ETV Bharat / bharat

Winter session Day 2: ଆଜି ଉପସ୍ଥାପନ ହେବ ସହାୟକ ପ୍ରଜନନ ଟେକନିକ ବିଲ୍ ୨୦୨୦

ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ଦ୍ବିତୀୟ ଦିନ । ଆଜି (ମଙ୍ଗଳବାର) ଲୋକସଭାରେ ଉପସ୍ଥାପନ ହେବ ସହାୟକ ପ୍ରଜନନ ଟେକନିକ (Asisted Reproductive Technology Bill) ବିଲ୍ ୨୦୨୦ । ଅଧିକ ପଢନ୍ତୁ

ଆଜି ଉପସ୍ଥାପନ ହେବ ସହାୟକ ପ୍ରଜନନ ଟେକନିକ ବିଲ୍ ୨୦୨୦

author img

By

Published : Nov 30, 2021, 9:40 AM IST

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ଦ୍ବିତୀୟ ଦିନ । ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) ପାରିତ ହୋଇଛି । ଆଜି (ମଙ୍ଗଳବାର) ସହାୟକ ପ୍ରଜନନ ଟେକନିକ (Assisted Reproductive Technology Bill) ବିଲ୍ ୨୦୨୦ ଲୋକସଭାରେ ଉପସ୍ଥାପନ ହେବ ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ବିଲ ଚାଲିଥିବା ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନରେ ଉପସ୍ଥାପନ କରିବେ । କ୍ଲିନିକ୍ ଏବଂ ସହାୟକ ପ୍ରଜନନ ଟେକନିକର ନିୟାମକ ତଥା ତଦାରଖ ପାଇଁ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସହାୟକ ପ୍ରଜନନ ଟେକନିକ ସେବାର ଅପବ୍ୟବହାର ରୋକିବା ଏବଂ ଏଥିରେ ଜଡିତ ଘଟଣା ଓ ବିଷୟଗୁଡ଼ିକ ପାଇଁ ପଦକ୍ଷେପ ନିଆଯିବ। ଏହା ପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସେବା ଚୁ୍କ୍ତି ଅନୁମୋଦିତ ବିଲ ଉପସ୍ଥାପନ କରିବେ (saleries and condition service) ।

ଏହା ସହିତ ରାଜ୍ୟସଭାରେ ଡ୍ୟାମ ସୁରକ୍ଷା ବିଲ ୨୦୧୯ ଉପସ୍ଥାପନ ହେବ । ଗଜେନ୍ଦ୍ର ସିଂ ଶେଖାୱତ ଡ୍ୟାମ ତଦାରଖ, ଯାଞ୍ଚ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ପାଇଁ ଆନୁଷ୍ଠାନିକ ଯନ୍ତ୍ରିକ କୌଶଳ ଯୋଗାଇବା ପାଇଁ ବିଲ ଉପସ୍ଥାପନ କରିବେ ।

ପ୍ରକାଶ ଥାଉ କି ସଂସଦ ଶୀତ ଅଧିବେଶନ ପ୍ରଥମ ଦିନରେ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) ପାରିତ ହୋଇଛି । ଆସନ୍ତା ଡିସେମ୍ବର ୨୩ ତାରଖ ଯାଏ ଚାଲିବ ସଂସଦ ଶୀତ ଅଧିବେଶନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.