ETV Bharat / bharat

ଟିକା ନେଲେ ମିଳୁଛି ସୁନା, ଜାଣନ୍ତୁ କେଉଁଠି... - Gold Nose Pins

ଲୋକମାନେ ଅଧିକ ପରିମାଣରେ ଟିକା ନେବାକୁ ଆସିବା ପାଇଁ ନିଆରା ପ୍ରୟାସ । ରାଜକୋଟର ଗୋଲ୍ଡ ସ୍ମିତ କମ୍ୟୁନିଟି ପକ୍ଷରୁ ଟିକା ନେଉଥିବା ବ୍ୟକ୍ତିଙ୍କୁ ଦିଆଯାଉଛି ଗିଫ୍ଟ । ଅଧିକ ପଢନ୍ତୁ...

Women Receive Gold Nose Pins And Men Get Hand Blenders For Taking Coronavirus Vaccine In Rajkot
ଟିକା ନିଆ ସୁନା ନୋଥ ପାଅ,ଜାଣନ୍ତୁ କେଉଁଠାରେ ମିଳୁଛି
author img

By

Published : Apr 4, 2021, 9:57 AM IST

ଗାନ୍ଧୀନଗର: ଟିକା ନିଅ, ଉପହାରରେ ସୁନା ପାଅ । ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଲୋକମାନେ ଅଧିକ ପରିମାଣରେ ଟିକା ନେବାକୁ ଆସିବା ପାଇଁ ରାଜକୋଟର ଗୋଲ୍ଡ ସ୍ମିତ କମ୍ୟୁନିଟି ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଟିକା ନେବାକୁ ଆସୁଥିବା ଲୋକଙ୍କୁ ଟିକା ଦିଆଯିବା ସହ ଗିଫ୍ଟ ମଧ୍ୟ ଦିଆଯାଉଛି । ଯେଉଁ ପୁରୁଷମାନେ ଟିକା ନେଉଛନ୍ତି ସେମାନଙ୍କୁ ହ୍ୟାଣ୍ତ ବ୍ଲଣ୍ଟର ଦିଆଯାଉଥିବା ବେଳେ ମହିଳାମାନଙ୍କୁ ସୁନାର ନୋଥ ପ୍ରଦାନ କରାଯାଉଛି । ଯାହା ଗୁଜୁରାଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଶରେ ଗତ ଦୁଇ ଦିନ ହେବ କୋରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି । ଗୁରୁବାର 72 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର 81 ହଜାରରୁ ଅଧିକ ଚିହ୍ନଟ ହୋଇଥିଲେ । ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ, ସାତ କୋଟି କୋରୋନା ଟିକା ଦିଆ ଯାଇଥିବା ବେଳେ ଶୁକ୍ରବାର ଦିନ କେବଳ 12ଲକ୍ଷ 76 ହଜାର 191 ଲୋକଙ୍କୁ କୋରୋନ ଡୋଜ ଦିଆଯାଇଛି । ଶନିବାର ଦିନ ରାଜ୍ୟରେ 2,815 ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 13 ଜଣ ମୃତ୍ୟୁ ହୋଇଛି । ଗତ 110 ଦିନ ମଧ୍ୟରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.