ETV Bharat / bharat

ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ମହିଳାଙ୍କୁ ଖଣ୍ଡଖଣ୍ଡ କରି ଡ୍ରମରେ ରଖିଥିଲା ଯୁବକ - ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ

ଘରେ ସ୍ତ୍ରୀ ନଥିବା ବେଳେ ଅନ୍ୟ ଏକ ଯୁବତୀକୁ ଭଡା ଘରକୁ ଆଣିଥିଲା ଯୁବକ । କୌଣସି କାରଣରୁ ବଚସା ହେବାରୁ ନୃଶସଂ ଭାବେ ହତ୍ୟାକରି ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା । ଏହାପରେ ମୃତଦେହର ଖଣ୍ଡକୁ ଏକ ଡ୍ରମ ଭିତରେ ରଖି ଘର ଛାଡି ଚାଲିଯାଇଥିଲା । ଦେଢବର୍ଷ ପରେ ହତ୍ୟାକାଣ୍ଡର ବର୍ବର କାହାଣୀ ସାମ୍ନାକୁ ଆସିଲା । ବିଶାଖାପଟନମର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରୁ ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର କାହାଣୀ । ଅଧିକ ପଢନ୍ତୁ

ମହିଳାଙ୍କୁ ଖଣ୍ଡଖଣ୍ଡ କରି ଡ୍ରମରେ ରଖିଥିଲା ଯୁବକ

author img

By

Published : Dec 7, 2022, 8:57 AM IST

ଅମରାବତୀ: ଦିଲ୍ଲୀର ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ହତ୍ୟାକରି ୩୫ ଖଣ୍ଡ କରିବା ଘଟଣା ଦେଶବାସୀଙ୍କୁ ଚକିତ କରିଦେଇଥିବା ବେଳେ ଏବେ ପୁଣି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ପୁଣି ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ସାଧାରଣ ବଚସାରୁ ନାରକୀୟ କାଣ୍ଡ । ଯୁବତୀଙ୍କୁ ହତ୍ୟାକରି ଖଣ୍ଡଖଣ୍ଡ କରି ଡ୍ରମରେ ରଖିଥିଲା ଯୁବକ । ସତ ଯେପରି ସାମ୍ନକୁ ନଆସେ ସେଥିପାଇଁ ମାଷ୍ଟର ପ୍ଲାନ ରଚିଥିଲା ସଇତାନ ଯୁବକ । ବିଶାଖାପାଟଣାର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ଥିବା ଗୋଟିଏ ଘରୁ ପୋଲିସ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୋଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍‌ ଭିତରୁ ଉଦ୍ଧାର କରିଛି । ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ । ତେବେ ମୃତଦେହର ଖଣ୍ଡ ସମ୍ପୂର୍ଣ୍ଣ ରୂପେ ପଚିଯାଇଥିବା ବେଳେ ଡ୍ରମ ଭିତରେ ବର୍ଷେରୁ ଅଧିକ ସମୟ ରହିଥିବା ଆକଳନ କରିଛି ପୋଲିସ । ଏହି ଘଟଣାରେ ଋଷିବର୍ଦ୍ଧନ ନାମକ ଜଣେ ୪୦ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି ।

ପୋଲିସର ସୂଚନାଅନୁସାରେ, ମେ ୨୦୨୧ରେ ଏହି ହତ୍ୟାକାଣ୍ଡ ହୋଇଥିଲା । ତେବେ ପ୍ରାୟ ଦେଢ ବର୍ଷ ପରେ ରବାବାର ରାତିରେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଋଷି ନିଜ ସ୍ତ୍ରୀ ଏବଂ ଝିଅ ସହ ଭଡାରେ ରହୁଥିଲେ । ଘଟଣା ଦିନ ରାତିରେ ଏକ ଅଟୋରେ ସମ୍ପୃକ୍ତ ମହିଳାଙ୍କୁ ଭେଟିଥିଲେ ରିଷି । ତେବେ ସେଦିନ ରାତିରେ ରିଷିଙ୍କ ସ୍ତ୍ରୀ ଘରେ ନଥିବାରୁ ତାଙ୍କୁ ଘରକୁ ଆଣିଥିଲେ । ତେବେ କୌଣସି କାରଣରୁ ଉକ୍ତ ମହିଳା ଏବଂ ଋଷିଙ୍କ ମଧ୍ୟରେ ଝଗଡା ହେବାରୁ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିବା ସନ୍ଦେହ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସଇତାନ ସ୍ବାମୀ, ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କଲା

ସୂଚନାନୁସାରେ, ରିଷି ପ୍ରଥମେ ଉକ୍ତ ମହିଳାଙ୍କ ସହ ଝଗଡା ହେବାରୁ ପ୍ରଥମେ ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କରିଦେଇଥିଲେ । ଏହାପରେ ତାଙ୍କ ଶରୀରରୁ ଖଣ୍ଡଖଣ୍ଡ କରି କାଟିଦେଇଥିଲେ । ଏହାପରେ ଉକ୍ତ ଖଣ୍ଡକୁ ଏକ ଡ୍ରମକୁ ଭର୍ତ୍ତି କରିଦେଇଥିଲେ । ଡ୍ରମରୁ ଗନ୍ଧ ଯେମିତି ବାହାରକୁ ନଆସିବ ସେଥିପାଇଁ ଡ୍ରମକୁ ଏକ ଫିତାରେ ବନ୍ଦ କରିଦେଇଥିଲେ । ତେବେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସ୍ତ୍ରୀଙ୍କ ଯତ୍ନ ନେବାକୁ ଯାଉଛି ବୋଲି ଘର ମାଲିକଙ୍କୁ କହି ସେଠାରୁ ପଳେଇ ଆସିଥିଲେ । ଏହାପରେ ସେହିଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ । ଏହାପରେ ଗତ କିଛିଦିନ ଗଲାପରେ ଘର ମାଲିକ ରମେଶ ପୁନଃ ଘର ଭଡାରେ ଦେବା ପାଇଁ ଘର ଖୋଲିଥିଲେ । ଘର ସଫା କରୁଥିବା ସମୟରେ ଡ୍ରମରେ ଫିତା ବନ୍ଦଥିବା ଦେଖିବାକୁ ପାଇଥିଲେ । ଏହାପରେ ତାକୁ ଖୋଲିବା ପରେ କଟା ମୃତଦେହ ଦେଖିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ KGH ଡାକ୍ତରଖାନାକୁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.