ETV Bharat / bharat

World Kindness Day: ଜୀବନକୁ ବଦଳାଇଦିଏ ‘ଦୟା’ - World Kindness Day history

ନିଜକୁ, ପରସ୍ପରକୁ ଏବଂ ବିଶ୍ବକୁ ଦୟାଭାବ ପ୍ରଦର୍ଶନ କରିବାର ଗୁରୁତ୍ବକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର 13 ତାରିଖରେ ପାଳିତ ହୁଏ ବିଶ୍ବ ଦୟା ଦିବସ । ଅଧିକ ପଢନ୍ତୁ...

ବିଶ୍ବ ଦୟା ଦିବସ: ଜୀବନକୁ ବଦଳାଇଦିଏ ‘ଦୟା’
ବିଶ୍ବ ଦୟା ଦିବସ: ଜୀବନକୁ ବଦଳାଇଦିଏ ‘ଦୟା’
author img

By

Published : Nov 13, 2021, 10:27 AM IST

Updated : Nov 13, 2021, 10:34 AM IST

ହାଇଦ୍ରାବାଦ: ନିଜକୁ, ପରସ୍ପରକୁ ଏବଂ ବିଶ୍ବକୁ ଦୟାଭାବ ପ୍ରଦର୍ଶନ କରିବାର ଗୁରୁତ୍ବକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର 13 ତାରିଖରେ ପାଳିତ ହୁଏ ବିଶ୍ବ ଦୟା ଦିବସ । ଦୟାଭାବ ମାନବ ଜୀବନର ଏକ ମୌଳିକ ଅଂଶ । କାରଣ ଦୟାଭାବ ମଣିଷ ଜୀବନକୁ ବଦଳାଇ ଦେଇଥାଏ । ଏହା ଜାତ, ଧର୍ମ, ସମ୍ପ୍ରଦାୟ, ଲିଙ୍ଗଗତ ପାର୍ଥକ୍ୟ ତଥା ରାଜନୀତିର ବାଦ ବିବାଦକୁ ସହଜରେ ସମାଧାନ କରିପାରେ । ତେଣୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ଦୟା ଦିବସ ଭାବେ ପାଳନ କରାଯାଏ ।

ବିଶ୍ବ ଦୟା ଦିବସ ଲୋକମାନଙ୍କୁ ତଥା ରାଷ୍ଟ୍ରଗୁଡିକୁ ଏକ ଦୟାପୂର୍ଣ୍ଣ ବିଶ୍ବ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ । ଅନ୍ୟମାନଙ୍କ ପାଇଁ କରୁଣା ହିଁ ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ । ଏହା ବୁଝାଇବା ଏହି ଦୟା ଦିବସର ଉଦ୍ଦେଶ୍ୟ । ଛୋଟ ହେଉ ଅବା ବଡ଼, ଦୟାପୂର୍ଣ୍ଣ କାର୍ଯ୍ୟ କରିବାକୁ ଏହି ଦିବସ ବିଶ୍ବବାସୀଙ୍କୁ ଉତ୍ସାହିତ କରେ । ୱାର୍ଲ୍ଡ କାଇଣ୍ଡନେସ ମୁଭମେଣ୍ଟ୍, ଦୟା ଦିବସକୁ ଆଧିକାରିକ ସ୍ତରରେ ସ୍ବୀକୃତି ଦେବା ଲାଗି ଅନୁରୋଧ କରିବା ପରେ ଜାତିସଂଘ, ବିଶ୍ବସ୍ତରରେ ଏହାକୁ ପାଳନ କରିବା ପାଇଁ ଘୋଷଣା କରିଥିଲେ ।

2009 ସମିହାରେ ସିଙ୍ଗାପୁରରେ ପ୍ରଥମେ ଏହି ଦିବସ ପାଳନ କରିଥିଲା । ସେହିବର୍ଷ ଭାରତ ଓ ଇଟାଲୀରେ ମଧ୍ୟ ପାଳନ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଲୋକପ୍ରିୟତା ଲାଭ କରିବା ସହ ଏଥିରେ ଅଧିକ ବ୍ୟକ୍ତି, ସ୍କୁଲ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ବ୍ୟବସାୟୀ ସଂସ୍ଥାର ଯୋଗଦାନ ବୃଦ୍ଧି ପାଇବାରେ ଲାଗିଲା । ଏହି ଦିବସରେ ଅନେକ ସ୍ଥାନରେ ଲୋକେ ଦୟା କାର୍ଡ ମଧ୍ୟ ବାଣ୍ଟିଥାନ୍ତି ।

Last Updated : Nov 13, 2021, 10:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.