ETV Bharat / bharat

‘ମୋ ପାଖକୁ ନିମନ୍ତ୍ରଣ ଆସିନାହିଁ, 22 ପରେ ସପରିବାର ଅଯୋଧ୍ୟା ଯିବି’ - Arvind Kejriwal

Kejriwal will visit Ayodhya Ram temple: 22 ପରେ ସପରିବାର ଅଯୋଧ୍ୟା ଗସ୍ତ କରି ଦର୍ଶନ କରିବେ ବୋଲି କହିଲେ କେଜ୍ରିଓ୍ବାଲ କହିଛନ୍ତି । ଅଧିକ ପଢନ୍ତୁ

22 ପରେ ସପରିବାର ଅଯୋଧ୍ୟା ଯିବେ କେଜ୍ରିଓ୍ବାଲ
22 ପରେ ସପରିବାର ଅଯୋଧ୍ୟା ଯିବେ କେଜ୍ରିଓ୍ବାଲ
author img

By ETV Bharat Odisha Team

Published : Jan 17, 2024, 8:30 PM IST

ନୂଆଦିଲ୍ଲୀ: 22 ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସାବ ପରେ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ସପରିବାର ଦର୍ଶନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ କେବଳ ଏକ ଚିଠି ପାଇଥିଲେ । ହେଲେ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ହୋଇନାହାନ୍ତି । ହେଲେ ତାଙ୍କ ପରିବାର ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି । 22 ତାରିଖ ପରେ ସେ ସପରିବାର ଯାଇ ରାମଲାଲାଙ୍କ ଦର୍ଶନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି, ତାଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ । ସୁରକ୍ଷା ଦୃଷ୍ଟିରୁ ମାତ୍ର ଜଣେ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ତାଙ୍କୁ ଏକ ଚିଠି ମିଳିଥିଲା । ପରବର୍ତ୍ତୀ ସମୟରେ ଏକ ଟିମ ଔପଚାରିକ ଭାବେ ନିମନ୍ତ୍ରଣ କରିବା ନେଇ ମଧ୍ୟ କୁହାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ କୌଣସି ନିମନ୍ତ୍ରଣ ତାଙ୍କୁ କରାଯାଇନଥିଲା । ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହୀ । ତାଙ୍କ ପିତାମାତା ମଧ୍ୟ ଶ୍ରୀରାମଙ୍କ ଦର୍ଶନ ଅପେକ୍ଷାରେ ରହିଛନ୍ତି । 22 ରେ ପ୍ରାଣ ପ୍ରତିଷ୍ଠା ପରେ ସେ ତାଙ୍କ ପିତାମାତା ଓ ପତ୍ନୀ ଓ ପିଲାଙ୍କ ସହ ଅଯୋଧ୍ୟା ଗସ୍ତ କରି ରାମଲାଲାଙ୍କ ଦର୍ଶନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶିବସେନା ବିବାଦ: 22ରେ ଉଦ୍ଧବ ଗୋଷ୍ଠୀ ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ

22 ରେ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ବିଶ୍ବର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ତେବେ କିଛି ବିରୋଧୀ ଦଳର ନେତା ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଥିଲେ ସୁଦ୍ଧା ସେମାନେ ଯିବେ ନାହିଁ ଘୋଷଣା କରିଛନ୍ତି । କଂଗ୍ରେସ ପ୍ରଥମ ଦଳ ଭାବେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲା । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ନେତା କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି କହିଥିଲେ ।

ଆଜି ଲାଲୁ ପ୍ରସାଦ ଯାଦବ ମଧ୍ୟ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି କହିଛନ୍ତି । ପୂର୍ବରୁ ଶରଦ ପାଓ୍ବାର ମଧ୍ୟ ମାତ୍ରାଧିକ ଭିଡ କାରଣରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଶରଦ ମଧ୍ୟ ପରେ ଭାଗ୍ୟରେ ଥିଲେ ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ବୋଲି କହିଥିଲେ । ତେବେ ମାତ୍ରାଧିକ ଭିଡ ଆଶଙ୍କାରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟା ନଯିବା ନିବେଦନ କରାଯାଇଛି । ପରବର୍ତ୍ତୀ ସମୟରେ ସାଧାରଣ ଦର୍ଶନ ଆରମ୍ଭ ହେଲେ ସାରା ଦେଶରୁ ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ବୋଲି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁରୋଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.