ETV Bharat / bharat

2ଲକ୍ଷ କିମି ଜାତୀୟ ରାଜପଥର ହେବ ବିକାଶ, 2025 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ: ଗଡକରୀ

author img

By

Published : Jan 31, 2022, 3:38 PM IST

ଜାତୀୟ ରାଜପଥର ବିକାଶ ପାଇଁ କାମ କରୁଛି କେନ୍ଦ୍ର । 2025 ସୁଦ୍ଧା ଏହାର କାମ ଶେଷ କରିବା ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

working towards development of national highway network says nitin gadkari
2ଲକ୍ଷ କି.ମିର ଜାତୀୟ ରାଜପଥର ହେବ ବିକାଶ, 2025 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ: କେନ୍ଦ୍ର

ନୂଆଦିଲ୍ଲୀ: ଜାତୀୟ ରାଜପଥର ବିକାଶ ପାଇଁ କାମ କରୁଛି କେନ୍ଦ୍ର । ଏଥିସହ 2025 ସୁଦ୍ଧା ଏହାର କାମ ଶେଷ କରିବା ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗତ ଗୁରୁବାର ଆଇଆଇଏମ ଦ୍ବାରା ଆୟୋଜିତ ବୈଠକରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଜାତୀୟ ରାଜପଥ ବିକାଶ ନେଇ ସୂଚନା ଦେଇଛନ୍ତି।

ଗଡକରୀ କହିଛନ୍ତି, 2 ଲକ୍ଷ କିଲୋମିଟର ବିଶିଷ୍ଟ ଏକ ଜାତୀୟ ରାଜପଥର ବିକାଶ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି। ଯାହାକୁ 2025 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାସ୍ତାରେ ଯାତ୍ରା ସମୟ ହ୍ରାସ କରିବା ପାଇଁ 22ଟି ଗ୍ରୀନ୍ ଫିଲ୍ଡ ଆକ୍ସେସ୍ କଣ୍ଟ୍ରୋଲ୍ ଏକ୍ସପ୍ରେସୱେର ବିକାଶ କରାଯାଉଛି । ଭାରତରେ 5 ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ପାଇଁ ଭିତ୍ତିଭୂମି ବିକାଶର ଭୂମିକା ବିଷୟରେ ମଧ୍ୟ ଗଡ଼କରୀ ସୂଚନା ଦେଇଛନ୍ତି।

ଯାତ୍ରା ସମୟ ଏବଂ ଇନ୍ଧନ ମୂଲ୍ୟ ହ୍ରାସ କରିବା ବ୍ୟତୀତ ଫାଷ୍ଟ ଟ୍ରାକ୍ ହାଇୱେ ମଧ୍ୟ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିଥାଏ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଆମର ପ୍ରାଥମିକତା ହେଉଛି ବର୍ତ୍ତମାନର ଜିଡିପି 14-16 ପ୍ରତିଶତରୁ ଲଜିଷ୍ଟିକ୍ ମୂଲ୍ୟ 10%କୁ ହ୍ରାସ କରିବା। ଚାଇନାରେ ଏହା 8-10 ପ୍ରତିଶତ ଏବଂ ୟୁରୋପୀୟ ଦେଶମାନଙ୍କରେ 12 ପ୍ରତିଶତ ରହିଛି। ଯଦି ଭାରତରେ 10-12 ପ୍ରତିଶତକୁ ଆସିବ, ତେବେ ଅନ୍ତର୍ଜାତୀୟ ବଜାରରେ ଭଲ ପ୍ରତିଦ୍ବନ୍ଦିତା କରିହେବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗତି-ଶକ୍ତି ଜାତୀୟ ଯୋଜନାରେ ସମନ୍ବିତ ଭିତ୍ତିଭୂମିର ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଦୂରଦୃଷ୍ଟି ରଖିଛନ୍ତି।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.