ETV Bharat / bharat

୧୧୨ ବର୍ଷରେ ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ - ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକ

ସ୍ପେନର ୧୧୨ ବର୍ଷିୟ ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟୋ ପରଲୋକ ଘଟିଛି। ଅଧିକ ପଢନ୍ତୁ

ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକ
ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକ
author img

By

Published : Jan 19, 2022, 6:43 PM IST

ମାଦ୍ରିଦ: ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକ । ସ୍ପେନର ୧୧୨ ବର୍ଷିୟ ବିଶ୍ବର ବୟସ୍କ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟୋ ପରଲୋକ ଘଟିଛି । ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତି ଭାବରେ ଗତ ସେପ୍ଟେମ୍ବର ମାସରେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ। ଆଜି ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସ୍ପେନର ଲିଓନରେ ୧୨ ଫେବୃୟାରୀ ୧୯୦୯ ମସିହାରେ ଜନ୍ମଗ୍ରହଣ କରିଥିଲେ ସାଣ୍ଟିଆଗ। ସେ ସ୍ପାନିସ ଫ୍ଲୁ ସମୟରେ ରହିଥିଲେ। ୧୯୧୮ ମସିହାରେ ସ୍ପାନିସ ଫ୍ଲୁ ବାହାରିଥିଲା। ୧୩ ବର୍ଷ ବୟସରୁ ସେ ଏକ ଜୋତା କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ଫୁଟବଲ ତାଙ୍କ ପ୍ରିୟ ଖେଳ ଥିଲା। ତାଙ୍କର ଆଠଟି ସନ୍ତାନ, 14 ନାତି ଏବଂ 22 ଅଣ ନାତି ନାତୁଣୀ ରହିଛନ୍ତି। କୋରୋନା ମହାମାରୀରେ ନିଜ ଅଞ୍ଚଳରେ ପ୍ରଥମ ଟୀକା ନେଇଥିବା ବ୍ୟକ୍ତି ବୋଲି ଜଣାପଡିଛି।

ସାଣ୍ଟିଆଗୋ ଲିଓନରେ ଏକ ଫୁଟବଲ କ୍ଲବ ମଧ୍ୟ ପ୍ରତିଷ୍ଠା କରିଥିଲେ । ଯାହାର ବର୍ତ୍ତମାନ ଅନେକ ଜୁନିଅର୍ ଦଳ ଅଛି । କ୍ଲବ ଏକ ବାର୍ତ୍ତାରେ ସେମାନେ ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକରେ ସମବେଦନା ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.