ETV Bharat / bharat

ଜନ୍ମଦିନରେ ଦୁବାଇ ନନେବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

author img

By ETV Bharat Odisha Team

Published : Nov 26, 2023, 8:54 AM IST

ଜନ୍ମଦିନରେ ଦୁବାଇ ନ ନେବାରୁ ସ୍ବାମୀଙ୍କୁ ମୁଥା ମାରି ହତ୍ୟା କଲା ସ୍ତ୍ରୀ । ଅଧିକ ପଢନ୍ତୁ

ଦୁବାଇ ନ ନେବାରୁ ସ୍ବାମୀକୁ ହତ୍ୟା
ଦୁବାଇ ନ ନେବାରୁ ସ୍ବାମୀକୁ ହତ୍ୟା

ମୁମ୍ବାଇ: ଜନ୍ମଦିନରେ ଦୁବାଇ ଯିବାକୁ ଚାହୁଁଥିଲେ ସ୍ତ୍ରୀ । ହେଲେ ସ୍ବାମୀ ଦୁବାଇ ବୁଲାଇ ନେଇନଥିଲେ । ଏଥିରେ ରାଗିଯାଇ ସ୍ବାମୀଙ୍କୁ ମୁଥା ମାରି ହତ୍ୟା କଲା ସ୍ତ୍ରୀ । ମହାରାଷ୍ଟ୍ର ପୁଣେର ପୋଶ ରେସିଡେଣ୍ଟ ସୋସାଇଟିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୩୬ ବର୍ଷୀୟ ନିଖିଲ ଖନ୍ନା । ସେ କନଷ୍ଟ୍ରକସନ ଇଣ୍ଡଷ୍ଟ୍ରୀରେ ବ୍ୟବସାୟୀ ଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ମୁତବାକ, ଗତ ଶୁକ୍ରବାର ଦିନ ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଥିଲା । ୬ ବର୍ଷ ତଳେ ନିଖିଲ ଖନ୍ନା ରେଣୁକାଙ୍କୁ (୩୮) ବିବାହ କରିଥିଲେ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କିଛି ଦିନ ତଳେ ରେଣୁକାଙ୍କ ଜନ୍ମଦିନ ଥିଲା । ସେ ଦୁବାଇରେ ନିଜର ଜନ୍ମଦିନ ପାଳନ କରିବାକୁ ଚାହୁଁଥିଲେ । ହେଲେ ନିଖିଲ ତାଙ୍କୁ ଦୁବାଇ ବୁଲାଇ ନେଇନଥିଲେ କିମ୍ବା କୌଣସି ମହଙ୍ଗା ଉପହାର ଦେଇନଥିଲେ । ଏଥିରେ କ୍ଷୁବ୍ଧ ହୋଇଯାଇଥିଲେ ରେଣୁକା । ଏହାପରେ ଦୁହିଁଙ୍କର ବିବାହ ବାର୍ଷିକୀ ଆସିଥିଲା । ଏଥିରେ ମଧ୍ୟ ନିଖିଲ କୌଣସି ଗିଫ୍ଟ ଦେଇନଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ତ୍ରୀର ଗଳା କାଟି ହତ୍ୟା, ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ନେଇ ଅତିଷ୍ଠ ଥିଲା ଅଭିଯୁକ୍ତ

ପରେ ଦିଲ୍ଲୀରେ ରହୁଥିବା କିଛି ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ ପାଇଁ ରେଣୁକା ଯିବାକୁ ଚାହୁଁଥିବା କହିଥିଲେ । କିନ୍ତୁ ନିଖିଲ କୌଣସି ଭଲ ପ୍ରତିକ୍ରିୟା ଦେଇନଥିଲେ । ଏସବୁକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ରାଗି ଯାଇ ରେଣୁ ନିଖିଲଙ୍କ ମୁହଁକୁ ମୁଥା ମାରିଥିଲେ । ଏଥିରେ ନିଖିଲଙ୍କ ନାକରେ ଗଭୀର ଆଘାତ ଲାଗିବା ସହ କିଛି ଦାନ୍ତ ଭାଙ୍ଗି ଯାଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଲ ଚେତାଶୂନ୍ୟ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ହତ୍ୟା ଘଟଣାରେ ପୋଲିସ ପତ୍ନୀ ରେଣୁକାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ ଆଇପିସି ଧାରା ୩୦୨ରେ ଗିରଫ କରିଛି । ମାମଲାରେ ଅଧିକ ଛାନଭିନ୍ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.