ହାଇଦ୍ରାବାଦ: ନିଜ ବିବାହ ସମ୍ପର୍କରେ ଏକ ୟୁଟ୍ୟୁବ ଚାନେଲର ସାକ୍ଷାତକାରରେ ମୁହଁ ଖୋଲିଛନ୍ତି କଂଗ୍ରେସର ଯୁବନେତା ତଥା ସାଂସଦ ରାହୁଲ ଗାନ୍ଧୀ । ଉପଯୁକ୍ତ କନ୍ୟା ମିଳିଲେ ବିବାହ କରିବେ ବୋଲି ରାହୁଲ କହିଛନ୍ତି । ଭାରତ ଯୋଡୋ ଯାତ୍ରା ସମୟରେ ଏକ ୟୁଟ୍ୟୁବ ଚାନେଲ ‘କୁର୍ଲି ଟେଲ୍ସ’କୁ ରାହୁଲ ଦେଇଥିବା ସାକ୍ଷାତକାରରେ ନିଜ ବିବାହ ସମେତ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ରାହୁଲ ।
-
राहुल गांधी जी ने पहली नौकरी कहां की थी?
— Congress (@INCIndia) January 23, 2023 " class="align-text-top noRightClick twitterSection" data="
उन्हें पहली सैलरी कितनी मिली?
ऐसे तमाम सवाल और उनके जवाब जानने के लिए नीचे दिए गए लिंक पर क्लिक करें:https://t.co/K5JKixgj7D pic.twitter.com/Lg22HQvX08
">राहुल गांधी जी ने पहली नौकरी कहां की थी?
— Congress (@INCIndia) January 23, 2023
उन्हें पहली सैलरी कितनी मिली?
ऐसे तमाम सवाल और उनके जवाब जानने के लिए नीचे दिए गए लिंक पर क्लिक करें:https://t.co/K5JKixgj7D pic.twitter.com/Lg22HQvX08राहुल गांधी जी ने पहली नौकरी कहां की थी?
— Congress (@INCIndia) January 23, 2023
उन्हें पहली सैलरी कितनी मिली?
ऐसे तमाम सवाल और उनके जवाब जानने के लिए नीचे दिए गए लिंक पर क्लिक करें:https://t.co/K5JKixgj7D pic.twitter.com/Lg22HQvX08
ଏହି ଚାନେଲ ରାହୁଲ ଗାନ୍ଧୀଙ୍କ ସହ ରାଜନୈତିକ ପ୍ରସଙ୍ଗ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ରାହୁଲଙ୍କୁ କେମିତିକା ଝିଅ ପସନ୍ଦ ବୋଲି ଉପସ୍ଥାପିକାଜଣଙ୍କ ପ୍ରଶ୍ନ କରିଥିଲେ । ଉତ୍ତରରେ ରାହୁଲ କହିଥିଲେ କନ୍ୟା ସ୍ନେହୀ ଏବଂ ବୁଦ୍ଧିମତି ହେବା ଉଚିତ୍ । ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ପିତା ରାଜୀବ ଗାନ୍ଧୀଙ୍କ ବିଷୟରେ ରାହୁଲ କହିଥିଲେ ଉଭୟଙ୍କ ମଧ୍ୟରେ ଦାମ୍ପତ୍ୟ ସମ୍ପର୍କ ବେଶ ମଧୁର ଥିଲା । ତେଣୁ ସେ ମଧ୍ୟ ବିବାହ ବିରୋଧୀ ନୁହନ୍ତି । ସେ ଏପରି ଜୀବନ ସାଥୀ ଖୋଜୁଛନ୍ତି । ସାକ୍ଷାତକାରରେ ରାହୁଲ ନିଜର ଶାରିରୀକ ଫିଟନେସ ସମ୍ପର୍କରେ ମଧ୍ୟ କହିଥିଲେ । ସ୍କୁବା ଡାଇଭିଂ ଏବଂ ମାର୍ଶଲ ଆର୍ଟରେ ମଧ୍ୟ ତାଙ୍କର ରୁଚି ଓ ଅଭିଜ୍ଞତା ଥିବା ରାହୁଲ କହିଥିଲେ ।
ତେବେ ଦେଶର କେଉଁ ପ୍ରଧାନମନ୍ତ୍ରୀ ତାଙ୍କୁ ଭଲ ଲାଗନ୍ତି ବୋଲି ପ୍ରଶ୍ନରେ ରାହୁଲ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଓ ପିତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ଭଲପାଆନ୍ତି ବୋଲି କହିଥିଲେ । ସେହିପରି ଦେଶର ଅନ୍ୟ ପ୍ରଧାନମନ୍ତ୍ରୀମାନେ ମଧ୍ୟ ଦେଶ ପାଇଁ ବେଶ ଭଲ କାମ କରିଛନ୍ତି ବୋଲି ରାହୁଲ କହିଥିଲେ । ସେହିପରି ସେ କେଉଁଠାରେ ପ୍ରଥମ ଚାକିରି କରିଥିଲେ ବୋଲି ପ୍ରଶ୍ନରେ ରାହୁଲ କହିଥିଲେ, ସେ ପ୍ରଥମେ ଲଣ୍ଡନରେ 'ମନିଟର' ନାମକ ଏକ କମ୍ପାନୀରେ 20-22 ବର୍ଷ ବୟସରେ କାମ କରିଥିଲେ । ଯେଉଁଥିରେ ତାଙ୍କୁ 3000 ରୁ 2500 ପାଉଣ୍ଡ ବେତନ ପାଉଥିଲେ । ଯଦିଓ, ଏହି ପରିମାଣ ସେତେବେଳେ ବହୁତ ଅଧିକ ଥିଲା । ସେ ଦେଶର ପ୍ରଧାନମମନ୍ତ୍ରୀ ହେଲେ କ’ଣ କରିବେ ପ୍ରଶ୍ନରେ ରାହୁଲ କହିଥିଲେ, ସେ ସର୍ବପ୍ରଥମେ ସେ ଦେଶର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । ଏହା ବ୍ୟତୀତ ଛୋଟ ବ୍ୟବସାୟକୁ ସୁଦୃଢ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନେବେ ।
52 ବର୍ଷୀୟ ଅବିବାହିତ ରାହୁଲ ଭାରତୀୟ ଜାତୀୟ କଂଗ୍ରେସର ସର୍ବ କନିଷ୍ଠ ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ଏବେ ସେ କେରଳର ଓ୍ବାଇନାଡ ଆସନରୁ ସାଂସଦ ଥିବା ବେଳେ ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଛନ୍ତି । ପୂର୍ବରୁ ମଧ୍ୟ ସେ ବିବାହ ସମ୍ପର୍କରେ ପ୍ରତିକ୍ରିୟା ଦେଇଥିଲେ । ସେ ତାଙ୍କ ମା’ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଜେମା ଇନ୍ଦିରା ଗାନ୍ଧୀଙ୍କ ମିଳିତ ବ୍ୟକ୍ତିତ୍ବର ଝିଅକୁ ସେ ପସନ୍ଦ କରିବେ ବୋଲି କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ