ETV Bharat / bharat

ଦୁଷ୍କର୍ମ ଉଦ୍ୟମ କରୁଥିଲେ, ଯୁବକଙ୍କ ଓଠକୁ କାମୁଡି ଛିଣ୍ଡାଇ ଦେଲେ ମହିଳା

author img

By

Published : Feb 5, 2023, 2:02 PM IST

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଯୁବକଙ୍କ ଓଠକୁ କାମୁଡି ଛିଣ୍ଡାଇ ଦେଲେ ମହିଳା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

woman bitten lip
woman bitten lip

ଲକ୍ଷ୍ନୌ: ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ କରିବାକୁ ଆସିଥିବା ଯୁବକଙ୍କୁ ପାନେ ଦେଲେ ମହିଳା । ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଯୁବକଙ୍କ ଓଠକୁ କାମୁଡି ଛିଣ୍ଡାଇ ଦେଲେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଜୋରଲା ଥାନା ଅଞ୍ଚଳରେ । ଦୁଷ୍କର୍ମ କରିବାକୁ ଆସିଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ମହିଳା ଜଣଙ୍କ କ୍ଷେତରେ କାମ କରୁଥିଲେ । ଏହି ସମୟରେ କେହି ଜଣେ ଆସି ତାଙ୍କୁ ପଛପଟୁ ଜାବୁଡି ଧରିଥିଲା । ଏହି ସମୟରେ ମହିଳା ଜଣଙ୍କ ଭୟଭୀତ ନ ହୋଇ ସାହାସ ଜୁଟାଇଥିଲେ । ଯୁବକ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରୁଥିବା ଜାଣିପାରି ସେ ତାଙ୍କ ଉଠକୁ କାମୁଡି ଦେଇଥିଲେ । ଫଳରେ ଯୁବକଙ୍କ ଓଠରୁ ରକ୍ତ ଶ୍ରାବ ହୋଇଥିଲା । ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ''ଯୁବକ ଜଣଙ୍କ ମୋତେ ପଛପଟୁ ଧରିବା ପରେ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ମୁଁ ସାହାସ ଜୁଟାଇ ତାଙ୍କ ଓଠକୁ ଜୋର ସେ କାମୁଡି ଦେଇଥିଲି । ନିଜକୁ ବଞ୍ଚାଇବା ପାଇଁ ମୁଁ ଏପରି କରିଥିଲି । ଯୁବକଙ୍କ ଓଠ ଛିଣ୍ଡି ଯିବାରୁ ରକ୍ତ ଶ୍ରାବ ହୋଇଥିଲା । ଫଳରେ ସେ ଚିତ୍କାର କରିବା ଆରମ୍ଭ କରିଦେଇଥିଲା । ଏହା ଶୁଣିବାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଗିରଫ କରିଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଛିଣ୍ଡି ପଡିଥିବା ଓଠର ଚିକିତ୍ସା କରାଯାଇଥିଲା । ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ''

ଏହା ମଧ୍ୟ ପଢନ୍ତୁ-Jamia Violence Case: ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଓ ଆସିଫ୍ ଇକବାଲ ଦୋଷମୁକ୍ତ

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ମହିଳା ଜଣଙ୍କୁ ଏକାକି ଦେଖିବା ପରେ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ହଠାତ୍‌ ମହିଳା ଜଣଙ୍କ କିଛି ବୁଝି ପାରିନଥିଲେ । ତେଣୁ ବର୍ତ୍ତିବା ପାଇଁ ଯୁବକଙ୍କ ଓଠକୁ କାମୁଡି ଛିଣ୍ଡାଇ ଦେଇଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେବାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରିଥିଲୁ । ଏହାପରେ ଅଭିଯୁକ୍ତକୁ ହସ୍ପିଚାଲରେ ଭର୍ତ୍ତି କରାଇ ଛିଣ୍ଡି ପଡିଥିବା ଓଠକୁ ସର୍ଜରୀ କରାଇଥିଲୁ। ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.