ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ପାରିତ ହୋଇସାରିଥିବା ମହିଳା ସଂରକ୍ଷଣ ବିଲ୍ ଆଜି ରାଜ୍ୟସଭାରେ ଆଗତ ହୋଇଛି । ଏହା ଉପରେ ଆଜି ଚର୍ଚ୍ଚା ମଧ୍ୟ ଜାରି ରହିଛି । ତେବେ ଏହି ବହୁଚର୍ଚ୍ଚିତ ବିଲ୍କୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବିତର୍କ କମ ଓ ଶ୍ରେୟ ନେବାର ପ୍ରତିଦ୍ବନ୍ଦ୍ବିତା ଅଧିକ ହେଉଥିବା ପରି ଦେଖିବାକୁ ମିଳିଛି । ଏହି ବିଲକୁ ନିଜର ମୌଳିକ ବିଚାର ଓ ଏକାଧିକ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଲାଗୁ କରିବା ପାଇଁ ପ୍ରୟାସ କରାଯାଇଥିବା କଂଗ୍ରେସ କହିଛି । ଆଜି ରାଜ୍ୟସଭାରେ ଚର୍ଚ୍ଚାରେ ଅଂଶଗ୍ରହଣ କରି ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଲ କହିଛନ୍ତି, ଏହି ବିଲ କଂଗ୍ରେସର ମୌଳିକ ବିଚାର । ତେଣୁ ଦଳ ଏହାକୁ ଦୃଢ ସମର୍ଥନ କରିଛି । ବିଜେପି ହିଁ ଏହାକୁ କଂଗ୍ରେସ କାର୍ଯ୍ୟକାଳରେ ଏହାକୁ ବିରୋଧ କରିଥିଲା । ହେଲେ ଏବେ ଏହାକୁ ଲାଗୁ କରି ଶ୍ରେୟ ନେବାକୁ ପ୍ରୟାସ କରୁଛି ।
-
Life-transforming decisions must be taken from the heart, not the mind!
— K C Venugopal (@kcvenugopalmp) September 21, 2023 " class="align-text-top noRightClick twitterSection" data="
Your political calculations have forced this Bill, which is why you're indefinitely delaying the implementation with caveats like the census and delimitation.
In our history, schemes like MGNREGA, SHGs,… pic.twitter.com/jsaBct0uuZ
">Life-transforming decisions must be taken from the heart, not the mind!
— K C Venugopal (@kcvenugopalmp) September 21, 2023
Your political calculations have forced this Bill, which is why you're indefinitely delaying the implementation with caveats like the census and delimitation.
In our history, schemes like MGNREGA, SHGs,… pic.twitter.com/jsaBct0uuZLife-transforming decisions must be taken from the heart, not the mind!
— K C Venugopal (@kcvenugopalmp) September 21, 2023
Your political calculations have forced this Bill, which is why you're indefinitely delaying the implementation with caveats like the census and delimitation.
In our history, schemes like MGNREGA, SHGs,… pic.twitter.com/jsaBct0uuZ
ବେଣୁଗୋପାଲ କହିଛନ୍ତି, କଂଗ୍ରେସ ସମୟରେ ଏହାକୁ ଲାଗୁ କରିବା ପାଇଁ ପ୍ରଥମେ 1989ରେ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା । ଲାଲକୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀଙ୍କ ପରି ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ଏହି ବିଲ ବିପକ୍ଷରେ ଭୋଟ ଦେଇଥିଲେ । ତେବେ ସେମାନେ 2014ରେ କ୍ଷମତାକୁ ଆସିବା ପରେ ଏହାକୁ ଲାଗୁ କରିବା ପାଇଁ କହିଲେ । ହେଲେ କ୍ଷମତାକୁ ଆସିବାର ସାଢେ 9 ବର୍ଷ ପରେ ଏହାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ । ସେମାନଙ୍କୁ କି’ଏ ରୋକିଥିଲା । ସେମାନେ କେବଳ ମହିଳା ସଂରକ୍ଷଣ ବିଲର ଶ୍ରେୟ ନେବାକୁ ପ୍ରୟାସ କରୁଛନ୍ତି । ଏହି ବିଲ କଂଗ୍ରେସର ମୌଳିକ ବିଚାର । ସେଥିପାଇଁ ଏହାକୁ କଂଗ୍ରେସ ଦୃଢ ସମର୍ଥନ ଘୋଷଣା କରିସାରିଛି ।
ସେହିପରି କଂଗ୍ରେସର ଲିଙ୍ଗଗତ ସମାନତା ବିଚାରର ଉଦାହରଣ ଦେଇ ବେଣୁଗୋପାଲ କହିଥିଲେ, 1931 ମସିହାରେ ତତ୍କାଳୀନ କଂଗ୍ରେସ ନେତ୍ରୀ ସରୋଜିନୀ ନାଇଡୁ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେବେ ଠାରୁ ଏହି ବିଚାର କଂଗ୍ରେସ ମଧ୍ୟରେ ରହିଆସିଛି । ବିଜେପି ମହିଳାଙ୍କ ସଶକ୍ତିକରଣ କଥା କହୁଛି, ହେଲେ ସେମାନଙ୍କ ଦଳ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ଦ୍ବାରା ପରିଚାଳିତ । ଯେଉଁଠାରେ ମହିଳା ନାହାନ୍ତି । ଯେତେବେଳେ କଂଗ୍ରେସ ଏହି ବିଲ ଆଗତ କରିଥିଲା, ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ସାଂସଦ ଯୋଗୀ ଆଦିତ୍ୟନାଥ ଏହି ବିଲକୁ ପାରିପାରିବ ଅବଧାରଣା ତତ୍ତ୍ବ ପ୍ରଭାବିତ ହେବ କହି ବିରୋଧ କରିଥିଲେ । ଯାହାର ଏକ କପି ମଧ୍ୟ ରାଜ୍ୟସଭାରେ ବେଣୁଗୋପାଲ ଦେଖାଇଥିଲେ ।
ଏହା ମଧ୍ୟ ପଢନ୍ତୁ:- ମହିଳା ସଂରକ୍ଷଣ ବିଲକୁ ସୋନିଆଙ୍କ ସମର୍ଥନ, କହିଲେ ଅବିଳମ୍ବେ ପାସ କରାଯାଉ
ଏହା ପୂର୍ବରୁ ଏହି ବିଲକୁ ଚଳିତ ସେସନରେ ଅଣାଯାଉ ବୋଲି କଂଗ୍ରେସ ଦାବି କରିଥିଲେ । ପରେ ଏହି ବିଲକୁ ଗୃହରେ ସମର୍ଥନ ଘୋଷଣା କରିଥିଲା କଂଗ୍ରେସ । ଏହା ପାସ ହେଲେ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା ନେଇ ଲୋକସଭାରେ ଚର୍ଚ୍ଚାରେ ଅଂଶଗ୍ରହଣ କରି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମନ୍ତବ୍ୟ ରଖିଥିଲେ । ଆଜି ବେଣୁଗୋପାଲ ମଧ୍ୟ ଏହି ବିଚାରର ଉତ୍ପତି କଂଗ୍ରେସର ବିଚାରଧାରାରୁ ହୋଇଛି ବୋଲି କହିଛନ୍ତି । ଆଜି ରାଜ୍ୟସଭାରେ ଏହି ବିଲ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି । ଗତକାଲି ଏହା 454 ଭୋଟ ସହ ଲୋକସଭାରେ ପାରିତ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ