କୋଲକାତା: ସିବିଆଇ ଟାର୍ଗେଟରେ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ । SSC ନିଯୁକ୍ତି ଦୁର୍ନୀତି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରୁଛି । କୌଣସି ମୂହୁର୍ତ୍ତରେ ସିବିଆଇ ତାଙ୍କୁ ଗିରଫ ମଧ୍ୟ କରିପାରେ । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ CBI ଏସଏସସି ନିଯୁକ୍ତି ଘୋଟାଲାରେ ସିବିଆର ତାର ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ବଡବଡିଆଙ୍କୁ ପଚରାଉଚରା କରିସାରିଛି । ସିବିଆଇ ସୂତ୍ର ଅନୁଯାୟୀ, ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରମାଣ ଆଧାରରେ ଅନୁସନ୍ଧାନକାରୀମାନେ ଆସନ୍ତାକାଲି (ବୁଧବାର) ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଯଦିଓ ସିବିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇନାହିଁ, ତେବେ ସୂଚନା ରହିଛି ଯେ ଚାଟାର୍ଜୀଙ୍କୁ CBI ପଚରାଉଚରା ପାଇଁ ଡାକିବ । ଯାହା ତାଙ୍କୁ ଜେଲ୍ ଚାରିକାନ୍ଥରେ ପହଞ୍ଚାଇବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ କୋଲକାତା ହାଇକୋର୍ଟର ଜଷ୍ଟିସ୍ ଅଭିଜିତ୍ ଗାଙ୍ଗୁଲି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ, ଆବଶ୍ୟକ ପଡିଲେ CBI ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରିପାରିବ । ଗତ ସପ୍ତାହରେ ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରାଯାଇଥିଲା । ସେ କିଛି ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଦେଇନଥିଲେ । ଫଳରେ ତଦନ୍ତକାରୀ ଦଳ ତାଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ତୃଣମୂଳ କଂଗ୍ରେସର ମହାସଚିବଙ୍କୁ ପୁଣି ଥରେ ପଚରାଉଚରା ପାଇଁ ଡକା ଯାଇଛି ।
ପ୍ରକାଶ ଥାଉ କି, ଏସଏସସିରେ ନିଯୁକ୍ତି ଦୁର୍ନୀତି ମାମଲା (School Service Commission Recruitment Scam) ମାମଲାରେ କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ତୃଣମୂଳ କଂଗ୍ରେସ(TMC) ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । କୋଲକାତା ହାଇକୋର୍ଟ ପାର୍ଥ ଚାଟାର୍ଜୀଙ୍କୁ CBI ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ନିଜାମ ପ୍ୟାଲେସସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ । ସିବିଆଇ ଜେରାର ସାମ୍ନା କରିବା ପରେ ପାର୍ଥ ଚାଟାର୍ଜୀ ନିଜ ଓକିଲଙ୍କ ସହ ପରାମର୍ଶ କରିଥିଲେ । ଏହାପରେ ସେ ଜଷ୍ଟିସ ଅଭିଜିତ ଗାଙ୍ଗୁଲିଙ୍କ ଖଣ୍ଡପୀଠର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ମଇ 20 ତାରିଖରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ