ETV Bharat / bharat

ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ: ଫୋକସରେ ପଛୁଆ ସମ୍ପ୍ରଦାୟର ଡିଜିଟାଲ୍ ଏଣ୍ଟ୍ରି - କମ୍ପ୍ୟୁଟର ସାକ୍ଷରତା

ପ୍ରତିବର୍ଷ ଡିସେମ୍ବର 2 ତାରିଖରେ ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ ହେଉଛି । ଏବେ ମଧ୍ୟ ବିଶ୍ବର ଅନେକ ଲୋକଙ୍କ ନିକଟରେ ପ୍ରଯୁକ୍ତିବିଦ୍ୟା ପହଞ୍ଚି ପାରିନାହିଁ । ତେବେ ଡିଜିଟାଲ ଅପହଞ୍ଚ ଲୋକମାନଙ୍କୁ ଡିଜିଟାଲ ପ୍ରବେଶ କରିବା ସହିତ କମ୍ପ୍ୟୁଟର କ୍ଷେତ୍ରରେ ଲୋକମାନଙ୍କୁ ସାକ୍ଷର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

World Computer Literacy Day
ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ: ପଛୁଆ ସମ୍ପ୍ରଦାୟକୁ ଡିଜିଟାଲ୍ ପ୍ରବେଶ କରିବା ମୁଖ୍ୟ ଉଦ୍ଦେଶ୍ୟ
author img

By

Published : Dec 3, 2020, 6:03 PM IST

ହାଇଦ୍ରାବାଦ: ସମ୍ପ୍ରତି ଯୁଗରେ କାଗଜ କଲମର ବ୍ୟବହାର ଖୁବ୍‌ କମ୍‌ । ପୂର୍ବରୁ ସମସ୍ତ ଲିଖିତ କାର୍ଯ୍ୟ ପାଇଁ କଲମ ଓ କାଗଜଟିଏ ନିହାତି ଦରକାର ପଡୁଥିଲା । ମାତ୍ର ବିଜ୍ଞାନର ଅଗ୍ରଗତି ହେବା ସହିତ କମ୍ପ୍ୟୁଟରର ଆଗମନ ହେଲା । ଫଳରେ ସମସ୍ତ କାର୍ଯ୍ୟାଳୟରେ ଏହାର ପ୍ରଚୁର ମାତ୍ରାରେ ବ୍ୟବହାର ପରେ କାଗଜ କଲମ ପ୍ରାୟତଃ ନିଶ୍ଚିହ୍ନ ହେବାରେ ଲାଗିଛି । କାରଣ କମ୍ପ୍ୟୁଟରରେ ସମସ୍ତ ତଥ୍ୟ ଗଚ୍ଛିତ ହୋଇ ରହିପାରେ । ତେବେ ବିଶ୍ବର କୋଣ ଅନୁକୋଣରେ କମ୍ପ୍ୟୁଟର ବ୍ୟବହାର ଯୋଗୁଁ ଏହାକୁ ଚଳାଇବା ସମ୍ପର୍କରେ ଏବଂ ଏହାର ବ୍ୟବହାର ସଂପର୍କରେ ଜାଣିବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଏଥିଲାଗି ପ୍ରତିବର୍ଷ 2 ଡିସେମ୍ବରରେ ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଉଛି । ଏହି ଦିବସ ବିଶେଷ କରି ଶିଶୁ ଏବଂ ମହିଳାମାନଙ୍କର ବୈଷୟିକ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିଥାଏ ।

ଲୋକମାନଙ୍କୁ କମ୍ପ୍ୟୁଟର ବିଷୟରେ ଅବଗତ କରାଇବା ପାଇଁ ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ ଆରମ୍ଭ କରାଯାଇଥିଲା । କାରଣ ବର୍ତ୍ତମାନ ମଧ୍ୟ ପର୍ଯ୍ୟାପ୍ତ ଲୋକଙ୍କ ପାଖରେ ପ୍ରଯୁକ୍ତିବିଦ୍ୟା ପହଞ୍ଚି ପାରିନାହିଁ । ଫଳରେ ଲୋକମାନେ କମ୍ପ୍ୟୁଟର ଶିକ୍ଷାରୁ ଏବେ ମଧ୍ୟ ବଞ୍ଚିତ ହୋଇଛନ୍ତି । ଏଣୁ ଏହି ଦିବସ ପାଳନ କରିବା ଦ୍ବାରା ବିଶ୍ବର ଅଣସଂରକ୍ଷିତ ସମ୍ପ୍ରଦାୟରେ ଏହା ଡିଜିଟାଲ ସାକ୍ଷରତା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଭାରତୀୟ PC ସଂଗଠନ NIIT 2001 ମସିହାରେ ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସକୁ ସ୍ବୀକୃତି ପ୍ରଦାନ କରିଥିଲା । ବ୍ରିଟିଶ ଗଣିତଜ୍ଞ ତଥା ଯାନ୍ତ୍ରିକ ଇଞ୍ଜିନିୟର ଚାର୍ଲ୍ସ ବାବେଜ କମ୍ପ୍ୟୁଟରକୁ ଉଦ୍ଭାବନ କରିଥିଲେ । ତାଙ୍କର ଏହି ଅବଦାନ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରୁଛି ।

କମ୍ପ୍ୟୁଟର ସାକ୍ଷରତାର ଗୁରୁତ୍ବ:-

ବର୍ତ୍ତମାନ ଯୁଗରେ କମ୍ପ୍ୟୁଟରଗୁଡିକର ଏକ ଅତୁଳନୀୟ ଅବଦାନ ରହିଛି । ଏହା ଲୋକଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପଡିଛି । ସମୟ ବଦଳିବା ସହିତ କମ୍ପ୍ୟୁଟରର ଅନେକ ବିବର୍ତ୍ତନ କରାଯାଇଛି । କିନ୍ତୁ କମ୍ପ୍ୟୁଟର ଆନାଲିଟିକାଲରୁ ଡିଜିଟାଲ ରୂପରେ ପରିବର୍ତ୍ତନ ହେବା ସବୁଠାରୁ ମୂଲ୍ୟବାନ ପରିବର୍ତ୍ତନ ।

ଆଜି କମ୍ପ୍ୟୁଟରଗୁଡିକ ଦ୍ରୁତ ଏବଂ ସହଜରେ ଉପଲବ୍ଧ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେଉଛି । ଆଖି ପିଛୁଳାକେ ସମସ୍ତ ସୂଚନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇପାରୁଛି । ବିଶ୍ବରେ ଏହି ଦିବସ ପାଳନ କରାଯିବା ଉଚିତ, ଯାହାଦ୍ବାରା ଲୋକମାନେ କମ୍ପ୍ୟୁଟରର ଲାଭ ପାଇପାରିବେ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସେମାନଙ୍କ ଜୀବନକୁ ଅତିବାହିତ କରିପାରିବେ ।

ଟେକ୍ନୋଲୋଜିର ବୃଦ୍ଧି ହେତୁ କମ୍ପ୍ୟୁଟର ସାକ୍ଷରତା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କମ୍ପ୍ୟୁଟରଗୁଡିକ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି । କମ୍ପ୍ୟୁଟର ସାକ୍ଷରତା ହେଉଛି କମ୍ପ୍ୟୁଟର ପ୍ରୋଗ୍ରାମ ଏବଂ ଅନ୍ୟାନ୍ୟ ବ୍ୟବହାର କରିବାର ମାଧ୍ୟମ । କମ୍ପ୍ୟୁଟର ସହିତ ଜଡିତ ପ୍ରୟୋଗଗୁଡ଼ିକ ସମ୍ପର୍କରେ ପିଲା ଓ ମହିଳାମାନଙ୍କୁ ଶିକ୍ଷା ଦେବା ପ୍ରକୃତରେ ଅତ୍ୟନ୍ତ ଜରୁରୀ ।

ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସର ମହତ୍ତ୍ବ:-

  • ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସରେ ଡିଜିଟାଲ୍ ବିଭାଜନକୁ ହ୍ରାସ କରିବା ଉପରେ ଧ୍ୟାନ ଦେଉଛି ।
  • ଏହି ଦିବସ ପଛୁଆ ସମ୍ପ୍ରଦାୟକୁ ଡିଜିଟାଲ୍ ପ୍ରବେଶ ପ୍ରଦାନ କରିବାରେ ସହଯୋଗ କରୁଛି ।
  • ବୟସ୍କ ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ବର୍ଷର ବ୍ୟକ୍ତିବିଶେଷ ପ୍ରଯୁକ୍ତିବିଦ୍ୟା ଓ କମ୍ପ୍ୟୁଟରର ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ମଧ୍ୟ ଏହି ଦିବସ ପାଳନ କରାଯାଉଛି ।
  • ଏହି ଦିବସ ଡିଜିଟାଲ ସଚେତନତାକୁ ପ୍ରୋତ୍ସାହିତ କରୁଛି ।

ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ ସମ୍ପର୍କରେ ରୋଚକ ତଥ୍ୟ:-

  • ଏଦି ଦିବସ ପ୍ରତିବର୍ଷ ଡିସେମ୍ବର 2 ତାରିଖରେ ପାଳନ କରାଯାଏ ।
  • ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ କମ୍ପ୍ୟୁଟର ସଂପର୍କରେ ସମସ୍ତେ ଅଜ୍ଞ ଥିଲେ ।
  • ଚାର୍ଲସ ବାବେଜ ବିଶ୍ବରେ ପ୍ରଥମେ କମ୍ପ୍ୟୁଟରକୁ ଉଦ୍ଭାବନ କରିଥିଲେ ।
  • 1930 ମସିହାର ଶେଷ ଭାଗରେ ପ୍ରୋଗ୍ରାମବଲ କମ୍ପ୍ୟୁଟରର ବ୍ୟବହାର କରାଗଲା ।
  • ସମୁଦାୟ ବିଶ୍ବ ଜନସଂଖ୍ୟାର 55% ଥିବା ସତ୍ତ୍ବେ ଏସିଆରେ କେବଳ 49% ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି ।
  • ଉତ୍ତର ଆମେରିକାରେ 95% ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି ।
  • କମ୍ପ୍ୟୁଟରର ପ୍ରୋଗ୍ରାମ ଓ ଏହାକୁ ଚଲାଇବାକୁ କମ୍ପ୍ୟୁଟର ସାକ୍ଷରତା କୁହନ୍ତି ।

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ ବା NSSOର ତଥ୍ୟ ଅନୁଯାୟୀ, ଦେଶରେ 4.4 ପ୍ରତିଶତ ଗ୍ରାମୀଣ ଓ 23.4 ପ୍ରତିଶତ ସହରାଞ୍ଚଳର ଲୋକମାନଙ୍କ ନିକଟରେ କମ୍ପ୍ୟୁଟର ଥିବା ବେଳେ 42 ପ୍ରତିଶତ ସହରୀ ବାସିନ୍ଦା କମ୍ପ୍ୟୁଟରରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ଗ୍ରାମୀଣ ଅଞ୍ଚଳର କେବଳ 14.9 ପ୍ରତିଶତ ଲୋକ କମ୍ପ୍ୟୁଟରରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି । 2019 ମସିହାର ଏକ ରିପୋର୍ଟ ଅନୁଯାୟୀ ଗ୍ରାମୀର ପ୍ରାୟ 70 ପ୍ରତିଶତ ଲୋକଙ୍କ ନିକଟକୁ ଉତ୍ତମ ଇଣ୍ଟରନେଟ ସେବା ପହଞ୍ଚିପାରୁନାହିଁ, ତେବେ କମ୍ପ୍ୟୁଟର ସାକ୍ଷର ମଧ୍ୟରେ ଏହା ଏକ ବଡ ବାଧକ ସାଜିଥିବା ମନେ ହେଉଛି । ସମୟ ଅତିକ୍ରମ ସହିତ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଘଟୁଥିବାରୁ କମ୍ପ୍ୟୁଟର ସମ୍ପର୍କରେ ଶିକ୍ଷା ଗ୍ରହଣ କରିବା ନିହାତି ଜରୁରୀ ହୋଇପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.