ETV Bharat / bharat

ହୋଟେଲରେ ମହିଳାଙ୍କୁ 10ଦିନ ଧରି ଗଣଦୁଷ୍କର୍ମ ! ବିକିଦେଲେ ପୀଡିତାଙ୍କ ଛୁଆ - ଆଗ୍ରାରେ ଗଣଦୁଷ୍କର୍ମ ଅଭିଯୋଗ

ଉତ୍ତର ପ୍ରଦେଶ ଆଗ୍ରାରେ ଲଜ୍ଜା । କାମ ଯୋଗାଇବା ଆଳରେ ହୋଟେଲରେ ମହିଳାଙ୍କୁ 10ଦିନ ଧରି ଗଣଦୁଷ୍କର୍ମ (Woman gangraped in UP)। ଅଢେଇ ବର୍ଷର ଶିଶୁକୁ ଅଭିଯୁକ୍ତମାନେ ବିକ୍ରି କରିଦେଇଥିବା ଅଭିଯୋଗ । 4 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଶିଶୁ ବିକ୍ରି ସହ ହୋଟେଲରେ 10 ଦିନ ଧରି ଗଣଦୁଷ୍କର୍ମ

author img

By

Published : Jan 4, 2023, 6:29 PM IST

ହାଇଦ୍ରାବାଦ: ଉତ୍ତରପ୍ରଦେଶ ଆଗ୍ରାରେ ଏକ ହୋଟେଲରେ ଜଣେ ମହିଳାଙ୍କୁ ଦୀର୍ଘ 10ଦିନ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି (Woman gangraped in UP)। 3ଜଣ ଯୁବକ ମହିଳାଙ୍କୁ ବନ୍ଦୀ ରଖି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୋଲିସ 4ଅଭିଯୁକ୍ତଙ୍କୁ ଗିରଫ କରିଛି । କେବଳ ଏତିକି ନୁହେଁ ମହିଳାଙ୍କ ଅଢେଇ ବର୍ଷର ଶିଶୁକୁ ଅଭିଯୁକ୍ତମାନେ ହରିୟାଣର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୀଡିତା ମିର୍ଜାପୁର ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଛି ।

ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୀଡିତା ମିର୍ଜାପୁର ଚୁନାର ଅଞ୍ଚଳର ବାସିନ୍ଦା । ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କର ଏକ ଅଢେଇ ବର୍ଷୀୟ ସନ୍ତାନ ଥିବା ବେଳେ ସେ ଦିନ ମଜୁରିଆ ଭାବେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥଲେ । ତେବେ ଭଲ କାମରେ ଲଗାଇ ଦେବା ଆଳରେ ଅଭିଯୁକ୍ତମାନେ ତାଙ୍କୁ ଆଗ୍ରା ଆଣିଥିଲେ । 3 ଅଭିଯୁକ୍ତଙ୍କ ସହ ଜଣେ ମହିଳା ଦଲାଲଙ୍କ ସହୟତାରେ ପୀଡିତାଙ୍କୁ ଆଗ୍ରା ଆଣାଯାଇଥିଲା । ସେଠାରେ ତାଙ୍କୁ ଏକ ହୋଟେଲରେ ରଖାଯାଇଥିଲା । ତାଙ୍କୁ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲେ ସୁଦ୍ଧା ସେଥିରେ ସଫଳ ହୋଇନଥିଲେ ଅଭିଯୁକ୍ତ ଓ ମହିଳା ଦଲାଲ । ପରେ ପୀଡିତାଙ୍କ ଅଢେଇ ବର୍ଷର ଶିଶୁକୁ ହରିୟାଣାର ଜଣେ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ ।

ପୀଡତାଙ୍କୁ ଉକ୍ତ ହୋଟଲରେ ବନ୍ଦୀ ରଖି ଦୀର୍ଘ 10 ଦିନ ଦୁଷ୍କର୍ମ କରିଥିଲେ 3ଅଭିଯୁକ୍ତ (Woman gangraped in UP)। କୌଣସି ପ୍ରକାରେ ପୀଡିତାଜଣଙ୍କ ଖସି ଆସି ପୋଲିସରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା 4ଜଣଙ୍କୁ ଗିରଫ କରି ସାରିଲାଣି । ଅନ୍ୟମାନଙ୍କୁ ମଧ୍ୟ ଧରାଯିବା ନେଇ ପୋଲିସ ସୂଚନା ଦେଇଛି । ଦୁଷ୍କର୍ମ ସହ ଶିଶୁ ବିକ୍ରି ମାମଲାକୁ ମଧ୍ୟ ଅତି ଗମ୍ଭୀର ଭାବେ ନେଇଛି ପୋଲିସ । ପୀଡିତାଙ୍କ ସୂଚନା ମୁତାବକ ହରିୟାଣର ଜଣେ ମହିଳା କିଛି ଯୁବକଙ୍କ ସହ ଆଗ୍ରା ଆସି ହୋଟେଲରୁୁ ଅଭିଯୁକ୍ତମାନଙ୍କ ଠାରୁ ଶିଶୁକୁ ନେଇଥିଲେ । ଶିଶୁକୁ ଉଦ୍ଧାର କରିବା ପାଇଁ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ମିଶନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.