ETV Bharat / bharat

'କରୱା ଚୌଥ'କୁ ନେଇ ମହାଭାରତ, ବ୍ରତ ନରଖିବା କ୍ରୁରତା ନୁହେଁ କହିଲେ ହାଇକୋର୍ଟ

author img

By ETV Bharat Odisha Team

Published : Dec 23, 2023, 10:07 PM IST

Delhi High court: କରୱା ଚୌଥ ବ୍ରତ ନରଖିବା କ୍ରୁରତା ନୁହେଁ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ହାଇକୋର୍ଟରେ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶକୁ ପତ୍ନୀ ଚ୍ୟାଲେଞ୍ଜ କରିଥିଲେ । ଅଧିକ ପଢନ୍ତୁ

କରୱା ଚୌଥ ବ୍ରତକୁ ନେଇ ମହାଭାରତ
କରୱା ଚୌଥ ବ୍ରତକୁ ନେଇ ମହାଭାରତ

ନୂଆଦିଲ୍ଲୀ: 'ଜୀବିତ ଅବସ୍ଥାରେ ପତ୍ନୀଙ୍କ ବିଧବା ରୂପ ଦେଖିବା ଜଣେ ପୁରୁଷ ପାଇଁ କଷ୍ଟଦାୟକ' ଏମିତି କିଛି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ ସୁରେଶ କୁମାର କୈତ କହିଛନ୍ତି, "ଏଭଳି କାର୍ଯ୍ୟ କ୍ରୁରତା ଏବଂ ଏଭଳି ବିବାହ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠିବ ନାହିଁ ।" ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପତ୍ନୀ ଦେଇଥିବା ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ହାଇକୋର୍ଟରେ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶକୁ ପତ୍ନୀ ଚ୍ୟାଲେଞ୍ଜ କରିଥିଲେ । ଯଦିଓ କୋର୍ଟ ବିଧବା ରୂପ ଉପରେ ଟିପ୍ପଣୀ ଦେଇଛନ୍ତି ତଥାପି କରୱା ଚୌଥ ବ୍ରତ ନରଖିବା କ୍ରୁରତା ନୁହେଁ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଏହାସହ ଛାଡପତ୍ର ନେଇ ଟ୍ରାଏଲ କୋର୍ଟ ଦେଇଥିବା ରାୟକୁ ସମର୍ଥନ କରିଛନ୍ତି ।

ସୂଚନା ଅନୁସାରେ, ସ୍ବାମୀ ଟ୍ରାଏଲ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଯାହାକି 11 ସେପ୍ଟେମ୍ବର 2018 ରେ ଟ୍ରାଏଲ କୋର୍ଟ ଦ୍ବାରା ଗ୍ରହଣ କରାଯାଇଥିଲା । ନିଷ୍ଠୁରତା କାରଣରୁ ଛାଡପତ୍ର ଆବେଦନକୁ ଟ୍ରାଏଲ କୋର୍ଟ ଅନୁମୋଦନ କରିଥିଲେ । ଏହି ଦମ୍ପତି 15 ଏପ୍ରିଲ 2009 ରେ ନାଗପୁରରେ ବିବାହ କରିଥିଲେ । 27 ଅକ୍ଟୋବର 2011ରେ ସେମାନଙ୍କର କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । କୌଣସି କାରଣକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା ।

ଯେଉଁଥିପାଇଁ ଝିଅ ଜନ୍ମ ହେବାର କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ଶାଶୁ ଘର ଛାଡି ଚାଲିଯାଇଥିଲେ । ଶୁଣାଣି ସମୟରେ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ସାମାନ୍ୟ ମୋବାଇଲ ରିଚାର୍ଜ ନକରାଇବାରୁ ତାଙ୍କ ସ୍ତ୍ରୀ କରୱା ଚୌଥ ପାଳନ କରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ସେ ଏହାକୁ ନେଇ ଘର ଛାଡି ବାପଘରକୁ ଚାଲି ଯାଇଥିଲେ । ହେଲେ କରୱା ଚୌଥ ବ୍ରତ ନରଖିବା କ୍ରୁରତା ନୁହେଁ ବୋଲି କୋର୍ଟ ରାୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବାପାଙ୍କ ସହ ବିବାଦ ପରେ ଚରମ ନିଷ୍ପତ୍ତି: କାର୍‌ରେ ପତ୍ନୀଙ୍କୁ ବସାଇ ନଦୀକୁ ଡେଇଁଲେ ଯୁବକ, ପତ୍ନୀ ନିଖୋଜ

ଅପରପକ୍ଷେ, ଶୁଣାଣି ସମୟରେ ସ୍ବାମୀ ଆଣିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମ୍ପୃକ୍ତ ମହିଳା । ବାପଘରକୁ ଯିବା ପାଇଁ ସ୍ବାମୀ ନିଜେ କହିଥିଲେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ମହିଳା । ସେପଟେ ସ୍ବାମୀ ମଧ୍ୟ ଅଭିଯୋଗ ଆଣି କହିଛନ୍ତି ଯେ, ସେ ଏକ ରୋଗରେ ପୀଡିତ ଥିବାବେଳେ ପତ୍ନୀ ତାଙ୍କର ସେବା କରିବା ପରିବର୍ତ୍ତେ ମଥାରୁ ସିନ୍ଦୁର ପୋଛିବା ସହ ହାତରୁ ଚୁଡି ଭାଙ୍ଗି ଦେଇଥିଲେ । ଏପରିକି ଧଳା ସୁଟ୍ ପିନ୍ଧି ବିଧବା ରୂପରେ ନିଜକୁ ସଜାଇଦେଲେ । ଯାହା ତାଙ୍କୁ କଷ୍ଟ ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ବାମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.