ETV Bharat / bharat

'ବିଜୟ ବ୍ୟବଧାନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ'

author img

By

Published : May 2, 2021, 9:22 PM IST

ପ୍ରଥମ ଥର ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ମଙ୍ଗ ଧରିବାକୁ ଯାଉଛନ୍ତି ଡିଏମକେ ସଭାପତି ଏମକେ ଷ୍ଟାଲିନ । ବର୍ତ୍ତମାନ ସୁଦ୍ଧା 63ଟି ଆସନରେ ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ...

'ବିଜୟ ବ୍ୟବଧାନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ'
'ବିଜୟ ବ୍ୟବଧାନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ'

ଚେନ୍ନାଇ: ପ୍ରଥମ ଥର ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ମଙ୍ଗ ଧରିବାକୁ ଯାଉଛନ୍ତି ଡିଏମକେ ସଭାପତି ଏମକେ ଷ୍ଟାଲିନ । ବର୍ତ୍ତମାନ ସୁଦ୍ଧା 63ଟି ଆସନରେ ବିଜୟ ହାସଲ କରିଛି । ଏକ ବୃହତ ବିଜୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଡିଏମକେ । ତେବେ ବୃହତ ବଜିୟ ଦଳ ଉପରେ କୌଣସି ଅଧିକ ପ୍ରଭାବ ପକାଇବ ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି ଡିଏମକେ ଦଳ ମୁଖ୍ୟ ପ୍ରବକ୍ତା ଏସ ଆନ୍ନାଦୁରାଇ ।

ତାମିଲନାଡ଼ୁରେ ବିଜୟ ଧ୍ବଜା ଉଡ଼ାଇବା ପୂର୍ବରୁ ପ୍ରତିକ୍ରିୟା ଦେଇଛନ୍ତି ଡିଏମକେ ଦଳ ମୁଖ୍ୟ ପ୍ରବକ୍ତା ଏସ ଆନ୍ନାଦୁରାଇ । ସେ କହିଛନ୍ତି ଯେ, "ତାମିନାଡୁ଼ରେ ବିଧାନସଭା ନିର୍ବାଚନରେ ବିଜୟ ବ୍ୟବଧାନ ଗୁରୁତ୍ବପୂର୍ଣ୍ଣ ନୁହେଁ । ଡିଏମକେର ପ୍ରଚେଷ୍ଟାରେ ଦଳ ଉନ୍ନତି ପଥରେ ଆଗେଇବ । ବୃହତ ବ୍ୟବଧାନରେ ବିଜୟ ହାସଲ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଧିକାରଠୁ ଅଧିକ ଶକ୍ତି ମିଳିବ ନାହିଁ । ଲୋକଙ୍କ ସରକାର ଗଢ଼ିବା ପରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ବିଶେଷ ଧ୍ୟାନ ଦିଆଯିବ।"

ଡିଏମକେ ଦଳ ମୁଖ୍ୟ ପ୍ରବକ୍ତା ଏସ ଆନ୍ନାଦୁରାଇଙ୍କ ମତରେ ବର୍ତ୍ତମାନ ଦେଶରେ କୋରୋନା ମହାମାରୀର ପ୍ରଭାବ ରହିଛି । ଏଭଳି ସଙ୍କଟ ସମୟରୁ ଲୋକଙ୍କୁ ବଞ୍ଚାଇବା ନୂତନ ସରକାରଙ୍କ ପ୍ରାଥମିକତା ରହିବ । ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାକୁ ବହୁ କ୍ଷତି ସହିବାକୁ ପଡ଼ିଛି । ଅର୍ଥ ବ୍ୟବସ୍ଥାର ପୁନଃଉଦ୍ଧାର କରିବାକୁ ସରକାର ଜୋରଦାର ପ୍ରୟାସ କରିବେ ବୋଲି କହିଛନ୍ତି ଡିଏମକେ ପ୍ରବକ୍ତା ।

ସକାଳ 8ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହାପରେ ଲଗାତାର ଡିଏମକେ ଗଣତିରେ ଆଗୁଆ ଥିଲା । ଦିନତମାମ ଦଳ 146 ବିଧାନସଭା ଆସନରେ ଆଗୁଆ ରହିଥିଲା । ତେବେ ଶେଷ ବେଳକୁ ଡିଏମକେ ଏକ ପ୍ରକାର ବିଜୟ ହାସଲ କରିବା ନିଶ୍ଚିତ ହୋଇଛି । ପୁଣି ଥରେ ଏମକେ ଷ୍ଟାଲିମ ତାମିଲନାଡ଼ୁ ମଙ୍ଗ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ଏମକେ ଷ୍ଟାଲିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.