ETV Bharat / bharat

ବଞ୍ଚି ଥାଉ ଥାଉ ସ୍ବାମୀକୁ ମାରିଲା ସ୍ତ୍ରୀ ! ଇନ୍ସୁରାନ୍ସ ଟଙ୍କା କଲା ହଡପ

author img

By

Published : Jul 9, 2021, 12:36 PM IST

ଟଙ୍କା ପାଇଁ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଜାଲ୍ ସାର୍ଟିଫିକେଟ ଦେଖାଇ ଇନ୍ସୁରାନ୍ସ ଟଙ୍କା ଉଠାଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବଞ୍ଚି ଥାଉ ଥାଉ ସ୍ବାମୀକୁ ମାରିଲା ସ୍ତ୍ରୀ! ଇନ୍ସୁରାନ୍ସ ଟଙ୍କା କଲା ହଡପ

ଗାନ୍ଧୀନଗର: ଟଙ୍କା ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ । କୌଣସି ହତିଆର କିମ୍ବା ବିଶାକ୍ତ ପାନୀୟ ସେବନ କରି ନୁହେଁ ବରଂ କାଗଜପତ୍ରରେ । ଆଜ୍ଞା ହଁ ଇନ୍ସୁରାନ୍ସ ଟଙ୍କା ପାଇଁ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଜାଲ୍ ସାର୍ଟିଫିକେଟ ଦେଖାଇ ଟଙ୍କା ଆଦାୟ କରିଥିବା ଜଣାପଡିଛି । ଏପରି ଏକ ଘଟଣା ଗୁଜୁରାଟରେ ଦେଖିବାକୁ ମିଳିଛି ।

ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ସହ ମହିଳା ଜଣକ ମିଛ ସାର୍ଟିଫିକେଟ ଦେଖାଇ 18 ଲକ୍ଷ 50 ହଜାର ଟଙ୍କା ଦାବି କରିଥିବା ଅଭିଯୋଗ କରିଛି । ତେବେ କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ ଅଭିଯୁକ୍ତ ମହିଳା ନନ୍ଦା ମରାଠୀ ରୋଜଗାର ପାଇଁ ତାଙ୍କ ସ୍ବାମୀ ନିମେଶ ମରାଠୀଙ୍କୁ ମଧ୍ୟ ପ୍ରଦେଶ ପଠାଇ ଦେବା ପରେ ମୃତ୍ୟୁର ଜାଲ୍ ପ୍ରମାଣ ପତ୍ର ବାହାର କରି 8 ଲକ୍ଷ ଟଙ୍କା ଉଠାଇଥିଲେ । ଏଥିରେ ଜଣେ ଡାକ୍ତର ହରିକୃଷ୍ଣ ସୋନି ମଧ୍ୟ ସାମିଲ ଅଛନ୍ତି । ହରିକୃଷ୍ଣ ନନ୍ଦାଙ୍କୁ ଜାଲ୍ ପ୍ରମାଣ ପତ୍ର କରିବାରେ ସାହାଯ୍ୟ କରିବା ସହ ଇନ୍ସୁରାନ୍ସ ଟଙ୍କାରୁ କମିଶନ ନେଇଛନ୍ତି । କ୍ରାଇମ୍ ବ୍ରାଞ୍ଚ ସମ୍ପୃକ୍ତ ଡାକ୍ତରଙ୍କୁ ମଧ୍ୟ ଗିରଫ କରିଛି ।

ପରେ ନିମେଶ ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଘରୁ ତଡି ଦେଇଥିଲେ । ତେବେ ଏନେଇ ଯେତେବେଳେ ନିମେଶଙ୍କୁ ସନ୍ଦେହ ହୋଇଥିଲା ସେ ଜନ୍ମ ଏବଂ ମୃତ୍ୟୁକୁ ନେଇ ଯାଞ୍ଚ କରିଥିଲେ । ପରେ ତାଙ୍କର 2019 ମସିହାରେ ମୃତ୍ୟୁ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ମହିଳାଙ୍କ ପର୍ଦ୍ଦାଫାସ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.