ETV Bharat / bharat

World Elephant Day: ଐତିହ୍ୟ ଓ ସମ୍ଭ୍ରାନ୍ତର ପ୍ରତୀକ ହସ୍ତୀ - ହାତୀ

ଜଙ୍ଗଲ ତଥା ସ୍ଥଳ ଭାଗର ସବୁଠୁ ଶକ୍ତିଶାଳୀ ପ୍ରାଣୀ ହାତୀର ଦିନ ହେଉଛି ଆଜି । ଏମାନଙ୍କ ସୁରକ୍ଷା, ସଂରକ୍ଷଣକୁ ଦୃଷ୍ଟିରେ ରଖି ୨୦୧୧ ମସିହାରୁ ପାଳନ ହେଉଛି ହାତୀ ଦିବସ । ଅଧିକ ପଢନ୍ତୁ...

World Elephant Day: ଐତିହ୍ୟ ଓ ସମ୍ଭ୍ରାନ୍ତର ପ୍ରତୀକ ହସ୍ତୀ

author img

By

Published : Aug 12, 2021, 8:57 AM IST

ହାଇଦ୍ରାବାଦ:'ସେ ବଞ୍ଚିଲେ ଲକ୍ଷେ, ମଲେ ବି ଲକ୍ଷେ,'ଏ ଲୋକକଥା କହୁ କହୁ ଆପଣ ବେଶ୍ ଭଲଭାବେ ଅନ୍ଦାଜ୍ ଲଗାଇ ସାରିବେଣି, ଯେ ଆମେ କାହା କଥା କହୁଛୁ । ଆଜ୍ଞା ହଁ ଆପଣ ଠିକ୍ ଅନୁମାନ କରିପାରିଛନ୍ତି । ଆମେ ସେହି ସ୍ଥଳଭାଗର ସବୁଠୁ ଶକ୍ତିଶାଳୀ ପ୍ରାଣୀ ହାତୀ କଥା କହୁଛୁ । ଆଜି ହେଉଛି ବଳବାନ ହାତୀର ଦିନ ।

୨୦୧୧ ମସିହା ଅଗଷ୍ଟ ୧୨ରେ କାନାଡାର ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍ସ ଓ ମାଇକେଲ୍ କ୍ଲାର୍କ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରିଥିଲେ । ସେବେଠାରୁ ଆଜିର ଦିନକୁ ବିଶ୍ବ ହାତୀ ଦିବସ ଭାବରେ ପାଳନ କରାଯାଉଛି । ମାତ୍ର ଏହି ଦିବସ ପାଳନର ଉଦ୍ଦେଶ୍ୟ କେତେ ସଫଳ ହୋଇଛି ସେଥିପ୍ରତି ଦୃଷ୍ଟିଦେବାର ସମୟ ଆସିଛି । ଜଙ୍ଗଲ କ୍ଷୟ କାରଣରୁ ଧିରେ ଧିରେ ହାତୀଙ୍କ ସଂଖ୍ୟା ଲୋପ ପାଇବାକୁ ଲାଗିଲାଣି । ଏହି କାରଣରୁ ମଧ୍ୟ ଜଙ୍ଗଲ ଛାଡି ସହର ମୁହାଁ ହେଉଛନ୍ତି ହାତୀ । ପେଟକୁ ଶାନ୍ତ କରିବା ପାଇଁ ଚାଷ ଜମି, ଘର ବାଡିରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି ।

ଆଉ କେଉଁ କେଉଁ ସ୍ଥାନରେ ଏହି ବିଶାଳ ପ୍ରାଣୀଙ୍କୁ ଲୋକଙ୍କ ଅକ୍ରୋଶର ଶିକାର ହେବାକୁ ପଡୁଛି । କେରଳରେ ଏକ ଗର୍ଭବତୀ ହାତୀକୁ ଖାଦ୍ୟରେ ବୋମା ଦେଇ ହତ୍ୟା କରିବା ଏହାର ଜଳ୍ବନ୍ତ ଉଦାହରଣ । ସେହିପରି ହାତୀ ପାଇଁ ବିପଦ ସୃଷ୍ଟି କରୁଛି ତା'ର ନିଜ ଦାନ୍ତ । ଅତୀତରେ ହାତୀଦାନ୍ତ ଅନ୍ୟତମ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ହୋଇ ଥିବାବେଳେ ଏବେ ଏହାର ବଜାର ମୂଲ୍ୟ ସୁନାଠୁ ମଧ୍ୟ ଟପିଗଲାଣି । ଫଳରେ ଶିକାରୀର ଜାଲରେ ଛନ୍ଦି ହେବାକୁ ପଡୁଛି ହାତୀକୁ ।

ଅନ୍ୟପଟେ ବିଶ୍ବ ହସ୍ତୀ ଦିବସରେ ଆମ ରାଜ୍ୟ ଚନ୍ଦକା କଥା ଭୁଲିଯିବା ବା କିପରି । ହାତୀଙ୍କ ହବ୍ ପାଲଟିଥିବା ଚନ୍ଦକା ଏବେ ହାତୀଶୂନ୍ୟ ହେବାକୁ ବସିଲାଣି । ଏତେବଡ ଅଭ୍ୟାରଣ୍ୟରେ ବର୍ତ୍ତମାନ ମାତ୍ର ୧୨/୧୩ଟି ହାତୀ ଅଛନ୍ତି । ରାଜ୍ୟରେ ହାତୀ ମୃତ୍ୟୁ ଉଦବେଗଜନକ ଭାବେ ବଢୁ ଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଏହି ଅଭୟାରଣ୍ୟରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ, ଟ୍ରେନ ଦୁର୍ଘଟଣା ଏବଂ ସର୍ବ ଶେଷରେ ହାତୀ ଶିକାର ସାମ୍ପ୍ରତିକ ହାତୀସଂଖ୍ୟା ହ୍ରାସର ମୁଖ୍ୟ କାରଣ । ତେଣୁ ଏମାନଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦେବାର ସମୟ ଆସିଛି । ଚଳିତ ବର୍ଷ ଏହି ଦିବସ ପାଳନର ମୁଦ୍ଦା ହେଉଛି ‘ହାତୀଙ୍କୁ ଏକ ଶୋଷଣହୀନ ତଥା ସେମାନେ ସୁରକ୍ଷା ଓ ଯତ୍ନ ସହକାରେ ବଢିପାରିଲା ଭଳି ଧାରଣଯୋଗ୍ୟ ପରିବେଶରେ ଅବଲୋକନ କରିବା' । ତେବେ କେବଳ ଯେ ମୁଦ୍ଦା କିମ୍ବା ବର୍ଷକର ଗୋଟିଏ ଦିନ ମନାଇ ଦେଲେ ହେବନି, ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ପ୍ରତିଟି ମାନବ ସମାଜକୁ ଦାୟିତ୍ବବାନ ହେବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.