ETV Bharat / bharat

ବିଶ୍ବ ପ୍ରାର୍ଥନା ଦିବସ, ବିଶ୍ବାସରେ ଯୋଡିହୁଏ ଭଗବାନଙ୍କ ସହ ସମ୍ପର୍କ - ବିଶ୍ବ ପ୍ରାର୍ଥନା ଦିବସ

ବିଶ୍ବରେ ପ୍ରତ୍ୟେକ ଧର୍ମାବଲମ୍ବୀ ଲୋକମାନେ ପ୍ରତିଦିନ ନିଜ ଧର୍ମରେ ଭଗବାନ ମାନୁଥିବା ଅଦୃଶ୍ୟ ଶକ୍ତି ନିକଟରେ ପ୍ରାର୍ଥନା କରିଥାନ୍ତି । ପ୍ରାର୍ଥନା କରିବା ଦ୍ବାରା ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଯିବ ବୋଲି ମନରେ ବିଶ୍ବାସ ଜାଗ୍ରତ ହୋଇଥାଏ । ଯାହା ଏକ ପ୍ରକାର ଶକ୍ତି ଯୋଗାଇଥାଏ । ଏହି ପ୍ରାର୍ଥନାର ଗୁରୁତ୍ବ ବୁଝିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ପ୍ରଥମ ଶୁକ୍ରବାରକୁ ବିଶ୍ବ ପ୍ରାର୍ଥନା ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ...

ବିଶ୍ବ ପ୍ରାର୍ଥନା ଦିବସ: ମନରେ ଦୃଢ ମୂଳଦୁଆ ସ୍ଥାପନ ଦିବସର ଲକ୍ଷ୍ୟ

author img

By

Published : Mar 5, 2021, 2:24 PM IST

ହାଇଦ୍ରାବାଦ: ଜୀବନରେ ଅସୁବିଧା ଯାହା ହେଉନା କାହିଁକି, ଆମେ ଯେଉଁଠାରେ ବି ଥାଉ, ସମସ୍ୟାର କାରଣ ଯାହା ହୋଇଥାଉ, ଯେତେ ସମସ୍ୟା ଥାଉ ନା କାହିଁକି ମନୁଷ୍ୟର ମନ ଏକ ସୁପର ପାୱାର ଏବଂ ଦୁନିଆର ସବୁଠାରୁ ଶାନ୍ତ କିନ୍ତୁ ସବୁଠାରୁ ଶକ୍ତିଶାଳୀ ସହିତ ସଂଯୁକ୍ତ । ତେବେ ମନୁଷ୍ୟ ନିଜ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ଅଦୃଶ୍ୟ ଶକ୍ତି ଉପରେ ବିଶ୍ବାସ ରଖିବା ସହିତ ପ୍ରାର୍ଥନା ମଧ୍ୟ କରିଥାନ୍ତି । ତେବେ ବିଶ୍ବରେ ପ୍ରତ୍ୟେକ ଧର୍ମାବଲମ୍ବୀ ଲୋକମାନେ ପ୍ରତିଦିନ ନିଜ ଧର୍ମରେ ଭଗବାନ ମାନୁଥିବା ଅଦୃଶ୍ୟ ଶକ୍ତି ନିକଟରେ ପ୍ରାର୍ଥନା କରିଥାନ୍ତି । ତେବେ ଏହି ପ୍ରାର୍ଥନା ମନୁଷ୍ୟର ମସ୍ତିଷ୍କରେ ପ୍ରତିଦିନ ଚାଲିଥାଏ । ତେବେ ପ୍ରତିବର୍ଷ ମାର୍ଚ୍ଚ ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ପ୍ରାର୍ଥନା ଦିବସ ଭାବେ ପାଳନ କରାଯାଏ ।

ଏହି ଦିବସକୁ ଆନ୍ତର୍ଜାତୀୟ ଇକ୍ୟୁମେନିକାଲ୍ ଖ୍ରୀଷ୍ଟିଆନ ମହିଳାଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । ଏହି ଦିବସ ବିଶ୍ବର ପ୍ରାୟ 170ଟି ଦେଶରେ ପାଳନ କରାଯାଏ । ତେବେ ଏହି ଦିବସରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଏକାଠି କରିବା ସହିତ ଭିନ୍ନ ସଂସ୍କୃତିକୁ ଏକତ୍ର କରିବା ପାଇଁ ଖ୍ରୀଷ୍ଟିଆନ ମହିଳାମାନେ ଏହି ଦିବସକୁ ପାଳନ କରିଥାନ୍ତି । ଆମେରିକାରେ 1887 ମସିହାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା । ଏହି ଦିବସ ପାଳନ କରି ଲୋକଙ୍କୁ ଏକାଠି କରିବା ଆମେରିକାର ଲକ୍ଷ୍ୟ ଥିଲା । 'ଦୃଢ ମୂଳଦୁଆ ନିର୍ମାଣ କରିବା' ଏହି ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି ।

କୋରୋନା ମହାମାରୀ ମଧ୍ୟରେ ମଧ୍ୟ ବିଶ୍ବ ପ୍ରାର୍ଥନା ଦିବସକୁ ପାଳନ କରାଯାଉଛି । ତେବେ ଏହି ସମୟରେ ସମାଜର ଶକ୍ତି ଭାବେ ପ୍ରାର୍ଥନା ଓ ସମ୍ବେଦନଶୀଳତା ସହିତ ମହିଳାମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ କବଳରେ ଦେଶ, ଅଞ୍ଚଳ, ସହର ଓ ଗ୍ରାମ ରହିଛି । କିନ୍ତୁ କେବଳ ପ୍ରାର୍ଥନା ହିଁ ଲୋକଙ୍କୁ ଏକତ୍ର କରିପାରିଛି ।

ତେବେ କୋରୋନା ମହାମାରୀ ମଧ୍ୟରେ ବିଶ୍ବ ପ୍ରାର୍ଥନା ଦିବସକୁ ବିନା ସଂକ୍ରମଣରେ ପାଳନ କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି :-

  • ବିଶ୍ବ ପ୍ରାର୍ଥନା ଦିବସକୁ ପରିବାର ସହିତ ପାଳନ କରନ୍ତୁ ।
  • ଭିଡିଓ କଲ ମାଧ୍ୟମରେ ପ୍ରାର୍ଥନା ସଭାରେ ଯୋଗ ଦିଅନ୍ତୁ ।
  • WDPIC ୟୁଟ୍ୟୁବ ଚ୍ୟାନେଲକୁ ଭିଜିଟ କରନ୍ତୁ ।
  • #WDPUnitedInPrayer ଲିଙ୍କରେ ଦିବସ ସମ୍ପର୍କରେ ଜାଣନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.