ETV Bharat / bharat

Woman Paraded with garland of slippers : ହନିଟ୍ରାପ ଅଭିଯୋଗରେ କଙ୍ଗାରୁ କୋର୍ଟ, ଚପଲମାଳ ପିନ୍ଧାଇ ପରେଡ୍ କରାଇଲେ ଲୋକେ

author img

By ETV Bharat Odisha Team

Published : Oct 15, 2023, 7:00 AM IST

କର୍ଣ୍ଣାଟକରେ ଅମାନବୀୟ ଘଟଣା ଘଟିଛି । ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ରାସ୍ତା ଉପରେ ଚଲାଇ ଚଲାଇ ନେଇଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ଚପଲମାଳ ପିନ୍ଧାଇଲେ ଲୋକେ
ମହିଳାଙ୍କୁ ଚପଲମାଳ ପିନ୍ଧାଇଲେ ଲୋକେ

ବେଙ୍ଗାଲୁରୁ: ବେଲାଗାଭି ଜିଲ୍ଲାର ଘାଟପ୍ରଭା ସହରରେ ଘଟିଛି ଅମାନବୀୟ ଘଟଣା । କଙ୍ଗାରୁ କୋର୍ଟ କରି ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ରାସ୍ତା ଉପରେ ଚଲାଇ ଚଲାଇ ନେଲେ ଲୋକେ । ଶୁକ୍ରବାର ରାତିରେ ଗୋକାକା ତାଲୁକର ଘାଟପ୍ରଭା ସହରରେ ମହିଳାଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ପରେଡ କରାଇ ନେଇଛନ୍ତି କେତେକ ଲୋକେ । ଘାଟପ୍ରଭା ସହରର ମିତ୍ରୁଞ୍ଜୟ ସର୍କଲରେ କିଛି ଲୋକ ଏହି ପରେଡ କରାଯାଇଛନ୍ତି । ସୂଚନା ଅନୁସାରେ, ମହିଳାଙ୍କ ନାଁରେ ରହିଥିଲା ହନିଟ୍ରାପ ଓ ବ୍ଲାକମେଲ ଅଭିଯୋଗ । ବ୍ଲାକମେଲ୍‌ କରି ମହିଳା ଜଣଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଏକ ଗୋଷ୍ଠୀ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଏହି ମହିଳା ଜଣେ ଅଧିକାରୀଙ୍କୁ ବ୍ଲାକମେଲ୍‌ କରିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ଏହାପୂର୍ବରୁ ଏହି ମହିଳା ଜଣକ ଅନେକ ଲୋକଙ୍କୁ ହଇରାଣ କରୁଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ପୋଲିସ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନଥିବାରୁ କଙ୍ଗାରୁ କୋର୍ଟ ସଦୃଶ ଘଟଣା ଘଟିଛି । ସେହି ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ରାସ୍ତା ଉପରେ ଚଲାଇ ଚଲାଇ ନେଇଛନ୍ତି ଲୋକେ। ଅପରପକ୍ଷେ, ଅଞ୍ଚଳବାସୀ ତାଙ୍କୁ ଆକ୍ରମଣ କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ମହିଳା । ବର୍ତ୍ତମାନ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଏହା ବି ପଢନ୍ତୁ...Manipur Women Paraded Naked: ନ୍ୟାୟ ଦାବିରେ ରାଉରକେଲାରେ ସମାଜସେବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ପୀଡ଼ିତା କହିଛନ୍ତି, "ଗତ ମାସର 30 ତାରିଖ ଦିନ, ଏକ ସଂସ୍ଥାର କିଛି ଲୋକ ମୋ ପାଖକୁ ଆସି ମୋତେ 5 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଟଙ୍କା ନଦେଲେ ସେମାନେ ମୋତେ ଏଠାରୁ ତଡିପାର କରିବାକୁ ଧମକ ମଧ୍ୟ ଦେଇଥିଲେ । ମୁଁ ସେମାନଙ୍କୁ କହିଥିଲି ଯେ, ମୁଁ ଭିକ ମାଗି ବଞ୍ଚୁଛି । ଏତେ ପରିମାଣର ଟଙ୍କା ଦେଇପାରିବି ନାହିଁ । କିନ୍ତୁ ପୁନର୍ବାର ଶୁକ୍ରବାର ରାତିରେ କିଛି ଲୋକ ଆମ ଘରକୁ ଆସି 5 ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଆଉ ଟଙ୍କା ନ ଦେଇ ସେମାନେ ମୋତେ ଆକ୍ରମଣ କରିବା ସହ ଉଲଗ୍ନ କରି ଚପଲ ମାଳ ପିନ୍ଧାଇ ପରେଡ କରାଇଛନ୍ତି ।" ସେପଟେ ମହିଳାଙ୍କ ସ୍ୱାମୀ କହିଛନ୍ତି, "36 ଜଣ ଲୋକ ଆମ ଘରକୁ ଆସି ରାତ୍ର ଭୋଜନ କରୁଥିବା ସମୟରେ ମୋତେ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋ ପତ୍ନୀଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।" ଏଭଳି ସମ୍ବେଦନଶୀଳ ଘଟଣା ଘଟିବା ପରେ ସବୁଠି ଚାଞ୍ଚଲ୍ୟ ଖେଳି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.