ETV Bharat / bharat

ଦୁଷ୍କର୍ମ ଅଭିଯୁକ୍ତକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ପୀଡିତାକୁ କରିବ ବିବାହ? ଗିରଫଦାରୀରୁ ମିଳିଲା ଆଶ୍ବସ୍ତି

author img

By

Published : Mar 1, 2021, 10:49 PM IST

ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଶୁଣାଣି ସମୟରେ ଅଭିଯୁକ୍ତକୁ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ଦୁଷ୍କର୍ମ ଅଭିଯୁକ୍ତକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ପୀଡିତାକୁ କରିବ ବିବାହ? ଗିରଫଦାରୀରୁ ମିଳିଲା ଆସ୍ବସ୍ତି

ନୂଆଦିଲ୍ଲୀ: ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଶୁଣାଣି ସମୟରେ ଅଭିଯୁକ୍ତକୁ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀ । ସୁପ୍ରିମକୋର୍ଟ ତାଙ୍କୁ ପଚାରିଛନ୍ତି ଯେ କଣ ସେ ପୀଡିତାଙ୍କୁ ବିବାହ କରିବେ?

ମହାରାଷ୍ଟ୍ରର ଏକ ସରକାରୀ କମ୍ପାନୀର ଟେକ୍ନିସିଆନ ଦୁଷ୍କର୍ମ ଅଭିଯୁକ୍ତ ମୋହିତ ସୁଭାଷ ଚୌହାନର ଜାମିନ ଆବେଦନ ଉପରେ ଶୁଣାଣି କରୁଥିଲେ ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ଖଣ୍ଡପୀଠ । ପୋକ୍ସୋ ଆଇନ ଅନ୍ତର୍ଗତ ମୋହିତ ଉପରେ ନାବାଳିକା ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ରହିଛି ।

କୋର୍ଟଙ୍କ ପ୍ରଶ୍ନ: କଣ ଅଭିଯୁକ୍ତ ପୀଡିତାକୁ ବିବାହ କରିବେ ?

କୋର୍ଟର ଦସ୍ତାବିଜ ଅନୁଯାୟୀ, ଯେତେବେଳେ ପୀଡିତା ଏହି ମାମଲାରେ ପୋଲିସର ଦ୍ବାରସ୍ତ ହୋଇଥିଲା, ସେବେ ଚୌହାନର ମା' ପୋଲିସ ସାମ୍ନାରେ ବିବାହର ପ୍ରସ୍ତାବ ରଖିଥିଲେ । ହେଲେ ପୀଡିତା ମନା କରିଦେଇଥିଲେ । ପରେ ଏକ ଦସ୍ତାବିଜରେ ଦସ୍ତଖତ କରି ଝିଅର 18 ବର୍ଷ ପୁରା ହେବା ପରେ ଦୁଇଜଣଙ୍କର ବିବାହ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପରେ ଯେବେ ପୀଡିତାଙ୍କୁ 18 ବର୍ଷ ହେଲା, ସେବେ ଅଭିଯୁକ୍ତ ବିବାହ କରିବାକୁ ମନା କରିଦେଇଥିଲେ । ଏହି ସମୟରେ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପୀଡିତା । ମୁଖ୍ୟ ବିଚାରପତି ବୋବଡେ ଅଭିଯୁକ୍ତର ଆବେଦନକାରୀ ଆଇନଜୀବୀକୁ ପ୍ରଶ୍ନ କରିଥିଲେ ଯେ କଣ ଅଭିଯୁକ୍ତ ପୀଡିତା ସହ ବିବାହ କରିବ? ଯଦି ସେ ବିବାହ କରିବାକୁ ରାଜି ତେବେ କୋର୍ଟ ସହଯୋଗ କରିବେ । ଯଦି ଏଥିରେ ରାଜି ନୁହେଁ, ତାହେଲେ ଚାକିରୀ ହରାଇ ଜେଲ ଯିବାକୁ ପ୍ରସ୍ତୁତ ରୁହ । ଅଭିଯୁକ୍ତ ପ୍ରଥମେ ଝିଅକୁ ଫସେଇ ପରେ ତା ସହିତ ଦୁଷ୍କର୍ମ କରିଥିବା କହିଛନ୍ତି କୋର୍ଟ ।

କୋର୍ଟଙ୍କ ପ୍ରଶ୍ନ: ଅଭିଯୁକ୍ତର ଇଚ୍ଛା କଣ?

ଅଭିଯୁକ୍ତର ଆଇନଜୀବୀ ସୁପ୍ରିମକୋର୍ଟକୁ କହିଥିଲେ ଯେ ସେ ନିଜ କ୍ଲାଏଣ୍ଟ ସହିତ ଏ ବାବଦରେ ଆଲୋଚନା କରିବେ । ତେବେ ସିଜେଆଇ କହିଛନ୍ତି, ଜଣେ ଝିଅକୁ ମିଥ୍ୟା ପ୍ରରୋଚନା ଦେବା ଓ ଦୁଷ୍କର୍ମ କରିବା ପୂର୍ବରୁ ଭାବିବାର ଆବଶ୍ୟକତା ଥିଲା । ଅଭିଯୁକ୍ତ ଜାଣିରଖିବା ଉଚିତ ଯେ ସେ ଜଣେ ସରକାରୀ କର୍ମଚାରୀ । ବୋବଡେ କହିଛନ୍ତି, ତୁମ ଉପରେ ବିବାହ ପାଇଁ ଚାପ ପକାଯାଉନି । ତେବେ ଅଭିଯୁକ୍ତର ଇଚ୍ଛା ପଚାରିଛନ୍ତି କୋର୍ଟ ।

ଗିରଫଦାରୀରୁ ମିଳିଲା ଆଶ୍ବସ୍ତି

ଦୁଷ୍କର୍ମ ଅଭିଯୁକ୍ତ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଇନଜୀବୀ କହିଥିଲେ, ପ୍ରଥମେ ସେ ପୀଡିତାକୁ ବିବାହ କରିବାକୁ ଇଚ୍ଛୁକ ଥିଲା । ହେଲେ ପୀଡିତା ମନା କରିଦେଇଥିଲା । କିନ୍ତୁ ଏବେ ଅଭିଯୁକ୍ତ ବିବାହ କରିବାକୁ ରାଜି ନୁହେଁ । କାରଣ ସେ ଏବେ ବିବାହିତ ଓ ଜଣେ ସରକାରୀ କର୍ମଚାରୀ । ଯଦି ଏଭଳି ସ୍ଥିତିରେ ତାକୁ ଗିରଫ କରାଯାଉଛି ତାକୁ ଚାକିରୀରୁ ନିଲମ୍ବିତ କରିଦିଆଯିବ । ଏହା ଉପରେ କୋର୍ଟ କହିଛନ୍ତି, ଏଥିପାଇଁ ଆମେ ପରାମର୍ଶ ଦେଉଛୁ । କୋର୍ଟ ଗିରଫଦାରୀ ଉପରେ 4 ସପ୍ତାହ ପାଇଁ ରୋକ ଲଗାଇଦେବେ । ଏହାପରେ ଅଭିଯୁକ୍ତକୁ ରେଗୁଲାର ଜାମିନ ପାଇଁ ଆବେଦନ କରିବାକୁପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.