ETV Bharat / bharat

Hijab Row: କଂଗ୍ରେସ ନେତା କହିଲେ ବୁର୍ଖା ନ ପିନ୍ଧିଲେ ଦୁଷ୍କର୍ମର ଶିକାର ହେବେ ମହିଳା

author img

By

Published : Feb 14, 2022, 1:43 PM IST

ହିଜାବକୁ ନେଇ ବର୍ତ୍ତମାନ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ହିଜାବକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ନେତା ଜମିର ଅହମ୍ମଦ । ସେ କହିଛନ୍ତି ଇସଲାମ ଅନୁସାରେ ହିଜାବ ମାନେ ପରଦା । ଅଧିକ ପଢନ୍ତୁ

କଂଗ୍ରେସ ନେତା ଜମିର ଅହମ୍ମଦ
କଂଗ୍ରେସ ନେତା ଜମିର ଅହମ୍ମଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉଗ୍ର ରୂପ ନେଉଛି ହିଜାବ ଝଡ । ହିଜାବକୁ ନେଇ ବର୍ତ୍ତମାନ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ହିଜାବକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ନେତା ଜମିର ଅହମ୍ମଦ । ସେ କହିଛନ୍ତି ଇସଲାମ ଅନୁସାରେ ହିଜାବ ମାନେ ପରଦା । ଯଦି ମହିଳାମାନେ ହିଜାବ ନ ପିନ୍ଧିବେ ତେବେ ଦୁଷ୍କର୍ମର ଶିକାର ହେବେ ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଜମିର ଅହମ୍ମଦ ।

ହୁବଲ୍ଲିରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜମିର କହିଛନ୍ତି ‘‘ଝିଅମାନେ ବଡ ହେଲେ ସେମାନେ ତାଙ୍କ ମୁହଁ ବୁର୍ଖାରେ ଘୋଡେଇବା କଥା ଏବଂ ସୁନ୍ଦରତାକୁ ଲୁଚେଇବାର ଆବଶ୍ୟକତା ରହିଛି । ମୁଁ ଭାବୁଛି ବିଶ୍ବ ତୁଳନାରେ ଭାରତରେ ସର୍ବାଧିକ ଦୁଷ୍କର୍ମ ମାମଲା ରହିଛି । ଏହାର କାରଣ କଣ ? ଏହାର କାରଣ ହେଉଛି ସେମାନେ ତାଙ୍କ ମୁହଁ ଘୋଡାଉ ନାହାନ୍ତି । ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ହେଲେ ଏହାକୁ ଅଭ୍ୟାସରେ ପରିଣତ କରିବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ନେତା। ସେ କହିଛନ୍ତି ମୁଁ ମୋ ମତ ରଖିଛି ଅନ୍ୟଙ୍କ କଥା ମୁଁ ଜାଣିନାହିଁ ।’’

ସେ ଆହୁରି କହିଛନ୍ତି ମୁସଲିମ ମହିଳାଙ୍କ ସୁନ୍ଦରତାକୁ ଅନ୍ୟମାନେ ଦେଖିବା କଥା ନୁହେଁ । ସେମାନଙ୍କ ଉପରେ ଅନ୍ୟ କାହାର ଦୃଷ୍ଟି ପଡିବା କଥା ନୁହେଁ । ହିଜାବ ଏକ ସୁରକ୍ଷା କବଜ ପରି କାମ କରିଥାଏ ବୋଲି କହିଛନ୍ତି କଂଗ୍ରେସ ନେତା ।

ଏହା ବି ପଢନ୍ତୁ...Hijab Row: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ପ୍ରକାଶ ଥାଉ କି, କର୍ଣ୍ଣାଟକରେ ଉଗ୍ରରୂପ ନେଇଛି ହିଜାବ ଝଡ । ଏନେଇ ରାଜ୍ୟବ୍ୟାପୀ ଜୋରଦାର ହଙ୍ଗାମା ଜାରି ରହିଛି । ଗତ ୮ ତାରିଖରେ କର୍ଣ୍ଣାଟକରେ କେତେକ କଲେଜ ଛାତ୍ରାଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ହିଜାବ ବା ହେଡସ୍କାର୍ଫ ପିନ୍ଧିବା ସପକ୍ଷରେ ଓ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିବାଦ ବଢୁଥିବା ଦେଖି ରାଜ୍ୟ ସରକାର ୩ ଦିନ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କରିଥିଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟଳୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.