ETV Bharat / bharat

କଂଗ୍ରେସ ବିଧାୟକଙ୍କ ଅଭିଯୋଗ, କର୍ଣ୍ଣାଟକରେ ସରକାରୀ ଚାକିରି ଚାହୁଁଥିଲେ ମହିଳା ରାତି କାଟିବାକୁ ବାଧ୍ୟ

author img

By

Published : Aug 13, 2022, 1:45 PM IST

ବିଜେପି ଶାସିତ କର୍ଣ୍ଣାଟକରେ ସରକାରୀ ଚାକିରି ପାଇଁ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପଡୁଛି । ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ । ଅଧିକ ପଢନ୍ତୁ

ବିଜେପି ଶାସିତ କର୍ଣ୍ଣାଟକରେ ଚାକିରି ପାଇଁ ଯୁବତୀ ରଖୁଛନ୍ତି ଶାରୀରିକ ସମ୍ପର୍କ: ବିଧାୟକ ପ୍ରିୟାଙ୍କ

ବେଙ୍ଗାଲୁରୁ: କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ (MLA Priyank Kharge)ଙ୍କ ବିବାଦୀୟ ବୟାନ । ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସରକାରୀ ଚାକିରି ଖଣ୍ଡେ ପାଇଁ ରାଜ୍ୟରେ ମହିଳାଙ୍କୁ ଶାରିରୀକ ସମ୍ପର୍କ/ ରାତି କାଟିବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟାଙ୍କ । ଏପଟେ ପ୍ରିୟାଙ୍କ ଏପରି ଅଭିଯୋଗ ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ସାମ୍ବାଦିକ ସମ୍ମିଳନୀ କରି ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସେ । ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ଅନେକ ଦୁର୍ନୀତି କରୁଛନ୍ତି ବୋଲି ସେ ଅଭିଯୋଗ ଆଣି କହିଛନ୍ତି କି, " ରାଜ୍ୟ ସରକାର ସରକାରୀ ପଦବୀକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଦି କୌଣସି ଯୁବତୀ ଚାକିରି ଖଣ୍ଡିଏ ପାଇଁ ଉଦ୍ୟମ କରୁଛି, ତେବେ ତାକୁ କୌଣସି ପର ପୁରୁଷ ସହିତ ସମ୍ପର୍କ ରଖିବାକୁ ପଡୁଛି । ଯୁବକ ମାନେ ଚାକିରି ପାଇଁ ଲାଞ୍ଚ ଦେଉଛନ୍ତି । ଜଣେ ମନ୍ତ୍ରୀ ଚାକିରି କରେଇ ଦେବା ଲାଗି ଯୁବତୀଙ୍କୁ ତାଙ୍କ ସହିତ ସମ୍ପର୍କ ରଖିବାକୁ କହିଥିଲେ । ଏହି ଦୁର୍ନୀତି ସାମନାକୁ ଆସିବା ପରେ ସେହି ମନ୍ତ୍ରୀ ଜଣକ ଇସ୍ତଫା ଦେଇଛନ୍ତି । ଏହା ମୋ ବୟାନକୁ ପ୍ରମାଣ କରୁଛି । "

ସେ ଆହୁରି କହିଛନ୍ତି କି, ‘‘ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ଼(KPTCL) ୧୪୯୨ଟି ପୋଷ୍ଟ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲା । ଏଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର, ସିଭିଲ ଇଞ୍ଜିନିୟର ପୋଷ୍ଟ ରହିଥିଲା । ଗୋକାକରେ ଜଣେ ପରୀକ୍ଷାର୍ଥୀ ବ୍ଲୁଟୁଥ ଲଗାଇ ପରୀକ୍ଷା ଦେଉଥିବା ବେଳେ ଗିରଫ ହୋଇଥିଲା । ଏଥିରେ ପ୍ରାୟ ୬୦୦ଟି ପୋଷ୍ଟ ପାଇଁ ଡିଲ୍‌ ହୋଇଥିଲା । ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ଲାଗି ୫୦ ଲକ୍ଷ ଲାଞ୍ଚ ନେବା ପାଇଁ ସ୍ଥିର କରାଯାଇଥିବା ବେଳେ ଜୁନିଅର ଇଞ୍ଜିନିଅର ଲାଗି ୩୦ ଲକ୍ଷ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ହେଲେ ଦକ୍ଷ ଓ ପ୍ରତିଭାବାନ ପିଲା କେଉଁ ଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ।’’

ବିଧାୟକ ପ୍ରିୟାଙ୍କ 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନକୁ ଟାର୍ଗେଟ କରି କହିଛନ୍ତି, " ବିଜେପି ସରକାର ବ୍ୟାପାର ଲାଗି ଜାତୀୟତାକୁ ଆପଣାଇଛନ୍ତି । ପଲିଷ୍ଟର ପତାକା ବ୍ୟବହାରକୁ ଅନୁମତି ଦେବା ପାଇଁ ଫ୍ଲାଗ କୋଡରେ ସଂଶୋଧନ କରାଯାଇଛି । ଏହାର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ରିଲାଏନ୍ସ କମ୍ପାନୀ, ଯାହାର ଅଧିକାରୀମାନଙ୍କୁ ପତାକା ବିକ୍ରେତା କରାଯାଇଛି । ରେଳ କର୍ମଚାରୀଙ୍କୁ ସେମାନଙ୍କ ବେତନ କଟାଯାଇ ବାଧ୍ୟତାମୂଳକ ଭାବେ ପତାକା ପ୍ରଦାନ କରାଯାଉଛି ।"

ଯେଉଁଠି ରାଜ୍ୟ ସରକାର 'ଦ କାଶ୍ମୀର ଫାଇଲ୍ସ' ଫିଲ୍ମ ପାଇଁ ଟାକ୍ସ ଫ୍ରି ଘୋଷଣା କରିଥିଲେ ଏଠାରେ ମାଗଣାରେ ଜାତୀୟ ପତାକା ବିକ୍ରି କରିବା ପାଇଁ କଣ ସମର୍ଥ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଖଡଗେ । ସେ ଆହୁରି କହିଛନ୍ତି," ତାଙ୍କୁ ୨୦ ହଜାର ପତାକା କିଣିବା ଲାଗି କୁହାଯାଇଥିବା ବେଳେ ସେ ମନା କରିଥିଲେ । ପଲିଷ୍ଟର ପତାକା ବଦଳରେ ସେ ପ୍ରାୟ ୧୦ ହଜାର ଖଦି ପତାକା ମାଗଣାରେ ଜିଲ୍ଲା କଂଗ୍ରେସ ବାଣ୍ଟୁଛି । "

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.