ETV Bharat / bharat

ନାଗ ଓ ଅହିରାଜ ଚୋରାଚାଲାଣ, ବିମାନବନ୍ଦରରୁ ଧରିଲା ପୋଲିସ

author img

By ETV Bharat Odisha Team

Published : Sep 8, 2023, 3:06 PM IST

ବେଆଇନ ଭାବେ ବନ୍ୟଜନ୍ତୁ ତଥା ସରିସୃପ ଚୋରାଚାଲଣ ଉଦ୍ୟମ । ସୁଟକେଶରୁ ଜୀବନ୍ତ ଅବସ୍ଥାରେ ନାଗ ଓ ଅହିରାଜ ସାପ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

wild animals including alive king cobras and pythons found in suitcase of a passenger in Bengaluru

ବେଙ୍ଗାଲୁରୁ: ସୁଟ୍‌କେଶରେ ବେଆଇନ ଭାବେ ବନ୍ୟଜନ୍ତୁ ତଥା ସରିସୃପ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବ୍ୟାଙ୍କ୍‌କରୁ ଯାତ୍ରୀ ଜଣକ ବନ୍ୟଜନ୍ତୁ ତଥା ସରିସୃପ ଚୋରାଚାଲାଣ କରି ବେଙ୍ଗାଲୁରୁ କେମ୍ପେଗୌଡ଼ା ବିମାନ ବନ୍ଦରରେ ପହଞ୍ଚି ଯାଇଥିଲା । ତେବେ ଏହାକୁ ବିମାନ ବନ୍ଦରରୁ ବାହାରକୁ ନେବାକୁ ଉଦ୍ୟମ ବେଳେ କଷ୍ଟମ ଅଧିକାରୀଙ୍କ ହାତରେ ଧରା ପଡ଼ିଛନ୍ତି ସମ୍ପୃକ୍ତ ବ୍ୟକ୍ତିତ୍ୱ । ଅଭିଯୁକ୍ତଠାରୁ ଜୀବନ୍ତ ନାଗ ସାପ, ଅହିରାଜ ସହ 78ଟି ବନ୍ୟ ଜନ୍ତୁ ଚୋରାଚାଲାଣ ଉଦ୍ୟମ । ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚୋରା ଚାଲାଣକାରୀକୁ ଗିରଫ କରିଛି ବେଙ୍ଗାଲୁରୁ କଷ୍ଟମ ଅଧିକାରୀ ।

ସୂଚନା ଅନୁଯାୟୀ, ଗୁରୁବାର(ସେପ୍ଟେମ୍ବର 7) ରାତି 10.30 ବେଳେ କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ସୁଟକେଶ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଜଣେ ଯାତ୍ରୀଙ୍କ ସୁଟ୍‌କେଶରେ ପାଖାପାଖି 17ଟି ନାଗ ସାପ, 55ଟି ଅହିରାଜ, 6ଟି କ୍ୟାପୁଚିନ ମାଙ୍କଡ ଥିବା ଜାଣିବାକୁ ପାଇଥିଲେ କଷ୍ଟମ ଅଧିକାରୀ । ଯାତ୍ରୀ ଜଣକ ଏୟାର ଏସିଆ ବିମାନ ଏଫ୍‌ଡି 137ରେ ବ୍ୟାଙ୍କ୍‌କରୁ ବେଙ୍ଗାଲୁରୁ ଆସିଥିଲେ ।

ଏହାମଧ୍ୟ ପଢନ୍ତୁ.. Gold Seized: ଅଢେଇ କେଜି ସୁନା ବିସ୍କୁଟ ଜବତ, ସ୍ମଗଲର ଗିରଫ

ଏହି ଜୀବଗୁ଼ଡ଼ିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନର ପ୍ରାବଧାନ ରହିଥିବା ବେଳେ କେଉଁ ପରିସ୍ଥିିତିରେ ଏମାନଙ୍କୁ ଧରାଯାଇ ଚୋରାଚାଲାଣ କରାଗଲା ତାହାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ବନ୍ୟପ୍ରାଣୀ ସୁରକ୍ଷା ଆଇନ 1975 ଅନୁଯାୟୀ ଜବତ ହୋଇଥିବା ସମସ୍ତ ଜୀବଗୁଡ଼ିକୁ ବ୍ୟାଙ୍କ୍‌କ ପଠାଇ ଦିଆଯାଇଛି ।

ବେଙ୍ଗାଲୁରୁ କଷ୍ଟମ ଅଧିକାରୀଙ୍କ ସୂଚନା ମୁତାବକ, ଜବତ ହୋଇଥିବା 78 ବନ୍ୟଜନ୍ତୁଙ୍କ ମଧ୍ୟରେ ନାଗ ସାପ, ଅହିରାଜ ସାର ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ 6ଟି କ୍ୟାପୁଚିନ ମାଙ୍କଡ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଜୀବନ୍ତ ଜୀବଗୁଡିକୁ ସେମାନଙ୍କ ଜନ୍ମିତ ଦେଶଗୁଡିକୁ ପଠାଯାଇଥିବା ବେଳେ ମୃତ ଜୀବଗୁଡିକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପୋତି ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ବନ୍ଧୁକ ମୁନରେ ଲୁଟ ଘଟଣା: ଚିହ୍ନଟ ହେଲେ ଲୁଟେରା, ଖୁବଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ

ସମସ୍ତ ବନ୍ୟପ୍ରାଣୀଗୁଡିକ କଷ୍ଟମ ଆକ୍ଟ 1962 ଅନ୍ତର୍ଗତ ଧାରା 110 ଆଧାରରେ ସରିସୃପଗୁଡ଼ିକୁ ଉଦ୍ଧାର କରାଯାଇଛି । ଯାତ୍ରୀଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ଆଧାରରେ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ବିମାନବନ୍ଦରରେ କଡ଼ା ଯାଞ୍ଚ ସତ୍ତ୍ବେ ବ୍ୟାଙ୍କ୍‌କରୁ କିଭଳି ଯାତ୍ରୀ ଜଣକ ବେଙ୍ଗାଲୁରୁ ଆସିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.