସ୍ମୃତି ପାଇଁ ସାଇତି ରଖାଯାଏ । ଆଉ ସେହି ଫଟୋକୁ ଉତ୍ତୋଳନ କରନ୍ତି ଦକ୍ଷ ଫଟୋଗ୍ରାଫର । ଚାଲି ଯାଇଥିବା ଦିନର ପ୍ରତିଟି ମୁହୁର୍ତ୍ତ ମନେ ପଡିଲେ ଫଟୋ ଆଲବମରେ ସାଇତି ହୋଇ ରହିଥିବା ସେ ସ୍ମୃତିକୁ ଦେଖି ଦିନଗୁଡିକୁ ମନେ ପକାଇବାରେ ସହାୟକ ହୁଏ ଫଟୋ । ଅଧିକ ପଢନ୍ତୁ...

author img

By

Published : Aug 19, 2021, 8:33 AM IST

କ୍ୟାମେରାରେ କଏଦ ହୁଏ ସ୍ମୃତି
କ୍ୟାମେରାରେ କଏଦ ହୁଏ ସ୍ମୃତି

ହାଇଦ୍ରାବାଦ: କଥାରେ ଅଛି ଗୋଟିଏ ଫଟୋ ଶହେ କଥା କହେ । ଗୋଟିଏ ଫଟୋ ନିରବ ଭାଷା କାହାଣୀଠାରୁ ବି ବଳିଯାଏ । ଗୋଟିଏ ମୁହୁର୍ତ୍ତକୁ କ୍ୟାମେରା ଲେନ୍ସରେ କ୍ଲିକ କରି କାଳ କାଳକୁ ସ୍ମୃତି ପାଇଁ ସାଇତି ରଖାଯାଏ । ଆଉ ସେହି ଫଟୋକୁ ଉତ୍ତୋଳନ କରନ୍ତି ଦକ୍ଷ ଫଟୋଗ୍ରାଫର । ଚାଲି ଯାଇଥିବା ଦିନର ପ୍ରତିଟି ମୁହୁର୍ତ୍ତ ମନେ ପଡିଲେ ଫଟୋ ଆଲବମରେ ସାଇତି ହୋଇ ରହିଥିବା ସେ ସ୍ମୃତିକୁ ଦେଖି ଦିନଗୁଡିକୁ ମନେ ପକାଇବାରେ ସହାୟକ ହୁଏ ଫଟୋ । ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରେ ସାରା ଦେଶ ।

ଆଜିର ଦିନଟି ସେହିମାନଙ୍କ ପାଇଁ ସମର୍ପିତ ଯିଏ ସ୍ବତନ୍ତ୍ର ମୁହୁର୍ତ୍ତକୁ କ୍ୟାମେରାରେ ଉତ୍ତୋଳନ କରି ଅନ୍ୟମାନଙ୍କ ଦୁଷ୍ଟି ଆକର୍ଷଣ କରନ୍ତି । ଫଟୋଗ୍ରାଫି ଏକ କଳା । ଆଉ ଏହି କଳା ପ୍ରତି ଆଗ୍ରହ ରଖିଥିବା ଓ ଏହାକୁ କ୍ୟାରିୟର କରିବା ନେଇ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ସହାୟତା ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି । କେବଳ ଯେ ଫଟୋଗ୍ରାଫର ତାହା ନୁହେଁ, ଫଟୋଗ୍ରାଫିକୁ ପସନ୍ଦ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଜିର ଏହି ଖାସ ।

1839 ମସିହାରେ ବ୍ରିଟିଶ ବୈଜ୍ଞାନିକ ଜନ ହର୍ସେଲ ଏହି ଶବ୍ଦଟିକୁ ପ୍ରଥମେ ଆବିଷ୍କାର କରିଥିଲେ । ଏହା ମୁଖ୍ୟତଃ ଦୁଇଟି ଶବ୍ଦ ‘ଫୋସ- ଆଲୋକ’ ଓ ‘ଗ୍ରାଫ- ଚିତ୍ର ବା ଲେଖା’କୁ ନେଇ ସଂଯୋଜିତ । ସମ୍ମୀଳିତ ଭାବେ ଫଟୋଗ୍ରାଫିର ଅର୍ଥ ହେଉଛି ଆଲୋକ ଦ୍ବାରା ଚିତ୍ର ଆଙ୍କିବା । ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଜୀବନର ଏକ ଅଙ୍ଗ ପାଲଟିଛି । କିଏ ଏହାକୁ ପେଶା ତ ଆଉ କିଏ ନିଶା ଭାବରେ ଗ୍ରହଣ କରି ନେଇଛନ୍ତି । ଉଡିଯାଉଥିବା ପକ୍ଷୀ ହେଉ କି ଶିକାର ଖୋଜୁଥିବା ମହାବଳ ସବୁର ଚିତ୍ରକୁ କ୍ୟାମେରାରେ କଏଦ କରେ ଫଟୋଗ୍ରାଫରଟିଏ ।

ଗୋଟିଏ ଫଟୋ କେତେବେଳ ଅନେକ ଅକୁହା କଥାକୁ ଅଗଣିତ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଢେର ହୋଇଥାଏ ତ କେତେବେଳେ ପୁଣି ଗୋଟିଏ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଫଟୋଟିଏ ଯଥେଷ୍ଟ ହୋଇଥାଏ । ବିଶ୍ବରେ ଏହି ପରି ଫଟୋ ଉତ୍ତୋଳନ କରି ବେଶ ଚର୍ଚ୍ଚିତ ହୋଇଛନ୍ତି ଅନେକ ଫଟୋଗ୍ରାଫର । ଦୈନିକ ବିଶ୍ବରେ ଲକ୍ଷ ଲକ୍ଷ ଫଟୋ ଉଠାଯାଉଛି । ହିସାବ ମୁତାବକ ଗୋଟିଏ ବର୍ଷରେ ପ୍ରାୟ 1 ଟ୍ରିଲିୟନ ଫଟୋ ଉଠାଯାଇଥାଏ ।

ସମୟ ବଦଳଛି । କଳା ଧଳାରୁ ଏବେ ରଙ୍ଗୀନ ହୋଉଛି ଫଟୋ । ଆଜକୁ 182 ବର୍ଷ ପୂର୍ବେ ଫଟୋଗ୍ରାଫିର ବିକାଶ ହୋଇଛି । 1839, 9 ଜାନୁଆରୀରେ ସଂପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା ଫଟୋଗ୍ରାଫି । ଦୁଇ ଫ୍ରେଞ୍ଚ ବୈଜ୍ଞାନିକ କଲୁଇସ ଡାଗେର ଏବଂ ଜୋସେଫ ନାଇସଫୋର ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା ‘ଡାଗୁଏରୋଟାଇପ’ର ଆରମ୍ଭ କରିଥିଲେ । ଫ୍ରାନ୍ସ ସରକାର1839ମସିହା 19 ଅଗଷ୍ଟ ଦିନ ଏହି ପ୍ରକ୍ରିୟାର ଘୋଷଣା କରିଥିଲେ। ସେବେ ଠାରୁ ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ 19 ଅଗଷ୍ଟ ଦିନ ‘ୱାର୍ଲ୍ଡ ଫଟୋଗ୍ରାଫି ଡେ’ ପାଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.