ETV Bharat / bharat

ସ୍ତ୍ରୀକୁ ଛାଡପତ୍ର ପରେ କୋର୍ଟ ବାହାରେ ସ୍ବାମୀକୁ ନିର୍ଦ୍ଧୁମ ମାଡ, ଭାଇରାଲ ହେଉଛି ଭିଡିଓ

author img

By

Published : Dec 29, 2022, 10:41 AM IST

Updated : Dec 29, 2022, 10:50 AM IST

ମହିଳାଙ୍କୁ ଛାଡପତ୍ର ଦେବା ପରେ ବ୍ୟକ୍ତିଙ୍କୁ ମାଡ ମାରିଲେ ପରିବାର ସଦସ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ

woman parents beat up young man
woman parents beat up young man
woman parents beat up young man

ଲକ୍ଷ୍ନୌ: ସ୍ତ୍ରୀକୁ ଛାଡପତ୍ର ପରେ ସ୍ବାମୀକୁ ନିର୍ଦ୍ଧୁମ ମାଡ । କୋର୍ଟ ବାହାରେ ମାଡ ମାରିଲେ ମହିଳା ଓ ତାଙ୍କ ପରିବାର ଲୋକେ (woman parents beat up young man after divorce)। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କୋଟଓ୍ବାଲୀ ଅଞ୍ଚଳରେ । ଯୁବକ ଜଣଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଯେତେ ଚେଷ୍ଟା କରିଥିଲେ ବିଫଳ ହୋଇଥିଲେ । ଫଳରେ ୧୫ ମିନିଟ ପର୍ଯ୍ୟନ୍ତ ଯୁବକଙ୍କୁ ମାଡ ମାରି ଚାଲିଥିଲେ ତାଙ୍କ ପତ୍ନୀଙ୍କ ପରିବାର ସଦସ୍ୟ ।

ମୁଜାଫରନଗର ସହରର କୋଟୱାଲୀ ଅଞ୍ଚଳର ସୁଜରୁ ଗ୍ରାମରେ ଘଟିଛି । ଦୁଇ ସ୍ୱାମୀ ସ୍ତ୍ରୀ ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଥିଲେ। ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ଉଭୟଙ୍କ ମଧ୍ୟରେ କୋର୍ଟରେ ଛାଡପତ୍ର ହୋଇଥିଲା । ଏହାପରେ କୋର୍ଟରୁ ବାହାରିବା ପରେ ମହିଳାଙ୍କ ପରିବାର ଲୋକ ଯୁବକଙ୍କୁ ଘେରିଯାଇ ନିସ୍ତୁକ ମାଡ ମାରିଥିଲେ । ଏହି ସମୟରେ କେହି ଜଣେ ଏହାର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଜଣେ ଯୁବକଙ୍କୁ ତିନି ଜଣ ମହିଳା ଓ କିଛି ବ୍ୟକ୍ତି ଅତ୍ୟନ୍ତ ନିର୍ମମ ଭାବେ ମାଡ ମାରୁଛନ୍ତି । ଯିଏ ଯେମିତି ପାରିଲା ସେମିତି ପିଟି ଚାଲିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆଉ କିଛି ବ୍ୟକ୍ତି ଯୁବକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଶେଷରେ ଯୁବକ ଜଣଙ୍କ ଆକ୍ରମଣରୁ ବର୍ତ୍ତିଯାଉଛନ୍ତି ।''

ଏହା ମଧ୍ୟ ପଢନ୍ତୁ-Kandukur Stampede: ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଦଳାଚକଟା, ୮ ମୃତ

ମିଳିଥିବା ସୂଚନା ଅନୁଯାୟୀ, ମୁଜାଫରନଗରର ବାସିନ୍ଦା ସାବିଆ ଓ ମେରଟର ରଶିଦଙ୍କ ସହ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ବିବାଦ ଥମିବା ପରିବର୍ତ୍ତେ ବଢି ବଢି ଚାଲିଥିଲା । ଶେଷରେ ସାବିଆଙ୍କୁ ପରିବାର ଲୋକେ ଘରୁ ନେଇଯାଇଥିଲେ । ଏହାପରେ ଉଭୟ ପରିବାର ପକ୍ଷରୁ ଏକ ଆଲୋଚନା କରାଯାଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ମହିଳାଙ୍କ ଭରପୋଷଣା ପାଇଁ ପୁଅ ଘର ଲୋକେ ୧ଲକ୍ଷ ୩୦ ହଜାର ଟଙ୍କା ଦିଆଯିବା ନେଇ କୁହାଯାଇଥିଲା । ଶେଷରେ ଛାଡପତ୍ର ପାଇଁ ଉଭୟ ପକ୍ଷ କୋର୍ଟରେ ପହଞ୍ଚିଥିଲେ । ସେଠାରେ ଛାଡପତ୍ର ହେବାପରେ କୋର୍ଟ ବାହାରେ ଯୁବକ ଜଣଙ୍କୁ ମାଡ ମାରିଥିଲେ ମହିଳାଙ୍କ ପରିବାର ଲୋକେ ।

Last Updated : Dec 29, 2022, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.