ETV Bharat / bharat

ବିରଳ ଘଟଣା: ଶିଶୁକନ୍ୟାକୁ ଜନ୍ମ ଦେଲେ 7 ମାସ ଧରି କୋମାରେ ଥିବା ମହିଳା - ଶିଶୁକନ୍ୟାକୁ ଜନ୍ମ ଦେଲେ ଚେତାଶୂନ୍ୟ ମହିଳା

ଦିଲ୍ଲୀ ଏମ୍ସରେ ବିରଳ ଡେଲିଭରି । ଗତ ୭ମାସ ଧରି ଚେତାଶୂନ୍ୟ ରହିଥିବା ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ବିରଳ ଘଟଣା: ଶିଶୁକନ୍ୟାକୁ ଜନ୍ମ ଦେଲେ ଚେତାଶୂନ୍ୟ ମହିଳା

author img

By

Published : Oct 29, 2022, 7:58 AM IST

ନୂଆଦିଲ୍ଲୀ: ରାଜଧାନୀର ଏମ୍ସ ହସ୍ପିଟାଲରେ ଏକ ବିରଳ ଡେଲିଭରି ହୋଇଛି (Unconscious Woman gave birth to baby girl) । ଉତ୍ତରପ୍ରଦେଶ ବୁଲନ୍ଦ ସହରର ଏକ ୭ ମାସ ଧରି ଚେତାଶୂନ୍ୟ ମହିଳା (୨୩) ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏକ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ସର୍ଜରୀ ହୋଇଥିଲା । ସେହି ଦିନ ଠାରୁ ମହିଳା ଜଣକ ଚେତା ହରାଇ ହସ୍ପିଟାଲ ବେଡ଼ରେ ପଡ଼ି ରହିଛନ୍ତି ।

ଡାକ୍ତରଙ୍କ କହିବାନୁସାରେ ମହିଳା ଜଣକ ନିଜ ସ୍ବାମୀ ସହିତ କୌଣସି ସ୍ଥାନକୁ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ଦୁର୍ଘଟଣା ସମୟରେ ହେଲମେଟ ପିନ୍ଧିନଥିଲେ । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶିକାର ହେବା ପରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମାତ୍ର ତାଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ସେ ଚେତା ହରାଇଥିଲେ ।

ଏହା ବି ପଢନ୍ତୁ- Azam Khan Disqualified: ସପା ବିଧାୟକ ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ରଦ୍ଦ

ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର ଦୀପକ ଗୁପ୍ତା କହିଛନ୍ତି," ମହିଳା ଜଣକ ଆଖି ଖୋଲୁଥିବା ବେଳେ ସେ କାହାକୁ ଚିହ୍ନିପାରୁନାହାନ୍ତି କି କିଛି ବୁଝି ମଧ୍ୟ ପାରୁନାହାନ୍ତି । ଏହାପରେ ସେ ପୁଣି ଆଖି ବୁଜି ଶୋଇ ପଡୁଛନ୍ତି । ଯଦି ମହିଳା ଜଣକ ହେଲମେଟ ପିନ୍ଧିଥାନ୍ତେ ତେବେ ଆଜି ସେ ଏହି ହସ୍ପିଟାଲରେ ବେଡ଼୍‌ରେ ପଡ଼ିନଥାନ୍ତେ । ହୁଏତ ସେ ଏଯାଏଁ ସୁସ୍ଥ ମଧ୍ୟ ହୋଇପାରିଥାନ୍ତେ ।" ମହିଳାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଛନ୍ତି । ମାତ୍ର ଏହି ଦୁର୍ଘଟଣା ପରେ ସେ ନିଜ ପତ୍ନୀର ଯତ୍ନ ନେବା ଲାଗି ଚାକିରି ଛାଡ଼ି ଦେଇ ପତ୍ନୀଙ୍କ ସେବା କରୁଛନ୍ତି ।

ଏହି ଦୁର୍ଘଟଣା ପରେ ଯେତେବେଳେ ମହିଳାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା ସେତେବେଳେ ସେ ୪୦ ଦିନ ଧରି ଗର୍ଭବତୀ ଥିଲେ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବାନୁସାରେ ଏକ ଟିମ୍ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସମୀକ୍ଷା କରି ଜାଣିବାକୁ ପାଇଥିଲେ ଯେ ପିଲାଟି ସୁସ୍ଥ ଅଛି । ଡାକ୍ତରମାନେ ଏହି ନିଷ୍ପତ୍ତି ରୋଗୀଙ୍କ ପରିବାରକୁ ଛାଡି ଦେଇଥିଲେ । ଏଭଳି ଅବସ୍ଥାରେ ମହିଳା ଗର୍ଭଧାରଣ କରିବା କଷ୍ଟକର ଥିଲା । ଡାକ୍ତର କହିଛନ୍ତି ଯେ ଗର୍ଭଧାରଣ ବନ୍ଦ କରିବାକୁ କୋର୍ଟଙ୍କ ନିକଟକୁ ଯିବା ପରିବର୍ତ୍ତେ ତାଙ୍କ ସ୍ବାମୀ ପିଲାଟିକୁ ରଖିବାକୁ ପସନ୍ଦ କରିଥିଲେ। ବର୍ତ୍ତମାନ ରୋଗୀ ଚେତାଶୂନ୍ୟ । ଏଣୁ ସେ ଶିଶୁକୁ ମା' କ୍ଷୀର ଦେବାରେ ସକ୍ଷମ ନୁହଁନ୍ତି । ଶିଶୁକୁ ବର୍ତ୍ତମାନ ଗାଈ କ୍ଷୀର ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.