ଗାନ୍ଧୀନଗର: ଚାକିରୀ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ । ଏଭଳି ଘଟଣା ଘଟିଛି ଗୁଜୁରାଟର ଦ୍ବାରକାସ୍ଥିତ ଏକ ହୋଟେଲରେ । ଜଣେ ବ୍ୟକ୍ତି ଜଣେ ୨୮ ବର୍ଷିୟା ମହିଳାଙ୍କୁ ଚାକିରୀ ଦେବା ବାହାନରେ ହୋଟେଲକୁ ନେଇ ନିର୍ଯାତନା ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଗତ ଶନିବାର ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ ପରେ ମହିଳାଙ୍କୁ ରୁମରେ ତାଲା ପକାଇ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ହୋଟେଲ କାଚ ଭାଙ୍ଗି ଉଦ୍ଧାର କରିଥିବା ସୂଚନା ମିଳିଛି ।
ତେବେ ମହିଳା ଜଣଙ୍କ ରୁମ ବାଲକୋନିରେ ଚିତ୍କାର କରିଥିଲେ ମଧ୍ୟ ହୋଟେଲ ମାଲିକ ଏହାକୁ ବେଖାତିର କରିବା ସହ ଅଭିଯୁକ୍ତଙ୍କୁ ଖସିପଳାଇ ଯିବାକୁ ସାହାଯ୍ୟ କରିଥିବାରୁ ହୋଟେଲ ମାଲିକଙ୍କୁ ପୋଲିସ ଗିରଫ କରିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଙ୍ଗିତ ସେହରାଓ୍ବତ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
@ANI