ETV Bharat / bharat

Telangana: ୪ ଛୁଆଙ୍କୁ କେନାଲରେ ଫିଙ୍ଗି ଡେଇଁଲା ମାଆ - ପିଲାଙ୍କୁ କେନାଲରେ ଫିଙ୍ଗି ହତ୍ୟା

ସ୍ବାମୀ ସହ ଝଗଡା ପରେ ସ୍ତ୍ରୀର ଚରମ ନିଷ୍ପତ୍ତି । ୪ ଛୁଆଙ୍କୁ କେନାଲରେ ଫିଙ୍ଗି ମାରିବା ପରେ ନିଜେ ଡେଇଁ ପଡିଲା ମାଆ । ଅଧିକ ପଢନ୍ତୁ

୪ ଛୁଆଙ୍କୁ କେନାଲରେ ଫିଙ୍ଗିଲା ମାଆ
୪ ଛୁଆଙ୍କୁ କେନାଲରେ ଫିଙ୍ଗିଲା ମାଆ
author img

By ETV Bharat Odisha Team

Published : Sep 17, 2023, 9:59 AM IST

ହାଇଦ୍ରାବାଦ: ପାରିବାରିକ କଳହର କରୁଣ ପରିଣତି । ୪ ଛୁଆଙ୍କୁ କେନାଲରେ ଫିଙ୍ଗି ମାରିଲା ମାଆ । ଜନ୍ମକଲା ପିଲାଙ୍କୁ ଫିଙ୍ଗିବା ପରେ ନିଜେ ବି ପାଣିକୁ ଡେଇଁ ପଡିଲା । ଶନିବାର ଦିନ ତେଲେଙ୍ଗାନାର ନାଗର କୁର୍ନୋଲ ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । କେନାଲରୁ ୩ ଜଣ ପିଲାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ୭ ମାସର ଶିଶୁପୁତ୍ର ନିଖୋଜ ଅଛି । ତେବେ ସ୍ଥାନୀୟ ଲୋକେ ମହିଳାଙ୍କୁ ପାଣିରୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ୮ ବର୍ଷ ତଳେ ମାଙ୍ଗାନୁର ଗାଁର ସର୍ବାନନ୍ଦ ପାଖ ଅଞ୍ଚଳର ଲଳିତା ନାମକ ମହିଳାଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ତିନୋଟି ଝିଅ ମହାଲକ୍ଷ୍ମୀ(୫), ସାତଭିକା(୩), ମଞ୍ଜୁଲା(୩) ଓ ଗୋଟିଏ ୭ ମାସର ପୁଅ ଥିଲା । ସ୍ତ୍ରୀ ଓ ପିଲାଙ୍କୁ ନେଇ ପରିବାର ବେଶ୍ ହସଖୁସିରେ ଚାଲୁଥିଲା । କିନ୍ତୁ ଏଇ ୧୦ ଦିନ ତଳେ କୌଣସି ମାମୁଲି କଥାକୁ ନେଇ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । ଯାହା କ୍ରମଶଃ ଉଗ୍ର ରୂପ ନେଇଥିଲା । ଶନିବାର ଦିନ ଲଳିତା ନିଜର ୪ ଛୁଆଙ୍କ ସହ ସ୍ଥାନୀୟ ବିଜେନପଲ୍ଲୀ ଥାନାରେ ପହଞ୍ଚି ସ୍ବାମୀ ବିରୋଧରେ ଏତଲା ଦେଇଥିଲେ । ହେଲେ ଥାନାରୁ ଫେରିବା ବାଟରେ ୭ ମାସର ପୁଅ ସହ ୪ ପିଲାଙ୍କୁ କେନାଲକୁ ଫିଙ୍ଗି ଦେଇଥିଲେ । ଏହାପରେ ନିଜେ ମଧ୍ୟ ପାଣିକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଟ୍ରେନରେ ସିଟ୍ ପାଇଁ ମହାଭାରତ, ସ୍ତ୍ରୀଙ୍କୁ କମେଣ୍ଟ ମାରିବାରୁ 2 ଯାତ୍ରୀଙ୍କ ବେକ କାଟିଲେ ସ୍ବାମୀ

ଏହାଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ କେନାଲରେ ପଶି ମହିଳାଙ୍କୁ ଉଦ୍ଧାର କରିଥିଲେ । ହେଲେ ତାଙ୍କର ୪ ସନ୍ତାନଙ୍କୁ ବଞ୍ଚାଯାଇ ପାରିନଥିଲା । ପାଣିରୁ ୩ ପିଲାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭ ମାସ ଶିଶୁପୁତ୍ର ନିଖୋଜ ରହିଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ମହିଳାଙ୍କୁ ଶାଶୁଘର ଲୋକେ ୪ ଶିଶୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏନେଇ ପରିବାରୁ ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.