ମୁମ୍ବାଇ: ମହାରାଷ୍ଟ୍ରସ୍ଥିତ ୱାକିପଡାରେ ଥିବ ଇନ୍ଦୁଜା କମ୍ପାନୀରେ ବିସ୍ଫୋରଣ ଘଟିଛି । ଫଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ଶ୍ରମିକଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣା ଥିବା ଜଣାପଡ଼ିଛି ।
ବୁଧବାର ଇନ୍ଦୁଜା କମ୍ପାନୀରେ କୌଣସି କାରଣରୁ ଏକ ହାଇଡ୍ରୋଜେନ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତା ସହିତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଛନ୍ତି । ସେପଟେ ଭସାଇ ଭିରାର୍ ପୌର ପରିଷଦ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ପରଖିଛନ୍ତି ।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କମ୍ପାନୀ ଆଖପାଖ କେତେକ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏହି ବିସ୍ଫୋରଣ ଯୋଗୁଁ କମ୍ପାନୀକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ଆଖାପାଖ ଅଞ୍ଚଳରେ ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଝରକା କାଚ ଭାଙ୍ଗିଛି । ବିସ୍ଫୋରଣର ତୀବ୍ର ଶବ୍ଧ ୧ କିମି ପର୍ଯ୍ୟନ୍ତ ଶୁଣାଯାଇଥିଲା ।
ସ୍ଥାନୀୟ ପଜାର ବଜାର ରାସ୍ତାରେ ରହିଛି ଇନ୍ଦୁଜା କମ୍ପାନୀ । ଏହି କମ୍ପାନୀରେ ମୋଟ ୫୦ ଜଣ ଶ୍ରମିକ କାମ କରନ୍ତି । କିନ୍ତୁ ବୁଧବାର କେବଳ ୨୫ରୁ ୩୦ ଜଣ ଶ୍ରମିକ କମ୍ପାନୀକୁ କାମ କରିବାକୁ ଆସିଥିଲେ । ତେବେ କୌଣସି କାରଣରୁ ହାଇଡ୍ରୋଜେନ୍ ସିଲିଣ୍ଡରରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି ।