ETV Bharat / bharat

ଗିରଫ ପୂର୍ବତନ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା

ହସ୍ପିଟାଲ ଆସିଥିବା ବେଳେ ପଶ୍ଚିମବଙ୍ଗର ଗିରଫ ପୂର୍ବତନ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ମହିଳାଙ୍କ ଚପଲ ମାଡ । କହିଲେ, ଚପଲ ପାର୍ଥଙ୍କ ଦେହେରେ ବାଜିଥିଲେ ବେସି ଖୁସି ହୋଇଥାନ୍ତେ । ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି ପ୍ରାର୍ଥ । ଅଧିକ ପଢନ୍ତୁ

author img

By

Published : Aug 2, 2022, 10:21 PM IST

ଗିରଫ ପୂର୍ବତନ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା
ଗିରଫ ପୂର୍ବତନ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା

କୋଲକାତା: ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିବା ପଶ୍ଚିମବଙ୍ଗ ପୂର୍ବତନ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଛନ୍ତି ଜଣେ ମହିଳା । ଆଜି (ମଙ୍ଗଳବାର) ପ୍ରାର୍ଥଙ୍କୁ ତଦନ୍ତକାରୀ ସଂସ୍ଥା ESI ହସ୍ପିଟାଲ ଆଣିଥିଲା । ସେଠାରେ ପ୍ରାର୍ଥ ଗାଡିରେ ଥିବାଯୋଗୁଁ ଚପଲଟି ତାଙ୍କୁ ଆଘାତ କରିପାରିନାହିଁ । ଏପରି କରିଥିବା ମହିଳାଜଣଙ୍କ ଶୁଭ୍ର ଗୌରୀ ବୋଲି ଚିହ୍ନଟ ହୋଇଛନ୍ତି ।

ତେବେ ଏତିକିରେ ମହିଳାଙ୍କ କ୍ରୋଧ ଶାନ୍ତି ପଡି ନଥିଲା । ଏହା ପରେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜ କ୍ଷୋଭ ବଖାଣିଥିଲେ ମହିଳା । ମହିଳା ଜଣଙ୍କ କହିଛନ୍ତି,‘‘ ଚପଲ ପ୍ରାର୍ଥଙ୍କ ଉପରେ ବାଜିଥିଲେ ମୁଁ ବେସି ଖୁସି ହୋଇଥାନ୍ତି । ସେ ଏକାଧିକ ଘୋଟାଲରେ ସମ୍ପୃକ୍ତ । କୋଟି କୋଟି ଟଙ୍କା ଖାଇଛନ୍ତି । ତଥାପି ସେମାନଙ୍କ ଏକ ବଡ କାରରେ ହସ୍ପିଟାଲକୁ ଅଣାଯାଉଛନ୍ତି । ସାଧାରଣ ଲୋକ ସେମାନଙ୍କ ପାଇଁ ସମସ୍ୟାରେ ପଡୁଛନ୍ତି । ଆମେ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲୁ । ପ୍ରାର୍ଥ ଚାଟାର୍ଜୀଙ୍କୁ ହସ୍ପିଟାଲକୁ ଅଣାଯିବା କାରଣରୁ ଆମେ ହସ୍ପିଟାଲରେ ଚିକିତ୍ସାରୁ ବଞ୍ଚିତ ହୋଇଛି । ’’

ତେବେ ମହିଳାଙ୍କର ଅନ୍ୟ ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ଚପଲ ଫିଙ୍ଗିବା ପରେ ଖାଲି ପାଦରେ ଚାଲିଚାଲି ସେ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେ ଏପରି କାର୍ଯ୍ୟ ପାଇଁ ଆଦୌ ଅନୁତପ୍ତ ନୁହନ୍ତି ବରଂ ଚପଲ ପ୍ରାର୍ଥଙ୍କ ଦେହରେ ନବାଜିବା ଫଳରେ ସେ ନିରାଶ ଥିବା ପରି ମଧ୍ୟ ବ୍ୟବହାର କରିଥବା ତାଙ୍କୁ ଚର୍ଚ୍ଚାର କେନ୍ଦ୍ରରେ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.