ETV Bharat / bharat

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ ?

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅର୍ଥାତ୍ ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ । ପ୍ରତିବର୍ଷ 7 ଜୁନକୁ ଖାଦ୍ୟ ସୁରକ୍ଷା ଦିବସ ଭାବେ ସାରାବିଶ୍ବ ପାଳିଥାଏ । ଲୋକଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 11:49 AM IST

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ 2021: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ ? କ’ଣ ରହିଛି ଗୁରୁତ୍ବ ?

ନୂଆଦିଲ୍ଲୀ: ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅର୍ଥାତ୍ ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ । ପ୍ରତିବର୍ଷ 7 ଜୁନକୁ ଖାଦ୍ୟ ସୁରକ୍ଷା ଦିବସ ଭାବେ ସାରା ବିଶ୍ବ ପାଳିଥାଏ । ଯେଉଁମାନେ ପୃଷ୍ଟିହୀନ ଖାଦ୍ୟ ଖାଇବା କାରଣରୁ ଗମ୍ଭୀର ରୋଗରେ ପୀଡ଼ିତ ହୋଉଛନ୍ତି, ସେମାନଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ ।

ତେବେ ପ୍ରତିବର୍ଷ ଏହି ଦିନ ପାଇଁ ଏକ ଥିମ୍ ବା ବିଷୟବସ୍ତୁ ସ୍ଥିର କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ ଯଥା 2021 ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଇଁ ଥିମ୍ ରହିଛି ‘ସୁସ୍ଥ କାଲି ପାଇଁ ଆଜିର ସୁରକ୍ଷିତ ଭୋଜନ’ । ଏହି ଥିମ୍ ସୁରକ୍ଷିତ ଖାଦ୍ୟର ଉତ୍ପାଦନ ଏବଂ ଉପଭୋଗ ଉପରେ ଧ୍ୟାନ ଦେଇଥାଏ । ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ସ୍ଥିରିକୃତ ବିଷୟବସ୍ତୁ ଉପରେ ଆଧାରିତ ହେବ । କିନ୍ତୁ କୋରୋନା ମହାମାରୀ ହେତୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଭର୍ଚ୍ଚୁଆଲ ମାଧ୍ୟରେ ଆୟୋଜନ କରାଯିବ ।

ଏହି ଦିନ ଖାଦ୍ୟ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରାଏ । ଖାଦ୍ୟ ଏବଂ କୃଷି ସଂଗଠନ ସହଯୋଗରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ଡିସେମ୍ବର 2018 ରେ ଏହି ଦିନ ପାଳନ ପାଇଁ ଘୋଷଣା କରାଯାଇଥିଲା। ଏହି କ୍ଷେତ୍ର ସହିତ ଜଡିତ ଅନ୍ୟ ସଂଗଠନଗୁଡ଼ିକର ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ ମିଳିତ ଭାବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବା ପାଇଁ କାର୍ଯ୍ୟ କରନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ 10 ଜଣଙ୍କ ମଧ୍ୟରୁ ଜଣେ ଦୂଷିତ ଖାଦ୍ୟ କିମ୍ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥାନ୍ତି । ଯଦି ବିଶ୍ବର ଜନସଂଖ୍ୟା ଅନୁଯାୟୀ ଦେଖାଯାଏ, ତେବେ ଏହି ସଂଖ୍ୟା 60 କୋଟି ଅତିକ୍ରମ କରିବ । ସୂଚନାନୁଯାୟୀ, ବିଶ୍ବର ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ ଏବଂ ଜଳ ଦ୍ବାରା ହେଉଥିବା ରୋଗରେ ପ୍ରତିବର୍ଷ ପ୍ରାୟ 30 ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.