ETV Bharat / bharat

ବଢିଲା ଅଡୁଆ; ମାମଲାରେ ଶତକ ପୂରଣ କଲେ ସାଂସଦ ଆଜମ ଖାନ

author img

By

Published : Dec 18, 2020, 10:48 AM IST

ସାଂସଦ ଆଜମ ଖାନ ବିରୋଧରେ ଆଉ 11 ମାମଲା ରୁଜୁ । ଫଳରେ ମୋଟ ମାମଲା ସଂଖ୍ୟା 100କୁ ବୃଦ୍ଧି । ଅଧିକ ପଢନ୍ତୁ...

ସାଂସଦ ଆଜମ ଖାନ
ସାଂସଦ ଆଜମ ଖାନ

ଲକ୍ଷ୍ନୌ: ବଢିଲା ସମାଜବାଦି ପାର୍ଟି ସାଂସଦ ଆଜମ ଖାନଙ୍କ ପାଇଁ ଅଡୁଆ । ତାଙ୍କ ବିରୋଧରେ ରୁଜୁ ହେଲା ଆଉ 11ଟି ମାମଲା । ଫଳରେ ମୋଟ 100ଟି ମାମଲାରେ ଛନ୍ଦି ହେଲେ ସାଂସଦ ।

ଗୁରୁବାର ସ୍ବତନ୍ତ୍ର ଅଦାଲତରେ ଭିସି ଯୋଗେ ଶୁଣାଣି ହେଉଥିବା ସମୟରେ ରାମପୁର ପୋଲିସ ଆଜମ ଖାନଙ୍କ ନାମରେ ଆଉ 11ଟି ଏଫଆଇଆର ରୁଜୁ ହୋଇଥିବା ସୂଚନା ଦେଇଛନ୍ତି । ଯାହାକି ପୂର୍ବରୁ ତାଙ୍କ ନିକଟତମ ସହଯୋଗୀଙ୍କ ନାମରେ ଥିଲା ।

ଆଜମ ତାଙ୍କ ପତ୍ନୀ ତାନଜିନ ଫତିମା ଓ ପୁଅ ଅବଦୁଲ୍ଲ ଆଜମଙ୍କ ସହିତ ଏବେ ସୀତାପୁର ଜେଲରେ ଅଛନ୍ତି । ଗୁରୁବାର ସେ ଭିସି ଯୋଗେ କୋର୍ଟରେ ହାଜର ହୋଇଥିଲେ । ତେବେ ପୋଲିସ ଆଜମ ଖାନଙ୍କ ବିରୋଧରେ ଏହି 11ଟି ମାମଲା ଅପରାଧିକ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଲଗାଇଛି । ଡୋଙ୍ଗାପୁର ଅଞ୍ଚଳରେ ତାଙ୍କ ସହଯୋଗୀଙ୍କ ଦ୍ବାରା ଅନେକଙ୍କ ଘର ଭାଙ୍ଗିବା ଓ ଲୁଟ୍‌ପାଟ କରିବାର ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାମ ଏହି ଏଫଆଇଆରରେ ନଥିବାବେଳେ ତଦନ୍ତ ପରେ ତାଙ୍କ ନାମ ଏଥିରେ ଯୋଡା ଯାଇଛି । ଅଭିଯୁକ୍ତଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜମ ଖାନ ନାମରେ ଆଉ 11ଟି ମାମଲା ରୁଜୁ କରାଯାଇଛି ।

ସୂଚନାଥାଉକି, ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ଆଜମ ଖାନ ଓ ତାଙ୍କ ପରିବାର ଫେବୃଆରୀରୁ ସୀତାପୁର ଜେଲରେ ରହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.