ETV Bharat / bharat

Russia Ukraine War: ପୁଅକୁ ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ

author img

By

Published : Mar 3, 2022, 10:53 PM IST

ଦିନକୁ ଦିନ ଜଟିଳ ହେଉଛି ୟୁକ୍ରେନ ଓ ଋଷିଆ ଯୁ୍ଦ୍ଧ । ଏପଟେ ଭାରତୀୟଙ୍କୁ ଉଦ୍ଧାର ଲାଗି ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Russia Ukraine War: ପୁଅକୁ ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ
Russia Ukraine War: ପୁଅକୁ ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ

ହାଇଦ୍ରାବାଦ: ଦିନକୁ ଦିନ ଜଟିଳ ହେଉଛି ୟୁକ୍ରେନ ଓ ଋଷ ଯୁ୍ଦ୍ଧ । ଏପଟେ ଭାରତୀୟଙ୍କୁ ଉଦ୍ଧାର ଲାଗି ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏଥିସହ ବିଭିନ୍ନ ଦେଶର ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେହିପରି ପୁଅର ସୁରକ୍ଷିତ ଫେରିବା ନେଇ ଜଣେ ମାଆ ଆକୁଳ ନିବେଦନ କରିଛନ୍ତି । ପୁଅକୁ ଫେରାଇ ଆଣିବା ଲାଗି ଆଜି ମାଆ ଜଣଙ୍କ ତେଲେଙ୍ଗାନ ମୁୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ଚିଠି ଲେଖିଛନ୍ତି । ତେବେ ଆମେ କହୁଛି, ୟୁକ୍ରେନରରେ ଡାକ୍ତରୀ ପାଠ ପଢୁଥିବା ତେଲଙ୍ଗାନର ଛାତ୍ର ନିଜାମୁଦ୍ଦିନ ଅମନ୍‌(୧୯) ।

ସେହିଭଳି ଅମନ୍‌ ୟୁକ୍ରେନରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଛନ୍ତି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହଥିବା ଯୁଦ୍ଧ କାରଣରୁ ସେ ଫସି ରହିଛନ୍ତି । ତେବେ ତାଙ୍କ ମାଆ ରଜିଆ ବେଗମ୍‌ ଏନେଇ ଆଜି ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅର ଉଦ୍ଧାର ପାଇଁ ଚିଠି ଲେଖିଛନ୍ତି । ତେବେ ୟୁକ୍ରେନର ପଶ୍ଚିମାଞ୍ଚାଳରେ ଥିବା ସୁମି ସହରରେ ଫସି ରହିଛନ୍ତି ଅମନ୍‌ ବୋଲି ତାଙ୍କ ମାଆ କହିଛନ୍ତି ।

ଏତଦ୍‌ବ୍ୟତିତ୍‌ ତାଙ୍କ ସହ ପ୍ରାୟ ୫ଶହ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବା ସେ କହିଛନ୍ତି । ଏପଟେ ଋଷୀୟ ସେନାର ବାରମ୍ବାର ଆକ୍ରମଣ ଜାରି ରହିଥିବାରୁ ସେମାନେ ବଙ୍କର ଭିତରୁ ବାହାରି ପାରୁନାହାନ୍ତି ବୋଲି କହିଛନ୍ତି । ଏଥିସହ ମେଟ୍ରୋ ଷ୍ଟସନ ସମ୍ପୂର୍ଣ୍ଣ ନଷ୍ଟ ମଧ୍ୟ ହୋଇଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଜିଆ ବେଗମ ପୁଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ସୂଚନା ଅନୁସାରେ ୨୦୨୦ ମାର୍ଚ୍ଚରେ ଲକ୍‌ ଡାଉନ କାରଣରୁ ତାଙ୍କ ପୁଅ ଆନ୍ଧ୍ରପ୍ରଦେଶର ନେଲୋରୋରେ ଫସି ରହିଯାଇଥିଲେ । ତେବେ ତାଙ୍କୁ ଆଣିବା ଲାଗି ରଜିଆ ବେଗମ ସ୍କୁଟି ଚଲାଇ ପୁଅକୁ ଆଣିବା ପାଇଁ ଯାଇଥିଲେ ।

ସେତେବେଳେ ଏହି ଘଟଣା ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ଏହାକୁ ମଧ୍ୟ ବହୁତ ଲୋକ ପ୍ରସଂଶା କରିଥିଲେ । ଏବେ ପୁ୍ଅର ଏଭଳି ସ୍ଥିତିରେ ମାଆର ମନ ସମ୍ଭାଳି ପାରୁନାହିଁ । ୟୁକ୍ରେନ୍‌ରେ ଫସି ରହିଥିବା ସମସ୍ତଙ୍କୁ ପୁଅଙ୍କୁ ଉଦ୍ଧାର ପାଇଁ ସେ ନିବେଦନ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.