ETV Bharat / bharat

Covid Scare: ସ୍ଥଗିତ ରହିଲା World Economic Forum

କୋଭିଡ ସଂକ୍ରମଣ ପାଇଁ ବନ୍ଦ ରହିଲା ଚଳିତବର୍ଷ World Economic Forum । ଚଳିତବର୍ଷ ଡାଭୋସରେ ଆୟୋଜିତ ହୋଇଥାନ୍ତା ଏହି ବିଶ୍ବ ଅର୍ତନୈତିକ ଫୋରମ । ୨୦୨୨ ମଧ୍ୟଭାଗରେ ହୋଇପାରେ ଏହି ଆର୍ଥିକ ସମ୍ମିଳନୀ । ଅଧିକ ପଢନ୍ତୁ

କୋଭିଡ ପାଇଁ ସ୍ଥଗିତ ରହିଲା World Economic Forum

author img

By

Published : Dec 20, 2021, 8:39 PM IST

ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ ଡାଭୋସରେ ହେବାକୁ ଥିବା ବିଶ୍ବ ଅର୍ଥନୀତି ଫୋରମ (WEF) ବାର୍ଷିକ ବୈଠକକୁ ସ୍ଥଗିତ ରଖାଯାଇଛି । ଏହି ବାର୍ଷିକ ସମ୍ମିଳନୀକୁ କୋଭିଡ ସଂକ୍ରମଣ କାରଣରୁ 2022 ମଧ୍ୟଭାଗ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଜାନୁଆରୀରେ ସ୍ୱିଜରଲ୍ୟାଣ୍ଡର ମାଉଣ୍ଟ ରିସର୍ଟ ଡାଭୋସରେ ହେବାକୁ ଯାଉଛି ବୋଲି ଆଜି (ସୋମବାର) ସୋମବାର ଆୟୋଜକମାନେ ସୂଚନା ଦେଇଛନ୍ତି ।

ଓମିକ୍ରନ ସଂକ୍ରମଣ ସାରା ବିଶ୍ବରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବେଳେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବିଶ୍ବ ସ୍ତରୀୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି । 2022 ମସିହାରେ ବାର୍ଷିକ ବୈଠକ ଜାନୁୟାରୀ 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ମଧ୍ୟରେ ସ୍ୱିଜରଲ୍ୟାଣ୍ଡର ଡାଭୋସ-କ୍ଲୋଷ୍ଟର୍ସରେ ଅନୁଷ୍ଠିତ ହେବାର ଥିଲା । ଏହା ବର୍ତ୍ତମାନ ସ୍ଥଗିତ ରଖାଯିବା ସହ କୋଭିଡ ସ୍ଥିତିରେ ନିୟନ୍ତ୍ରଣକୁ ଆସିଲେ ୨୦୨୨ ମଧ୍ୟ ଭାଗରେ ଆୟୋଜନ କରିବା ନେଇ ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.