ETV Bharat / bharat

ୱାର୍କ ଫ୍ରମ୍ ହୋମ୍ ଯୋଗୁଁ ଦୃଷ୍ଟିଶକ୍ତି ଓ ଶ୍ରବଣ ସମସ୍ୟା

author img

By

Published : Feb 28, 2021, 3:28 PM IST

କୋରୋନା ଯୋଗୁଁ ଅନଲାଇନ କ୍ସାସ ଓ ୱାର୍କ ଫ୍ରମ ହୋମ୍‌ର ବ୍ୟବସ୍ଥା ହୋଇଥିଲା । ଯାହାଦ୍ୱାରା ଆଖି ଓ କାନ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

ୱାର୍କ ଫ୍ରମ୍ ହୋମ୍ ଯୋଗୁଁ ଦୃଷ୍ଟିଶକ୍ତି ଓ ଶ୍ରବଣ ସମସ୍ୟା
ୱାର୍କ ଫ୍ରମ୍ ହୋମ୍ ଯୋଗୁଁ ଦୃଷ୍ଟିଶକ୍ତି ଓ ଶ୍ରବଣ ସମସ୍ୟା

କୋଭିଡ-୧୯ ମହାମାରୀ କଟକଣା ଯୋଗୁଁ ଅନଲାଇନ କ୍ଲାସ୍ ଓ ୱାର୍କ ଫ୍ରମ୍ ହୋମରେ ଆଖି ଓ କାନ ସମସ୍ୟା ସୃଷ୍ଟି ହେଉଛି । ଶିଶୁ, ତରୁଣ ଓ କିଶୋରମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଉଛି । ଇୟରଫୋନ, ମୋବାଇଲ ଫୋନ ଓ ଲାପଟପର ବହୁଳ ବ୍ୟବହାର ହେଉଥିବାରୁ ଦୃଷ୍ଟିଶକ୍ତି ଓ ଶ୍ରବଣ ସମସ୍ୟା ଗୁରୁତର ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ତେବେ, ଗୁରୁଗ୍ରାମ ଭଳ କିଛି ସହରରେ ଶବ୍ଦ ପ୍ରଦୂଷଣ ମଧ୍ୟ ଶ୍ରବଣଶକ୍ତି ସମସ୍ୟା ସୃଷ୍ଟି କରୁଛି ବୋଲି ଡାକ୍ତରମାନଙ୍କ ମତ। ବୟସ ସଂପର୍କିତ କାରଣ ଅପେକ୍ଷା ଲୋକଙ୍କ ଜୀବନଶୈଳୀ ବି ଆଖି ଓ କାନ ସମସ୍ୟା ସହ ଜଡିତ ବୋଲି କହନ୍ତି ଗୁରୁଗ୍ରାମ ସ୍ଥିତ ଆରଜି ଇଏନଟି ହସପିଟାଲର ଡାକ୍ତର ରାହୁଲ ଗର୍ଗ । କୋଭିଡ ମହାମାରୀ ପୂର୍ବରୁ କିଛି ରୋଗୀ ଦୀପାବଳି ପରେ ଶ୍ରବଣ ସମସ୍ୟା ନେଇ ହସପିଟାଲ ବା କ୍ଲିନିକ ଯାଉଥିଲେ । କିନ୍ତୁ କୋଭିଡ ମହାମାରୀ ମଧ୍ୟରେ ବି ସବୁ ବୟସ ଶ୍ରେଣୀର ରୋଗୀ ଶ୍ରବଣ ଶକ୍ତି ସମସ୍ୟା ଓ ଆଖି ସଂକ୍ରମଣ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ବୋଲି ଗର୍ଗ କହନ୍ତି ।

ସେ କହନ୍ତି ଯେ, ଅଧିକାଂଶ ଲୋକଙ୍କର ସମସ୍ୟା ହାଇଭଲ୍ୟୁମରେ ହେଡଫୋନ୍‌ର ବ୍ୟବହାର, ମୋବାଇଲ ଓ ଲାପଟପ୍‌ର ବ୍ୟାପକ ବ୍ୟବହାର ଯୋଗୁଁ ହୋଇଥିଲା । ଇୟରଫୋନ, ମୋବାଇଲ ଓ ଲାପଟପ୍‌ର ଲଗାତର ବ୍ୟବହାର ହିଁ ଲୋକଙ୍କ ମଧ୍ୟରେ ଶ୍ରବଣ ଓ ଦୃଷ୍ଟିଶକ୍ତି ସମସ୍ୟା ସୃଷ୍ଟି କରିିଛି । ୧୨୦ ଡେସିବେଲ କାନ ପାଇଁ କ୍ଷତିକାରକ । ୧୪୦ ଡେସିବେଲକୁ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ କରିପାରେ । ୧୦୦ରୁ ଅଧିକ ଡେସିବେଲ ଶବ୍ଦ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ । ବୟସ୍କମାନେ ଇୟରଫୋନର ଭଲ୍ୟୁମ ସେଟ୍ କରିପାରିବେ । କିନ୍ତୁ ପିଲାମାନେ ଏଭଳି କରିପାରନ୍ତି ନାହିଁ । ତେଣୁ ସେମାନେ ଶ୍ରବଣ ଶକ୍ତି ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଇଏନ୍‌ଟି ସ୍ପେଶାଲିଷ୍ଟ ଯୋଗେଶ ଗୋୟଲ କହନ୍ତି ଯେ,ଅନେକ ଲୋକ ହେଡଫୋନ୍ ସହ ଲାପଟପ ଆଗରେ ୮ ଘଣ୍ଟାରୁ ଅଧିକ ସମୟ ଧରି କାମ କରନ୍ତି । ଏହି ସ୍ଥିତି ସେମାନଙ୍କ କାନ ଉପରେ ଅଧିକ ଚାପ ପକାଏ । ଏହାଛଡା ବିଶୋଧନ ହୋଇ ନ ଥିବା ଇୟରରବଡ୍ ବା ଇୟର ପ୍ଲଗ ସଂକ୍ରମଣ ସୃଷ୍ଟି କରିପାରେ । ନିୟମିତ ବ୍ୟବଧାନରେ ଲୋକେ କାନରୁ ଇୟରଫୋନ କିଛି ସମୟ ହଟାଇବା ଉଚିତ । ଏଭଳି କଲେ କାନ ଭିତରକୁୁ ତାଜା ପବନ ପଶି ଆରମ ଲାଗିବ । ସ୍କୁଲ ଛାତ୍ରଛାତ୍ରୀମାନେ ହେଡଫୋନ ଆଦୌ ବ୍ୟବହାର କରିବା ଉଚିତ ନୁହେଁ ବୋଲି ଗୋୟଲ ପରାମର୍ଶ ଦିଅନ୍ତି । ଯଦି ସେମାନେ ଲାପଟପ୍ ଓ ପର୍ସନାଲ କମ୍ପ୍ୟୁଟର ଜରିଆରେ ଅନଲାଇନ କ୍ଲାସ କରିଥାନ୍ତି, ତାହାହେଲେ ସଂପୃକ୍ତ ଡିଭାଇସ୍‌ର ଭଲ୍ୟୁମ ଯଥେଷ୍ଟ । ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ମଧ୍ୟ ଡାକ୍ତରମାନେ ଗୁରୁତ୍ୱାରୋପ କରିଛନ୍ତି । ଶବ୍ଦ ପ୍ରଦୂଷଣକାରୀଙ୍କ ବିରୋଧରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେମାନେ କହିଛନ୍ତି । ଶବ୍ଦ ପ୍ରଦୂଷଣକାରୀଙ୍କୁ ଧରିବା ପାଇଁ ଟ୍ରାଫିକ ପୋଲିସ ଅଡିଓ ମିଟରର ବ୍ୟବହାର ବୃଦ୍ଧି କରିବା ଦରକାର ।

ଗୁରୁଗ୍ରାମ ଡିସିପି (ଟ୍ରାଫିକ) ଡି.କେ ଭରଦ୍ୱାଜ ସୂଚନା ଦେଇଛନ୍ତି ଯେ, ୨୦୨୦ରେ ପ୍ରେସର ହୋକିଂ ପାଇଁ ୩୨୬ଟି ଚାଲାଣ ଜାରି କରାଯାଇଥିଲା । ମୋଟର ବାଇକ ଓ ଅନ୍ୟ ଯାନବାହନରୁ ସାଇଲେନ୍ସର ହଟାଇଥିବାରୁ ୨୯୧ ଜଣଙ୍କ ଉପରେ ଜରିମାନା ଲଗାଯାଇଥିଲା । ଗୁରୁଗ୍ରାମରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଭରଦ୍ୱାଜ କହିଛନ୍ତି । ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ସମୟେ ସମୟେ ବ୍ୟାପକ ଧରପଗଡ ଅଭିଯାନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଦେଶରେ ସବୁ ସହରରେ ଟ୍ରାଫିକ ନିୟମ ଯଦି କଡାକଡି ପାଳନ ହୁଅନ୍ତା, ତାହା ହେଲେ ଶବ୍ଦ ପ୍ରଦୂଷଣ ହ୍ରାସ ପାଆନ୍ତା । ସମସ୍ତେ ଶବ୍ଦ ପ୍ରଦୂଷଣର କ୍ଷତିକାରକ ପ୍ରଭାବ ସଂପର୍କରେ ସଚେତନ ହେବା ଏକାନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.