ETV Bharat / bharat

ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ ଲାଇଟରେ ହେଲା ମହିଳାଙ୍କ ଡେଲିଭରି - ଆନ୍ଧ୍ର ପ୍ରଦେଶରେ ମୋବାଇଟ ଲାଇଟରେ ମହିଳାଙ୍କ ଡେଲିଭରି

ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର । ଟର୍ଚ୍ଚ ଲାଇଟ ଓ ମହମବତୀରେ ପ୍ରସବ କଲେ କଲେ ମହିଳା । ଆନ୍ଧ୍ର ପ୍ରଦେଶରୁ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

woman gives birth under torch light in anakapalli district andhra pradesh
ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର, ମୋବାଇଟ ଲାଇଟରେ ମହିଳାଙ୍କ ଡେଲିଭରି!
author img

By

Published : Apr 9, 2022, 9:00 AM IST

Updated : Apr 9, 2022, 9:21 AM IST

ଅମରାବତୀ: ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବାଃବାଃ ନେଉଛନ୍ତି ସରକାର । ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଭିନ୍ନ ଏକ ରୂପ ଦେଖିବାକୁ ମିଳିଛି । ପୁଣି ସାମ୍ନାକୁ ଆସିଛି ଟର୍ଚ୍ଚ ଲାଇଟ ଓ ମହମବତୀରେ ମହିଳାଙ୍କ ପ୍ରସବ ବେଳର ଦୃଶ୍ୟ । ଆନ୍ଧ୍ରପ୍ରଦେଶର ନରସିପାଟନମ ସ୍ଥିତ ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ସରକାରୀ ଅବ୍ୟବସ୍ଥାର ବିକଳ ଚିତ୍ର ।

ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ ଲାଇଟରେ ହେଲା ମହିଳାଙ୍କ ଡେଲିଭରି

ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାରେ ନୂତନ ଭାବେ ତିଆରି ହୋଇଥିବା ସରକାରୀ ଏନଟିଆର ଡାକ୍ତରଖାନାରେ ଏ ହେଉଛି ନଗ୍ନ ଦୃଶ୍ୟ । ଡାକ୍ତରଖାନାରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ଡାକ୍ତରମାନଙ୍କୁ ମୋବାଇଲ ଫୋନ ଲାଇଟ ଏବଂ ମହମବତୀ ଜଣାଇ ପ୍ରସବ କରିବାକୁ ପଡ଼ିଲା । ଘଟଣାଟି ଗତ 6 (ଗୁରୁବାର) ଦିନ ଘଟିଥିଲା ​​ଯେଉଁଠାରେ ପ୍ରାୟ ଆଠ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିଲା । ଜାରି ହୋଇଥିବା ଭିଡିଓରେ ଜଣେ ମହିଳା ନବଜାତ ଶିଶୁ ସହିତ ଫୋନ ଟର୍ଚ୍ଚ ଲାଇଟରେ ବସିଥିବାର ଦେଖାଯାଇଛି |

ବିଦ୍ୟୁତ କାଟ ଯୋଗୁଁ ଡାକ୍ତରଖାନାରେ ଅନେକ ରୋଗୀ ପ୍ରଭାବିତ ହେଉଥିବାବେଳେ ଏଭଳି ବିପଦପୂର୍ଣ୍ଣ ଚିକିତ୍ସା ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏତେ ବଡ ଡାକ୍ତରଖାନା, ମାତ୍ର ସେଠାରେ କୌଣସି ପ୍ରକାର ସୁବିଧା ନାହିଁ । ଜେନେରେଟର ମଧ୍ୟ ଖରାପ ହୋଇଯାଇଥିବା ଜଣାପଡ଼ିଛି । ଡାକ୍ତରଖାନା ପରିସରରେ ଭେଣ୍ଟିଲେସନର ଅଭାବ ସହ ମଶା ସମସ୍ୟା ଦେଖିବାକୁ ମିଳିଛି । ଏପରିକି ସର୍ବନିମ୍ନ ସୁବିଧା ମଧ୍ୟ ଉପଲବ୍ଧ ନଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକେ।

ଗତ 6 ତାରିଖ ଦିନ ବିଦ୍ୟୁତ ଯୋଗାଣ ସକାଳ 9 ଟାରୁ ମଧ୍ୟାହ୍ନ 12 ଟା ଏବଂ ଦିନ 1 ଟାରୁ 4 ଟା ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ତେଣୁ ରୋଗୀଙ୍କ ସମ୍ପର୍କୀୟ ବ୍ୟାଟେରୀ ଚାଳିତ ଟେବୁଲ ଫ୍ୟାନ ନେଇ ଡାକ୍ତରଖାନାକୁ ଆସିଥିଲେ । ପାନୀୟ ଜଳ ତିନି ଦିନ ଧରି ମିଳିନଥିଲା। ଯାହା ଫଳରେ ରୋଗୀଙ୍କ ପରିବାର ଲୋକେ ଘରୁ ବୋତଲରେ ପାଣି ନେଇ ଆସିଥିଲେ । ଡାକ୍ତରଖାନା ଇନଚାର୍ଜଙ୍କୁ ଘଟଣାର ସ୍ପଷ୍ଟୀକରଣ ପାଇଁ କୁହାଯାଇଥିଲା । ମାତୃତ୍ବ ୱାର୍ଡରେ ଯେତେବେଳେ ବିଦ୍ୟୁତ ନଥିଲା, ପ୍ରସବ ପାଇଁ ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଫୋନ ବ୍ୟବହାର କରାଯାଇଥିଲା। ଏହା ସତ୍ତ୍ବେ ‌ସେମାନେ ମହିଳାଙ୍କ ପ୍ରସବ କରିବାରେ ସଫଳ ହୋଇଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ପାନୀୟ ଜଳର ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2022, 9:21 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.