ETV Bharat / bharat

ସାଗର ଧନକର ହତ୍ୟା ମାମଲାର ସାକ୍ଷୀ ମାନଙ୍କୁ ସୁରକ୍ଷା ଯୋଗାଇବ ପୋଲିସ - ସାଗର ଧନକର ହତ୍ୟା ମାମଲାର ସାକ୍ଷୀ ମାନଙ୍କୁ ପୋଲିସ ଯୋଗାଇବ ସୁରକ୍ଷା

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବ ପୋଲିସ । ଏନେଇ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟର ଜିଲ୍ଲାଜଜ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Witness of Sagar Dhankhar murder case gets police protection
ସାଗର ଧନକର ହତ୍ୟା ମାମଲାର ସାକ୍ଷୀ ମାନଙ୍କୁ ଯୋଗାଇବ ସୁରକ୍ଷା ପୋଲିସ
author img

By

Published : Jun 8, 2021, 2:02 PM IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବ ପୋଲିସ । ଏନେଇ ଦିଲ୍ଲୀ ସ୍ଥିତି ରୋହିଣୀ କୋର୍ଟର ଜିଲ୍ଲାଜଜ ଆଦେଶ ଦେଇଛନ୍ତି । ଦୁଇଥର ଅଲମ୍ପିକ ବିଜେତା କୁସ୍ତିଯୋଦ୍ଧା ସୁନିଲ କୁମାର ଏହି ହତ୍ୟାକାଣ୍ଡର ସଂପୃକ୍ତ ରହିଛନ୍ତି । ଏନେଇ ପୋଲିସ ସୁନିଲକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଦିଲ୍ଲୀ ରୋହିଣୀ କୋର୍ଟର ଜିଲ୍ଲାଜଜଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଛି । ଏହି ଟିମର ଆଦେଶ ଅନୁଯାୟୀ କୁସ୍ତି ଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଥିବା ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏଥିନେଇ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କମିଟି ନିଷ୍ପତି ନେଇଛି । ଏନେଇ ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ହରିୟାଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ଛତ୍ରଶାଲା ଷ୍ଟାଡିୟମରେ ସବଜୁନିୟର କୁସ୍ତି ଯୋଦ୍ଧା ସାଗର ଧନକରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁନିଲ କୁମାରଙ୍କ ସଂପୃକ୍ତି ସାମନାକୁ ଆସିବା ପରେ ସେ ଗିରଫ ହୋଇଥିଲେ । ଏହା ଏକ ହାଇପ୍ରଫାଇଲ ମାମଲା ହୋଇଥିବାବେଳେ ସାରା ଦେଶରେ କ୍ରୀଡା ଜଗତରେ ଚହଳ ସୃଷ୍ଟି କରିଛି ।

ସୂଚନାଥାଉକି ଗତ 23 ମେ ରେ ଗିରଫ ହୋଇଥିଲେ ସୁନିଲ କୁମାର । ଜୁନ 2 ତାରିଖରେ ସାଗର ଧନକର ହତ୍ୟା ମାମଲାରେ ସୁନିଲ କୁମାର ଓ ତାଙ୍କ ସାଥୀ ଅଜୟ କୁମାରଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ପଠାଇ ଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.