ETV Bharat / bharat

କ୍ରାଇମ ସିରିୟଲ ଦେଖି ଯୁବତୀଙ୍କୁ ହତ୍ୟା କରିଥିଲା ଅନ୍ୟ ଏକ ଯୁବତୀ, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - ଯୁବତୀକୁ ହତ୍ୟା କରିଥିଲା ଅନ୍ୟ ଏକ ଯୁବତୀ

ନିଜ ମୃତ୍ୟୁର ମିଥ୍ୟା ଚର୍ଚ୍ଚା କରିବାକୁ ଯାଇ ଅନ୍ୟ ଏକ ଯୁବତୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଥିଲା ଯୁବତୀ । ୬ ବର୍ଷ ପରେ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୭୦ ହଜାର ଟଙ୍କା ଜରିମାନା କଲେ ପାନିପଥ କୋର୍ଟ । ଅଧିକ ପଢ଼ନ୍ତୁ

ନରହନ୍ତା ଯୁବତୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

author img

By

Published : Mar 29, 2023, 9:28 PM IST

Updated : Mar 29, 2023, 10:57 PM IST

ଚଣ୍ଡିଗଡ଼: କ୍ରାଇମ ପାଟ୍ରୋଲ ଟିଭି ସିରିୟଲ ଦେଖି ନିଜ ପ୍ରେମିକ ସହ ମିଶି ଯୁବତୀକୁ ହତ୍ୟା କରିଥିଲା ଅନ୍ୟ ଏକ ଯୁବତୀ । ବୁଧବାର ପାନିପଥ କୋର୍ଟ ସେହି ଯୁବତୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ୨୦୧୭ ମସିହାରେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ୬ ବର୍ଷ ପରେ ଶୁଣାଣି କରି ଏଭଳି ଦଣ୍ଡ ଶୁଣାଇଛନ୍ତି ପାନିପଥ କୋର୍ଟ । କିନ୍ତୁ ଶୁଣିବାକୁ ଏହି ହତ୍ୟାକାଣ୍ଡ ଯେତିକି ସରଳ ଲାଗୁଛି ବାସ୍ତବରେ ଏହା ସେତିକି ସରଳ ନୁହେଁ ।

ସୂଚନା ଅନୁସାରେ ପାନିପଥର ଏକ କଲେଜରେ ପଢ଼ୁଥିବା ଜ୍ୟୋତି ଓ ଅନ୍ୟ ଏକ କଲେଜର କୃଷ୍ଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ଜ୍ୟୋତି ତୃତୀୟ ବର୍ଷର ଛାତ୍ରୀ ଥିଲା ଓ କୃଷ୍ଣ NSS ଇନ୍‌ଚାର୍ଜ ଥିଲା । ଉଭୟ ବିବାହ ପାଇଁ ସ୍ଥିର କରିଥିଲେ ମଧ୍ୟ ଘରଲୋକ ଏଥିରେ ରାଜି ନଥିଲେ । ଏହାପରେ ଉଭୟ କ୍ରାଇମ ପେଟ୍ରୋଲ ଟିଭି ସିରିୟଲ ଦେଖି ଏକ ଭୟଙ୍କର ଯୋଜନା କରିଥିଲେ । ଉଭୟ ଭିନ୍ନ କଲେଜରେ ପଢ଼ୁଥିବାରୁ ଯୋଜନା ଅନୁଯାୟୀ ଉଭୟ କଲେଜରେ ଜ୍ୟୋତି ଭଳି ଦେଖାଯାଉଥିବା ଗୋଟିଏ ଝିଅକୁ ଖୋଜିବାରେ ଲାଗିଲେ । ତେବେ ସିମ୍ରନ ନାମକ ଏକ ଝିଅକୁ ସେମାନେ ଖୋଜି ପାଇଲେ, ଯିଏ NSS କ୍ୟାଡେଟ୍‌ ହୋଇଥିବାରୁ କୃଷ୍ଣକୁ ମଧ୍ୟ ଜାଣିଥିଲା ।

ପୂର୍ବ ଯୋଜନା ଅନୁସାରେ କୃଷ୍ଣ ୫ ଡିସେମ୍ବର ୨୦୧୭ରେ ସିମ୍ରନକୁ NSS କାର୍ଯ୍ୟର ବାହାନା ଦେଖାଇ ଗୋଶାଳାକୁ ଡାକିନେଲା । ସେଠାରେ ଜ୍ୟୋତି ଥଣ୍ଡା ପାନୀୟରେ ନିଶା ଔଷଧ ମିଶାଇ ସିମ୍ରନକୁ ପିଆଇଥିଲା ଓ ତାର ଗଳା ଚିପି ତାକୁ ହତ୍ୟା କରିଥିଲା । ଏହାପରେ ନିଜ ଡ୍ରେସ ସିମ୍ରନକୁ ପିନ୍ଧାଇ ତାର ମୁହଁକୁ ଜାଳି ଦେଇଥିଲା ଜ୍ୟୋତି । ମୃତଦେହ ପାଖରେ ନିଜର କିଛି ଗୁରୁତ୍ବପୂର୍ଣ୍ଣ କାଗଜ ଛାଡ଼ିଗଲା, ଯେପରିକି ତାର ସମ୍ପର୍କୀୟ ସିମ୍ରନର ମୃତଦେହକୁ ଜ୍ୟୋତିର ମୃତଦେହ ବୋଲି ଭାବିବେ । ଆଉ ଏହା ହିଁ ହେଲା । ଜ୍ୟୋତିର ପରିବାର ଲୋକେ ମୃତଦେହକୁ ଚିହ୍ନଟ କରି ତାର ଅନ୍ତିମ ସଂସ୍କାର କରିଦେଲେ । ସେପଟେ ସିମ୍ରନକୁ ହତ୍ୟା କରି ଉଭୟ ଜ୍ୟୋତି ଓ କୃଷ୍ଣ ଘଟଣାସ୍ଥଳରୁ ଫେରାର ହୋଇଯାଇ ଶିମ୍‌ଲାରେ ଏକ ହୋଟେଲରେ ରହିବାକୁ ପହଞ୍ଚିଥିଲେ ।

ଅନ୍ୟପଟେ ସିମ୍ରନର ବାପା ନିଜ ଝିଅ ନିଖୋଜ ଥିବା ନେଇ ପାନିପଥ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ପୋଲିସ ସେହି ମୃତଦେହର ଫଟୋ ସିମ୍ରନର ପରିବାରକୁ ଦେଖାଇଥିଲା, ଯାହାକୁ ଜ୍ୟୋତିର ପରିବାର ଲୋକେ ଅନ୍ତିମ ସଂସ୍କାର କରିଦେଇଥିଲେ । ତେବେ ଜ୍ୟୋତି ଓ କୃଷ୍ଣ ମିଶି ସିମ୍ରନର ଡ୍ରେସ ବଦଳାଇ ଦେଇଥିଲେ ମଧ୍ୟ ସେ ହାତରେ ପିନ୍ଧିଥିବା ନୀଳ ରଙ୍ଗର ଡୋରୀ ଓ ନାକରେ ପିନ୍ଧିଥିବା ନୋଥକୁ ବଦଳାଇବାକୁ ଭୁଲିଯାଇଥିଲେ । ଏହି ନୀଳ ଡୋରୀ ନାକର ନୋଥ ଦେଖି ସିମ୍ରନର ପରିବାର ଲୋକେ ତାଙ୍କ ଝିଅର ମୃତଦେହ ବୋଲି କହିଥିଲେ । ଏହାପରେ ଜ୍ୟୋତି ଓ କୃଷ୍ଣକୁ ଖୋଜି ଖୋଜି ପୋଲିସ ଯାଇ ଶିମ୍‌ଲା ହୋଟେଲରେ ପହଞ୍ଚିଥିଲା ଓ ଉଭୟଙ୍କୁ ଗିରଫ କରିଥିଲା । ତେବେ ୨୦୨୦ ମସିହାରେ ଜେଲରେ ହିଁ କୃଷ୍ଣର ଟିବି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିଲା । ଏହାପରେ ଆଜି ଜ୍ୟୋତିକୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୭୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ପାନିପଥ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2023, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.