ETV Bharat / bharat

ଖଲିସ୍ତାନୀ ଆତଙ୍କୀ ହତ୍ୟା ମାମଲା: କାନାଡା ଅଭିଯୋଗରେ ଆମେରିକାର ଉଦବେଗ, ବାଣିଜ୍ୟ ଆଲୋଚନା ଜାରି ରହିବ କହିଲା ବ୍ରିଟେନ - ଭାରତ ବିରୋଧରେ କାନାଡାର ଅଭିଯୋଗ

କାନାଡାର ଅଭିଯୋଗ ଉପରେ ଚିନ୍ତା ପ୍ରକଟ କଲା ଆମେରିକା । ବ୍ରିଟେନ କହିଲା କାନାଡା ସହ ଯୋଗାଯୋଗରେ ଅଛୁ, କିନ୍ତୁ ଭାରତ ସହ ଜାରି ରହିବା ବାଣିଜ୍ୟ ଆଲୋଚନା । ବିରୋଧୀ କଂଗ୍ରେସ ଦେଲା ସରକାରଙ୍କ ସାଥ । ଅଧିକ ପଢନ୍ତୁ

କାନାଡାର ଅଭିଯୋଗ ମାମଲା: କଣ ରହିଛି ବିଶ୍ବ ସମୂଦାୟର ପ୍ରତିକ୍ରିୟା

author img

By ETV Bharat Odisha Team

Published : Sep 19, 2023, 9:51 PM IST

Updated : Sep 19, 2023, 10:25 PM IST

ନୂଆଦିଲ୍ଲୀ: କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରିଦ୍ବୀପ ସିଂ ନିଜ୍ଜରର ହତ୍ୟା ପାଇଁ କାନାଡା ଭାରତ ସରକାରଙ୍କୁ ଦାୟୀ କରିବା ପରେ ଏବେ ଉଭୟ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଉଭୟ ଦେଶ ପରସ୍ପରର ଜଣେ ଲେଖାଏଁ କୂଟନୈତିଜ୍ଞ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିସାରିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଏବେ ଅନ୍ତର୍ଜାତୀୟ ସମୂଦାୟ ମଧ୍ୟ ନଜର ରଖିଛି । ଶକ୍ତିଶାଳୀ ରାଷ୍ଟ୍ର ତଥା କାନାଡାର ପଡୋଶୀ ଆମେରିକା ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି । ଆମେରିକା ପକ୍ଷରୁ ଏକ ବୟାନ ଜାରି କରି କାନାଡାର ଭାରତ ବିରୋଧୀ ଅଭିଯୋଗ ଉପରେ ଚିନ୍ତା ପ୍ରକଟ କରାଯାଇଛି ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କାନାଡାର ସୁରେ ସହରରେ ଜଣେ ଶିଖ୍ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଏକ ଅତ୍ୟନ୍ତ ଚିନ୍ତିତ ପ୍ରସଙ୍ଗ ବୋଲି ଆମେରିକା କହିଛି । ଆମେରିକା ରାଷ୍ଟ୍ରପତି ଭବନ ‘ହ୍ବାଇଟ ହାଉସ’ର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଆଡ୍ରିଏନ ୱାଟସନ ଏକ ଇମେଲ ମାଧ୍ୟମରେ ସରକାରୀ ବିବୃତ୍ତି ଜାରି କରି କହିଛନ୍ତି, ‘‘କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେ (ଆମେରିକା) ଅତ୍ୟଧିକ ଚିନ୍ତିତ । ଆମେ ଆମର କାନାଡିୟ ସହକର୍ମୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛୁ । ଅଭିଯୋଗ ଅନୁସାରେ, କାନାଡା ସରକାର ଏହାର ଅନୁସନ୍ଧାନ କରିବା ଜରୁରୀ । ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।’’

ତେବେ ଏହି ଅଭିଯୋଗ ମଧ୍ୟରେ ବ୍ରିଟେନ ଭାରତ ସହ ବାଣିଜ୍ୟ ଆଲୋଚନା ପୂର୍ବ ପରି ଜାରି ରଖିବାକୁ ନିଷ୍ପତ୍ତି ନେଇଛି । କାନାଡାର ଏହି ଅଭିଯୋଗ ଭାରତ- ବ୍ରିଟେନ ସୁସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ ତାହା ଲଣ୍ଡନର ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି । ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୁଖପାତ୍ର କହିଛନ୍ତି, ବ୍ରିଟେନ ଏହି ପ୍ରସଙ୍ଗରେ ନଜର ରଖିଛି, କିନ୍ତୁ ଭାରତ ସହ ବ୍ରିଟେନର ବାଣିଜ୍ୟ ଆଲୋଚନାରେ କୌଣସି ପ୍ରଭାବ ନପଡିବା ପାଇଁ ମଧ୍ୟ ବ୍ରିଟେନ ଚାହୁଁଛି । ପୂର୍ବ ପରି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା କଥାବାର୍ତ୍ତା ଜାରି ରହିବ ।

ତେବେ କାନାଡାର ଅଭିଯୋଗକୁ ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିବା ସହ ଏହା ଏକ ନରାଧାର ଅଭିଯୋଗ ବୋଲି କହିଛି । ଖଲିସ୍ତାନୀ ଆତଙ୍କବାଦୀ ତଥା ବିଛିନ୍ନତାବାଦୀ ପ୍ରସଙ୍ଗରେ ଧ୍ୟାନ ହଟାଇବା ପାଇଁ ଏହା ଏକ ପ୍ରୟାସ । କାନାଡାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଆଧାରହୀନ । ଅନ୍ୟପଟେ ସଂସଦ ଅଧିବେଶନ ଜାରି ରହଥିବା ବେଳେ ଏହି ଅଭିଯୋଗ ସାମ୍ନାକୁ ଆସିଛି । କିନ୍ତୁ ବିରୋଧୀ କଂଗ୍ରେସ ଏବେ ସରକାରଙ୍କ ସପକ୍ଷରେ ରହିଛି । ଜୟରାମ ରମେଶ ଓ ଅଭିଷେକ ମନୁ ସିିଂଘଭିଙ୍କ ସମେତ ଏକାଧିକ କଂଗ୍ରେସ ନେତା କାନାଡାର ଅଭିଯୋଗକୁ ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Canada vs India: କେନ୍ଦ୍ରକୁ କଂଗ୍ରେସର ସମର୍ଥନ, ଦେଶର ସ୍ବାର୍ଥ ସର୍ବୋପରି କହିଲା ଦଳ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2023, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.