ETV Bharat / bharat

50 ହଜାର ଟଙ୍କାରେ ବିକ୍ରି ହୋଇଥିଲେ ମାଆ-ପିଲା, 20 ବର୍ଷ ପରେ ଗାଁକୁ ଫେରିଲେ - ମହିଳାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ

ଝାଡଖଣ୍ଡ ଗିରିଡିହରେ ଜଣେ ମହିଳା ତାଙ୍କ ପିଲାଙ୍କ ସହ 20 ବର୍ଷ ହେବ ନିଖୋଜ ଥିଲେ । ଦୀର୍ଘ 20 ବର୍ଷ ପରେ ସେ ଘରକୁ ଫେରିଛନ୍ତି । ଏହା ପଛରେ ଥିବା କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କୁ ବିକ୍ରି କରାଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

woman return home after 20 years
woman return home after 20 years
author img

By ETV Bharat Odisha Team

Published : Nov 3, 2023, 2:19 PM IST

ରାଞ୍ଚି: ଝାଡଖଣ୍ଡ ଗିରିଡିହର ଜଣେ ମହିଳା ହଠାତ୍ କେଉଁ ଆଡେ ଗାଏବ ହୋଇ ଯାଇଥିଲେ । ଦିନେ କି ମାସେ ନୁହେଁ ପ୍ରାୟ 20 ବର୍ଷ ହେବ ମହିଳା ଜଣକ ଗାଏବ ଥିଲେ । ଏବେ ହଠାତ ସେ ତାଙ୍କ ଗାଁରେ ପହଞ୍ଚିଛନ୍ତି । ଆଉ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି କି, ତାଙ୍କୁ ଓ ତାଙ୍କ ପିଲାଙ୍କୁ ପାଖ ଗାଁରେ ଜଣକୁ ବିକ୍ରି କରି ଦିଆଯାଇଥିଲା । ସ୍ବାମୀଙ୍କ ମୃତ୍ୟୁ ହେବା ପରେ 8 ଜଣ ଲୋକ ତାଙ୍କୁ ପାଖ ଗାଁରେ ଜଣଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ସହିତ ଘର ଓ ଜମି ହାସଲ କରିବା ପାଇଁ ତାଙ୍କୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା ନେଇ 8 ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

ମହିଳା ଜଣଙ୍କ ହେଉଛନ୍ତି ଅକାଳୀ ଦେବୀ । ଅଚାନକ ମହିଳା ଜଣଙ୍କ ଗାଁରୁ ଗାଏବ ହୋଇଯିବା ପରେ ଦୀର୍ଘ 20 ବର୍ଷ ପରେ ଗାଁକୁ ଫେରିଛନ୍ତି । 20 ବର୍ଷ ପରେ ଘରକୁ ଫେରିବା ପରେ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଇଥିଲା । ପରେ କିଛି ଲୋକଙ୍କ ସହାୟତା ସେ ତାଙ୍କ ଘରକୁ ପ୍ରବେଶ କରିଥିଲେ ମାତ୍ର ତାଙ୍କ ଜମି ଫେରି ପାଇନଥିଲେ । ଏହା ପରେ ମହିଳା ଜଣକ ଦେଓରୀ ଥାନାରେ 8 ଜଣ ଲୋକଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ 8 ଜଣ ହେଲେ ବୁଲୁ ଯାଦବ, ଦାରୋଗୀ ଯାଦବ, ରାମଚିତ୍ର ଯାଦବ, କାମେଶ୍ବର ଯାଦବ, ଦୁଖାନ ଯାଦବ, ମିତନ ଯାଦବ ଓ ଗୋପାଳ ଯାଦବ । ପୋଲିସ ଘଟଣା ତଦନ୍ତ କରି ଏହା ଜଣିବାକୁ ପାଇଛି କି ମହିଳା ଓ ତାଙ୍କ ଝିଅକୁ ଜାମୁଇରେ ବିକ୍ରି କରାଯାଇଥିବା ବେଳେ ତାଙ୍କ ପୁଅକୁ ମଧୁପୁରରେ ବିକ୍ରି କରାଯାଇଥିଲା ।

ଘୋସା ଗାଁର ଅକାଳୀ ଦେବୀ ଅଭିଯୋଗରେ କହିଛନ୍ତି, ମହାବୀର ଯାଦବଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି 8ଜଣ ଅଭିଯୁକ୍ତ ତାଙ୍କ ଜମି ଓ ଘରକୁ କବଜା କରିବାକୁ ଚକ୍ରାନ୍ତ ଚଳାଇଥିଲେ । ତାଙ୍କର ଦୁଇ ପିଲାଙ୍କୁ ଅପହରଣ କରି ନେଇ ବନ୍ଦୀ କରି ରଖିଥିଲେ । ତାଙ୍କୁ ଓ ତାଙ୍କ ଝିଅକୁ ଜାମୁଇରେ ବିକ୍ରି କରିବାକୁ ଡିଲ କରିଥିଲେ । ମୁଁ ଅସ୍ବୀକାର କରିବାରୁ ମୋତେ ନିଆଁ ଲଗାଇ ମାରି ଦେବାକୁ ଚେଷ୍ଟା କରିଥିଲେ । କିଛି ପଡୋଶୀ ମୋତେ ରକ୍ଷା କରିଥିଲେ । ଏହା ପରେ ସୋନା ଗାଁର ମିତନ ଯାଦବଙ୍କୁ ମୋର ନାବାଳିକା ଝିଅକୁ 50 ହଜାର ଟଙ୍କାରେ ବିକ୍ରି କରିଥିଲେ । ମୋ ପୁଅକୁ ମାଧପୁରର ଗୋପାଳ ଯାଦବକୁ ବିକ୍ରି କରିଥିଲେ । ମୁଁ ମୋର ପିଲା ଏହି ସ୍ଥାନରେ ଦାସ ଭଳି ରହୁଥିଲୁ । ମୋ ପୁଅ କୌଶଳ କ୍ରମେ ଗୋପାଳ କବଳରୁ ଖସି ଆସି ଆମକୁ ମୁକ୍ତ କଲା ।''

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳର ପାହାଡି ଝିଅ

ଅଭିଯୁକ୍ତ ରାମଚିତ୍ର ଯାଦବ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛି । 24 ବର୍ଷ ପୂର୍ବେ ହିଁ ଅକାଳୀ ଦେବୀଙ୍କ ନାମରେ ଜମି ରେଜିଷ୍ଟ୍ରେସନ ହୋଇସାରିଛି । ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଅଭିଯୁକ୍ତ । ତେବେ ପ୍ରକୃତରେ ଘଟଣାର ସତ୍ୟାସତ୍ୟ କଣ ତାହା ତଦନ୍ତ ପରେ ଜଣାପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.