ETV Bharat / bharat

ମଝି ଆକାଶରେ ପ୍ରସବ ବେଦନା, ବିମାନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ଯାତ୍ରୀ

author img

By

Published : Mar 17, 2021, 3:11 PM IST

ଆଜି ସକାଳେ ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଇଣ୍ଡିଗୋ ବିମାନ (6E469)ରେ ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ...

ବିମାନରେ ସନ୍ତାନ ଜନ୍ମ
ବିମାନରେ ସନ୍ତାନ ଜନ୍ମ

ଜୟପୁର: ବିମାନରେ କୁଆଁ କୁଆଁ ଡାକ । ବିମାନରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜି ସକାଳେ ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଇଣ୍ଡିଗୋ ବିମାନ (6E469)ରେ ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ଓ ସେହି ବିମାନରେ ଥିବା ଜଣେ ଡାକ୍ତରଙ୍କ ସହାୟତାରେ ଶିଶୁକୁ ପ୍ରସବ କରାଇଛନ୍ତି ମହିଳା । ଜୟପୁର ବିମାନବନ୍ଦରର ପହଞ୍ଚିବା କ୍ଷଣି ଉଭୟ ମହିଳା ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଭୟ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ବିମାନରେ ଯାତ୍ରା କରୁଥିବା ଡାକ୍ତର ସୁବାହାନା ନାଜିର । ମହିଳାଙ୍କୁ ସାହାଯ୍ୟ କରିଥିବାରୁ ଜୟପୁର ବିମାନବନ୍ଦରରେ ଡାକ୍ତରଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବିମାନଟି ବେଙ୍ଗାଲୁରୁରୁ ପ୍ରାୟ ସକାଳ 5.45ରେ ବାହାରି ସକାଳ 8 ଟାରେ ଜୟପୁରରେ ଅବତରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.