ETV Bharat / bharat

ପ୍ରାଣୀ ଉଦ୍ୟାନରେ ଅଘଟଣ, ଜୀବନ ନେଲା ଟଏ ଟ୍ରେନ

author img

By

Published : Nov 26, 2022, 11:02 PM IST

କାନପୁର ପ୍ରାଣୀ ଉଦ୍ୟାନରେ ମହିଳା ପର୍ଯ୍ୟଟକ ମୃତ । ଟଏ ଟ୍ରେନ ନେଲା ଜୀବନ । ଅଧିକ ପଢନ୍ତୁ

କାନପୁର ପ୍ରାଣୀ ଉଦ୍ୟାନରେ ଅଘଟଣ, ଟଏ ଟ୍ରେନରେ ଚାପି ହୋଇ ପର୍ଯ୍ୟଟକ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ପ୍ରାଣୀ ଉଦ୍ୟାନରେ ଅଘଟଣ (Accident in kanpur zoo) । ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ମହିଳା ପର୍ଯ୍ୟଟକଙ୍କ ଘଟିଛି ମୃତ୍ୟୁ । ଟଏ ଟ୍ରେନରେ ଚାପି ହୋଇ ଜଣେ ମହିଳା ସରକାରୀ ଶିକ୍ଷୟିତ୍ରୀଙ୍କ ଘଟିଛି ମୃତ୍ୟୁ । ମହିଳା ଜଣକ ନିଜ ସନ୍ତାନଙ୍କ ସହିତ ଭ୍ରମଣ ପାଇଁ ଆସିଥିବା ବେଳେ ଘଟିଛି ଦୁଃଖଦ ଘଟଣା । ପୋଲିସ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ମହିଳା ପର୍ଯ୍ୟଟକ
ମୃତ ମହିଳା ପର୍ଯ୍ୟଟକ

ପ୍ରାଣୀ ଉଦ୍ୟାନରେ ଥିବା ଚିଡ଼ିଆଖାନାର ରେଞ୍ଜ ଅଫିସର ଦିଲ୍ଲୀପ ଗୁପ୍ତାଙ୍କ କହିବାନୁସାରେ କାନପୁର ପ୍ରାଣୀ ଉଦ୍ୟାନକୁ ଅଞ୍ଜୁ ଶର୍ମା ନାମରେ ଜଣେ ସରକାରୀ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଭ୍ରମଣ ପାଇଁ ଆସିଥିଲେ । ସେ ନିଜ ଛୋଟ ଝିଅ ସହିତ ଆସିଥିଲେ । ଟଏ ଟ୍ରେନରେ ମହିଳା ଜଣକ ବସିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସିଡିରେ ତାଙ୍କର ପାଦ ଖସିଯାଇଥିଲା । ଠିକ ସମୟରେ ଟ୍ରେନ ଚାଲିବାକୁ ଆରମ୍ଭ କରିଥିଲା । ଅଞ୍ଜୁ ପିନ୍ଧିଥିବା ଶାଢୀ ଟ୍ରେନ ଚକରେ ଫସିଯିବା ପରେ ସେ ଟ୍ରେନ ତଳକୁ ଆସିଯାଇଥିଲେ ଏବଂ ଟ୍ରେନ ତାଙ୍କ ଉପରେ ଚଢିଯିବା ପରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ- Unique wedding: ଆକାଶରେ ଉଡି ବରମାଳା ପିନ୍ଧିଲେ ବରକନ୍ୟା, ଭିଡିଓ ଭାଇରାଲ

ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଦିଲ୍ଲୀପ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନିକ ଅଧିକାରୀ ଓ ଡାକ୍ତର ସେଠାରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ଥିବା ଅଞ୍ଜୁଙ୍କୁ ପ୍ରଥମେ ଏଲଏଲଆର ହସ୍ପିଟାଲକୁ ନିଆଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ନୱାବଙ୍ଗଜ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ଏହି ଘଟଣାରେ ଅବହେଳା ହୋଇଥିଲେ ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.