ETV Bharat / bharat

ଭାରତୀୟ ଭୂଖଣ୍ଡର କୌଣସି କ୍ଷତି ହେବାକୁ ଦେବନି ସେନା: ଜେନେରାଲ ମନୋଜ ପାଣ୍ଡେ - ଆର୍ମି ଚିଫ ଜେଲେରାଲ ପାଣ୍ଡେ

ସେନାର ରଣନୀତି ଓ ବର୍ତ୍ତମାନର ଚୀନ ପ୍ରସଙ୍ଗରେ ମତ ରଖିଲେ ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ । କହିଲେ ଚୀନ ସୀମାରେ ସତର୍କ ଦୃଷ୍ଟି ରଖିଛି ସେନା । କୌଣସି ପରସ୍ଥିତିରେ ଭାରତୀୟ ଭୂଖଣ୍ଡର କ୍ଷତି ହେବାକୁ ଦିଆଯିବନି ଦେଲେ ଆଶ୍ବାସନା । ଅଧିକ ପଢନ୍ତୁ

ଭାରତୀୟ ଭୂଖଣ୍ଡର କୌଣସି କ୍ଷତି ହେବାକୁ ଦେବନି ସେନା: New Army chief

author img

By

Published : May 1, 2022, 5:15 PM IST

ନୂଆଦିଲ୍ଲୀ: ପୂର୍ବ-ଲଦାଖ କ୍ଷେତ୍ରରେ ଭାରତ-ଚୀନ ସୀମା ବିବାଦ ଲାଗିରହିଥିବାବେଳେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ମନୋଜ ପାଣ୍ଡେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରେ ଚୀନ କ୍ରମାଗତ ସାମରିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି କରିବାରେ ଲାଗିଛି । ସ୍ଥିତି ଉପରେ ଭାରତ କଡା ନଜର ରଖିଛି ଓ କୌଣସି ପରସ୍ଥିତିରେ ନିଜ ଭୁଖଣ୍ଡର ଆଶିଂକ କ୍ଷତି ମଧ୍ୟ ହେବାକୁ ଦେବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ନୂତନ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ, ଜେନେରାଲ ପାଣ୍ଡେ କହିଛନ୍ତି, ପ୍ରକୃତ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ଶତ୍ରୁ ପକ୍ଷର ସମସ୍ତ କାର୍ଯ୍ୟକ୍ରମ ଓ ଗତିବିଧି ଉପରେ ଭାରତୀୟ ସେନା କଡା ନଜର ରଖିଛି । କୌଣସି ଉତ୍ତେଜନାପୂର୍ଣ୍ଣ ଗତିବିଧିର ମୁକାବିଲା ପାଇଁ ମଧ୍ୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦର ମୂଲ୍ୟାଙ୍କନ କରାଯାଇଛି ଏବଂ ମୁକାବିଲା କରିବା ପାଇଁ ସେନାର ପୁନର୍ଗଠନ ଓ ରଣନୀତିରେ ମଧ୍ୟ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରାଯାଇଛି ବୋଲି ସେନାମୁଖ୍ୟ କହିଛନ୍ତି ।

ସେହିପରି ଲଦାଖ କ୍ଷେତ୍ରେର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ କରାଯାଉଛି । ସେନା ଭିତ୍ତିଭୂମି ଓ ଯୁଦ୍ଧାସ୍ତ୍ର ସାମଗ୍ରୀ ପରିବହନ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି । ଯାହା ଫଳରେ ସେନା ଏହି ସବୁ ସ୍ଥିତିରେ ପ୍ରଭାବୀ ଭାବ ମୁକାବିଲା କରିପାରିବା ନେଇ ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗଲଓ୍ବାନା ଘାଟିରେ ସଂଘର୍ଷ ପରେ ଗତ ଦୁଇ ବର୍ଷ ଧରି ଉଭୟ ସେନା ମଧ୍ୟରେ ସଂଘର୍ଷ ଲାଗି ରହିଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.