ETV Bharat / bharat

World Ocean Day; ଚଳିତ ବର୍ଷର ଥିମ 'ସମୁଦ୍ର ଜୀବନ ଓ ଜୀବିକା' - ବିଷୟବସ୍ତୁ ରହିଛି 'ସମୁଦ୍ର ଜୀବନ ଓ ଜୀବିକା'

ଆଜି ବିଶ୍ବ ସମୁଦ୍ର ଦିବସ । ସମୁଦ୍ର ଓ ସାମୁଦ୍ରିକ ଜୀବର ସୁରକ୍ଷା ପାଇଁ ପ୍ରତିବର୍ଷ ଜୁନ 8 ତାରିଖକୁ ବିଶ୍ବ ସମୁଦ୍ର ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ବିଶ୍ବ ସମୁଦ୍ର ଦିବସ
ଆଜି ବିଶ୍ବ ସମୁଦ୍ର ଦିବସ
author img

By

Published : Jun 8, 2021, 9:12 AM IST

ହାଇଦ୍ରାବାଦ: ସମୁଦ୍ର କାହାକୁ ବା ନ ଭଲ ଲାଗେ । ସମୁଦ୍ର କୂଳର ସେ ସୁନ୍ଦର ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ । ମନକୁ ଶାନ୍ତି ଦେଉଥିବା ଏହି ସମୁଦ୍ରର ସୁରକ୍ଷା ମଧ୍ୟ ନିହାତି ଆବଶ୍ୟକ ରହିଛି । ସେଥିପାଇଁ ପ୍ରତିବର୍ଷ ଜୁନ 8 ତାରିଖକୁ ବିଶ୍ବ ସମୁଦ୍ର ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ବ ସମୁଦ୍ର ଦିବସର ବିଷୟବସ୍ତୁ ରହିଛି 'ସମୁଦ୍ର ଜୀବନ ଓ ଜୀବିକା' ।

1992ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡାର ଓସନ୍ ଇନଷ୍ଟିଚ୍ୟୁଟ ଅଫ୍ କାନାଡା ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା । ଜାତିସଂଘ 2008ରେ ଏହି ଦିବସ ପାଳନକୁ ସ୍ବୀକୃତି ଦେଇଥିଲା । ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳିଥିବା ସମ୍ବଳର ସୁରକ୍ଷା ନେଇ ସଚେତନଚା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ବିଶ୍ବର ପ୍ରାୟ ତିନିଶହ କୋଟି ଲୋକଙ୍କ ଜୀବିକା ସମୁଦ୍ର ଉପରେ ନିର୍ଭରଶୀଳ । ସମୁଦ୍ରରେ ଅତି କମରେ 236, 878 ପ୍ରଜାତିର ଜୀବ ବାସ କରନ୍ତି । ଆମେ ଗ୍ରହଣ କରୁଥିବା ଅମ୍ଳଜାନର 70 ପ୍ରତିଶତ ସମୁଦ୍ରରୁ ସୃଷ୍ଟି ହୋଇଥାଏ ।

ସମଗ୍ର ପୃଥିବୀରେ 70ଭାଗ ଜଳରାଶି ରହିଛି । ମଣିଷ ତାର ଅବ୍ୟବହୃତ ଅନେକ ସାମଗ୍ରୀ ସମୁଦ୍ର କୂଳରେ ଫୋପାଡୁଛି । ଫଳରେ ସମୁଦ୍ର କୂଳରେ ପଡି ରହୁଛି ଗଦା ଗଦା ଆବର୍ଜନା । ସମୁଦ୍ର ପ୍ରଦୂଷଣ ହେବା କାରଣରୁ ଅନେକ ସାମୁଦ୍ରିକ ଜୀବ ଲୋପ ପାଇବାରେ ଲାଗିଲେଣି । ଜଳର ରାସାୟନିକ ପ୍ରଦୂଷଣ ଏବଂ ପ୍ରତିବର୍ଷ ସମୁଦ୍ରରେ ପକାଯାଉଥିବା ଲକ୍ଷ ଲକ୍ଷ ଟନ୍ ଅପରିଷ୍କାର ବର୍ଜ୍ୟବସ୍ତୁ ଦ୍ବାରା ସାମୁଦ୍ରିକ ଜୀବନର ଅପୂରଣୀୟ ଭାବରେ କ୍ଷତିଗ୍ରସ୍ତ ହେଉଛି | ଏହାର ପରିଣାମ ହେଉଛି ଏକ ସଙ୍କଟ ଯାହା ପ୍ରତିବର୍ଷ 100 ମିଲିୟନରୁ ଅଧିକ ସାମୁଦ୍ରିକ ପ୍ରାଣୀର ହତ୍ୟା ହୋଇଛି । ସମୁଦ୍ର ଗୁଡିକ ଏତେ ବିଶାଳ ଯେ ଆମେ ଏ ପର୍ଯ୍ୟନ୍ତ ସମୁଦ୍ରଗୁ଼ଡିକର ମାତ୍ର 5ପ୍ରତିଶତ ଆବିଷ୍କାର କରିପାରିଛୁ । ଯଦି ଜୀବନ ଓ ଜୀବିକାକୁ ବଞ୍ଚାଇବାକୁ ଅଛି ତେବେ ସମୁଦ୍ର ଓ ସାମୁଦ୍ରିକ ଜୀବର ସୁରକ୍ଷା ନିହାତି ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.