ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଏକ ଲୋମଟାଙ୍କୁରା ଘଟଣା । ମହିଳାକୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଲେ ନିଜ ବାପା ଓ ପୁଅ । ଉଭୟ ବାପା-ପୁଅକୁ ପୋଲିସ ଅଟକ ରଖିଛି । ଗୁରୁତର ଅବସ୍ଥାରେ ପୀଡିତା ମହିଳାଙ୍କ ଚିକିତ୍ସା ଜାରି ରହିଛି । ଘଟଣା ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଘଟିଛି ।
ଜିଲ୍ଲାର ନୌମେଷାରଣ୍ୟ ଥାନା ଅଞ୍ଚଳ ଶ୍ରୀନଗର ଜୋଗି ବାବା ବାଜାର ନିକଟରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଗୁରୁବାର ପୀଡିତା ଜଣକ ତାଙ୍କ ବାପା ଘର ସିଧାଉଲିରୁ ତାଙ୍କ ଶାଶୂ ଘର ମିଶରିଖକୁ ଫେରୁଥିଲେ । ସେଠାରୁ ସେ କିଛି ସମୟ ଚାଲି ଚାଲି ଯିବା ପରେ ଏକ ରିକ୍ସା ଚାଳକକୁ ଲିଫ୍ଟ ମାଗିଥିଲେ । ଏହାର ସୁଯୋଗ ନେଇ ରିକ୍ସା ଚାଳକ ଜଣକ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ଉକ୍ତ ରିକ୍ସା ଚାଳକର ପୁଅ ମଧ୍ୟ ଦୁଷ୍କର୍ମ କରିଥିଲା । ପରେ ଉଭୟରେ ମହିଳାଙ୍କୁ ଜାଳି ଦେବାକୁ ଉଦ୍ୟମ କରିଥିଲେ ।
ସୀତାପୁର ପୋଲିସ ଅଧୀକ୍ଷକ ଆର ପି ସିଂ ଙ୍କ ଅନୁସାରେ, ଗୁରୁବାର 122 ଜରୁରୀକାଳିନ ସେବା ପାଇଁ କଲ ଆସିଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ରିକ୍ସା ଚାଳକ ଓ ତା ପୁଅ ମିଶି ମାରିଦେବାକୁ ଉଦ୍ୟମ କରିଥିଲେ । ସେପଟେ, ଉଭୟ ରିକ୍ସା ଚାଳକର (55 ବର୍ଷ) ଓ ପୁଅକୁ ପୋଲିସ ଅଟକ ରହିଛି ।
ଗୁରୁତର ଅବସ୍ଥାରେ ମହିଳା ଜଣକ ସୀତାପୁରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୀଡିତାଙ୍କ ଶରୀରର 30 ପ୍ରତିଶତ ପୋଡିଯାଇଛି । ତେବେ ସେ ବିପଦରୁ ମୁକ୍ତ ଥିବା ଜଣାପଡିଛି । ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯିବ ଏବଂ ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି ବୋଲି ଏସପି କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ